ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ
କେନ୍ଦୁଝର ଟାଉନ ଥାନା ଅଂଚଳରେ ଦିନ ଦ୍ୱିପହରେ ଚୋରଙ୍କ ଆତଙ୍କ ରାଜ୍। ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ । ପୋଲିସର ତଦନ୍ତ ଜାରି।
କେନ୍ଦୁଝର ଟାଉନ ଥାନା ଅଂଚଳରେ ଚୋରି ଡକାୟତି ଘଟଣା ଥମିବାର ନାଁ ନେଉନାହିଁ। ଦିନ ଦ୍ୱିପହରେ ଚାଲିଛି ଚୋରଙ୍କ ଆତଙ୍କ ରାଜ୍। ବିଭିନ୍ନ ଉପାୟରେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ୍। କେନ୍ଦୁଝର ଟାଉନ ଥାନା ଅଂଚଳ ମାଇନିଂ ରୋଡରୁ ଦିନ ଦ୍ୱପହରେ ଆଜି ଜଣେ ମହିଳାଙ୍କ ବେକରୁ ଅଭିନବ ଉପାୟରେ ଦୁବୃର୍ତ୍ତ ଲୁଟି ନେଲେ ଅଢ଼େଇ ଭରିର ସୁନା ଚେନ୍ । ଦୁଇ ଜଣ ଅଜଣା ବ୍ୟକ୍ତି ଆସି ମହିଳାଙ୍କୁ ପ୍ରଥମେ ଅଟକିବାକୁ କହି ମୁଁହରେ କିଛି ତରଳ ପଦାର୍ଥ ପକାଇଥିଲେ । ପରେ ତାଙ୍କ ଠାରୁ ସୁନା ଚେନ୍ ଟି ଖୋଲି ଦେବା ପାଇଁ କହିଥିଲେ। ମହିଳା ଜଣକ ମଧ୍ୟ କିଛି ଜାଣି ନପରି ପାରି ଦୁବୃର୍ତ୍ତଙ୍କ କହିବାନୁସାରେ ତାଙ୍କ ହାତକୁ ସୁନା ଚେନ୍ଟିକୁ ବଢ଼ାଇ ଦେଇଥିଲେ। ମହିଳା ଜଣକ କିଛି ଜାଣିବା ପୂର୍ବରୁ ସେ ଦୁଇ ଦୁର୍ବୁତ୍ତ ସେ ସ୍ଥାନ ରୁ ଫେରାର ହୋଇଯାଇଥିଲେ। ଏହି ଲୁଟ୍ ନେଇ ମହିଳା ଜଣକ ତାଙ୍କ ଘର ଲୋକ ଓ ସ୍ଥାନୀୟ ଲୋକଙ୍କୁ କହିବା ପରେ ଲୋକଙ୍କ ଭିଡ଼ ହୋଇଥିଲେ। ଘଟଣାକୁ ନେଇ ମହିଳାଙ୍କ ଅଭିଯୋଗ ପରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାସ୍ଥଳରେ ଛାନଭିନ ଜାରି କରିଛି।
ରିପୋର୍ଟ- ପାର୍ଥ ମିଶ୍ର, କେନ୍ଦୁଝର
