ଚିକିତ୍ସା ଅବହେଳା ଅଭିଯୋଗ: ପ୍ରସୂତି ଓ ନବଜାତଙ୍କ ମୃତ୍ୟୁ
ପ୍ରସୂତି ଓ ନବଜାତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦରେ କଟକ–ଚାନ୍ଦବାଲି ରାସ୍ତା ଅବରୋଧ କଲେ ପରିବାର ଓ ଗ୍ରାମବାସୀ।
ସାଲେପୁର, ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ମହିଳା ଓ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା। ପ୍ରତିବାଦରେ ପରିବାର ଲୋକ ଏବଂ ଗ୍ରାମବାସୀ ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି କଟକ -ଚାନ୍ଦବାଲି ରାସ୍ତା କଲେ ଅବରୋଧ । ସୂଚନା ଅନୁସାରେ, ଗତକାଲି ସୋମବାର କଟକ ଜିଲ୍ଲା ସାଲେପୁରସ୍ଥିତ ଜିଗ୍ନିପୁର ଗାଁ ର 30 ବର୍ଷୀୟ ଉର୍ମିଳା ଦାସ ତାଙ୍କର ପ୍ରଥମ ପ୍ରସବ ପାଈଁ ନିଶ୍ଚିନ୍ତକୋ଼ଇଲିର ଏକ ଘରୋଇ ହସ୍ପିଟାଲରେ ପରିବାର ଲୋକ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଅବହେଳାରୁ ପ୍ରଥମେ ନବଜାତ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ପରେ ପ୍ରସୂତି ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ସମେତ ଜିଗ୍ନିପୁର ଗାଁର ଶତାଧିକ ଉତ୍ତ୍ୟକ୍ତ ଲୋକ ମାନେ ବାହାବଳପୁର ଛକ ନିକଟରେ କଟକ -ଚାନ୍ଦବାଲି ରାସ୍ତାରେ ମୃତଦେହକୁ ରଖି ରାସ୍ତା ରୋକ କରିଥିଲେ l ପରେ ସୂଚନା ପାଇ, ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲସ ପହଞ୍ଚି ବୁଝାସୁଝା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଥିଲା l
ରିପୋର୍ଟ- ଯଜ୍ଞ୍ୟଶ୍ୱର ବିଶ୍ୱାଳ
