ବିଶ୍ୱକପରେ ଲିପ୍ ଲକ୍- ଫୁଟବଲ୍ ନାଇଟ୍ ସାଜିଲା ଲଭ୍ ନାଇଟ୍
ଷ୍ଟାର ପାର୍ଟନର୍ସ ନିଜର ଷ୍ଟାଇଲ ଓ ଗ୍ଲାମରରୁ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥିଲେ। କହିବାକୁ ଗଲେ, ଅନେକ ଖେଳାଳୀଙ୍କ ପତ୍ନୀ ନିଜର ଗ୍ଲାମରସ ଅନ୍ଦାଜରେ ଷ୍ଟାଡିଅମର ମାହୋଲକୁ ହଟ୍ କରିଦେଇଛନ୍ତି।

ଫୁଟବଲ ନାଇଟ୍ ସାଜିଲା ଲଭ୍ ନାଇଟ୍। ଆମେ କହୁଛୁ ଫିଫା ବିଶ୍ୱକପ କଥା। ରଙ୍ଗାରଙ୍ଗ ଆତସବାଜିରେ ପିଫା ମଞ୍ଚ କମ୍ପୁଥିଲା ବେଳେ ଖେଳାଳୀଙ୍କ ଲଭ୍ ଥିଓରୀକୁ ନେଇ ଏବେ ସବୁଠି ଚର୍ଚ୍ଚା। ମ୍ୟାଚ୍ ପରେ ଷ୍ଟାଡିଅମରେ ଅଲଗା ପ୍ରକାର ସୋ ଆରମ୍ଭ ହୋଇଯାଇଥିଲା। ଜିତିବାର ଜୋସ୍, କ୍ୟାମେରାର ଚମକ ସାଙ୍ଗକୁ ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କ ଗ୍ଲାମରସ ଅନ୍ଦାଜ। ବିଶ୍ୱକପ ଫୁଟବଲ ରାତିକୁ ରୋମାନ୍ସ ରଙ୍ଗରେ ଭରିଦେଇଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ଇଂଲଣ୍ଡ ଓ କ୍ରୋଏସିଆ ମ୍ୟାଚ୍ ବେଳେ। ଟେକ୍ସାସର ଆଲିଙ୍ଗଟନସ୍ଥିତ ଡଲାସ ଷ୍ଟାଡିଅମରେ ଇଂଲଣ୍ଡ ଖେଳାଳୀଙ୍କ ଉତ୍ସାହ ବଢ଼ାଇବାକୁ ଅନେକ ଷ୍ଟାର ପାର୍ଟନର୍ସ ନିଜର ଷ୍ଟାଇଲ ଓ ଗ୍ଲାମରରୁ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥିଲେ। କହିବାକୁ ଗଲେ, ଅନେକ ଖେଳାଳୀଙ୍କ ପତ୍ନୀ ନିଜର ଗ୍ଲାମରସ ଅନ୍ଦାଜରେ ଷ୍ଟାଡିଅମର ମାହୋଲକୁ ହଟ୍ କରିଦେଇଛନ୍ତି। କ୍ରୋଏସିଆକୁ ଇଂଲଣ୍ଡ ୪-୨ରେ ହରାଇଲା ସତ। କିନ୍ତୁ ସୋସିଆଲ ମିଡିଆରେ ଫ୍ୟାନ୍ସ ବି ଖେଳାଳୀଙ୍କ ସହ ସେମାନଙ୍କ ପାର୍ଟନରର ସେହି ନିଆରା ଦୃଶ୍ୟକୁ ରିପୋଷ୍ଟ ଓ ସେୟାର କରିବାରେ ଲାଗିଛନ୍ତି। ମ୍ୟାଚ୍ ସରିବା ପରେ ଇଂଲଣ୍ଡର ଷ୍ଟାର ମିଡ୍ ଫିଲଡର ଜୁଡ୍ ବେଲିଙ୍ଗହମ୍ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଏସାଲିନ କାସ୍ତ୍ରୋଙ୍କ ଭିତରେ ଲିପଲକ୍ କ୍ୟାମେରାରେ କଏଦ ହୋଇଥିଲା। ଏସାଲିନ୍ ନିଜର ଗୋଲ ହିରୋ ବେଲିଙ୍ଗହମଙ୍କ ଲିପଲକ୍ ସହ ଜିତର ଅଭିନନ୍ଦନ ଜଣାଇଥିଲେ। ଏହି ରୋମାଣ୍ଟିକ୍ ମୂହୂର୍ତ୍ତ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଦମ୍ପତ୍ତିଙ୍କ ରୋମାଣ୍ଟିକ ମୂହୂର୍ତ୍ତ ଆପେ ଆପେ କ୍ୟାମେରାର ଫୋକସ ସାଜିଗଲା। ଏସାଲିନ ଇଂଲଣ୍ଡର ଜର୍ସି ପିନ୍ଧି ବେଲିଙ୍ଗହମଙ୍କ ପିତା ମାତାଙ୍କ ସହ ଟିମକୁ ଚିୟରଅପ୍ କରୁଥିଲେ। ସେପଟେ ଦୁଇ ଗୋଲ ଦେଇ ସବୁଠୁ ବଡ଼ ହିରୋ ସାଜିଥିବା ହେରି କେନ୍ ବି ସେଲିବ୍ରେସନରେ ପଛରେ ପଡ଼ିନଥିଲେ। ପତ୍ନୀ କେଟି ଗୁଡଲ୍ୟାଣ୍ଡ ଷ୍ଟାଡିଅମରେ ନିଜର କ୍ୟାପଟେନ ସ୍ୱାମୀଙ୍କ ସହ ଭଲ ପାଇବା ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ। କ୍ୟାମେରାରେ ଏହି ଯୋଡ଼ିଙ୍କ ଏହି ଖାସ୍ ମୂହୂର୍ତ୍ତ କଏଦ ହୋଇଥିଲା।
