ସିଜେପି ପରେ ଆସୁଛି RHA, E20 ଜନତା ପାର୍ଟି!
ଏହାକୁ ଦେଖିଲେ ଜେନ୍-ଜି ପୀଢ଼ିର ଏହା ନୂଆ ଜନ୍ତରମନ୍ତର ବୋଲି କୁହାଯାଉଛି। ଇନଷ୍ଟାଗ୍ରାମରେ ସଂରକ୍ଷଣ ବିରୁଦ୍ଧରେ ହୋଇଥିବା ଆକାଉଣ୍ଟ ରିଜର୍ଭେସନ ହଟାଅ ଆନ୍ଦୋଳନ ବା RHA ର ୩.୫ ମିଲିୟନ ଅର୍ଥାତ୍ ୩୫ଲକ୍ଷ ଫଲୋଅର ହୋଇଗଲେଣି। RHA ବ୍ୟତୀତ ସଂରକ୍ଷଣ ବିରୁଦ୍ଧରେ ଆଉ ଏକ ନୂଆ ଆକାଉଣ୍ଟ ବି ଆରମ୍ଭ ହୋଇଛି। ଅବଶ୍ୟ ଏହାର ଅଧିକ ଫଲୋଅର୍ସ ନାହାନ୍ତି। ଏହାର ନାଁ ରିଜର୍ଭେସନ ରିମୁଭାଲ ସଂଘ ବା RSS


କକ୍ରୋଚ ଜନତା ପାର୍ଟିର ଜନ୍ତରମନ୍ତରରେ ସଫଳ ବିରୋଧ ପ୍ରଦର୍ଶନ ପରେ ଏବେ ସୋସିଆଲ ମିଡିଆରେ ସଂରକ୍ଷଣ ହଟାଅ ଆନ୍ଦୋଳନ ତେଜୁଛି। ସାଧାରଣ ଓ ଓବିସି ବର୍ଗର କିଛି ଛାତ୍ର ଏହି ନୂଆ ଡିଜିଟାଲ କ୍ୟାମ୍ପେନ୍ ଆରମ୍ଭ କଲେଣି। ସିଜେପି ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମ ଜରିଆରେ ଏତେ ବିଶାଳ ପ୍ରଦର୍ଶନ କଲା ଯେ, ଯାହା ଚାପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା। ଏବେ ସିଜେପି ରାସ୍ତାରେ ଇନଷ୍ଟାରେ ଅଲଗା ଅଲଗା ଦାବିକୁ ନେଇ ନୂଆ ଆକାଉଣ୍ଟ ଖୋଲିଲାଣି। ଏହାକୁ ଦେଖିଲେ ଜେନ୍-ଜି ପୀଢ଼ିର ଏହା ନୂଆ ଜନ୍ତରମନ୍ତର ବୋଲି କୁହାଯାଉଛି। ଇନଷ୍ଟାଗ୍ରାମରେ ସଂରକ୍ଷଣ ବିରୁଦ୍ଧରେ ହୋଇଥିବା ଆକାଉଣ୍ଟ ରିଜର୍ଭେସନ ହଟାଅ ଆନ୍ଦୋଳନ ବା RHA ର ୩.୫ ମିଲିୟନ ଅର୍ଥାତ୍ ୩୫ଲକ୍ଷ ଫଲୋଅର ହୋଇଗଲେଣି। RHA ବ୍ୟତୀତ ସଂରକ୍ଷଣ ବିରୁଦ୍ଧରେ ଆଉ ଏକ ନୂଆ ଆକାଉଣ୍ଟ ବି ଆରମ୍ଭ ହୋଇଛି। ଅବଶ୍ୟ ଏହାର ଅଧିକ ଫଲୋଅର୍ସ ନାହାନ୍ତି। ଏହାର ନାଁ ରିଜର୍ଭେସନ ରିମୁଭାଲ ସଂଘ ବା RSS ଅଟେ। ଏଥିରେ ୧୫ଶହରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏହା ବ୍ୟତୀତ ପେଟ୍ରୋଲରେ ଇଥାନଲର ମିଶ୍ରଣ ବିରୁଦ୍ଧରେ ହୋଇଥିବା ଆକାଉଣ୍ଟ E20 ଜନତା ପାର୍ଟିରେ ଫଲୋଅର୍ସ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଏହାର ଇନଷ୍ଟା ଆକାଉଣ୍ଟରେ ୧୫୪ହଜାର ଫଲୋଅର୍ସ ଅଛନ୍ତି। RHAର ଦାବି ହେଉଛି, ଜାତି ଆଧାରରେ ମିଳୁଥିବା ସଂରକ୍ଷଣକୁ ପୁରା ଖତମ କରାଯାଉ। ସରକାରୀ ଚାକିରୀ ଓ କଲେଜରେ ଆଡମିଶନ ପୁରା ମେରିଟ ଆଧାରରେ ହେଉ। ଅର୍ଥାତ ନମ୍ୱର ଓ ଯୋଗ୍ୟତାଭିତ୍ତିରେ ହେଉ। ଆର୍ଥିକ ଓ ସାମାଜିକସ୍ତରରେ ଦୁର୍ବଳବର୍ଗକୁ ସାହାଯ୍ୟ କରାଯାଉ। ଫଳରେ ଏହି ବର୍ଗର ଯୁବବର୍ଗଙ୍କ ସ୍ୱପ୍ନ ସାକାର ହୋଇପାରିବ। ଏହି ପେଜରେ ସଂରକ୍ଷଣ ଭେଦଭାବ କରୁଛି ବୋଲି ନାରା ଲଗାଯାଇଛି। ପେଜର ଆଡମିନ୍ ଓ ସମର୍ଥକ ଘୋଷଣା କରିଛନ୍ତି, ଏହି ଆନ୍ଦୋଳନକୁ ସିଜେପି ଭଳି ବଡ଼ଧରଣର କରାଯିବ। ସିଜେପିର ମୁଦ୍ଦା ସିନା ସବୁବର୍ଗର ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଥିଲା। ହେଲେ ସଂରକ୍ଷଣ ବହୁ ସମ୍ୱେଦନଶୀଳ ଓ ସାମ୍ୱାଧାନିକ ମୁଦ୍ଦା ଅଟେ। ସେଥିଲାଗି RHAର ମୁଭମେଣ୍ଟ ଏତେ ସଫଳ ହୋଇନପାରେ ବୋଲି କୁହାଯାଉଛି। ସେପଟେ E20 ଜନତା ପାର୍ଟିର କୌଣସି ସଂଗଠନ ବା ପଞ୍ଜୀକୃତ ପାର୍ଟି ନାହିଁ। ବରଂ ସୋସିଆଲ ମିଡିଆରେ ଏକ ହ୍ୟାଣ୍ଡେଲ୍। ଏହା ଏକପ୍ରକାର ଡିଜିଟାଲ କ୍ୟାମ୍ପେନ୍। ଯିଏ କହୁଛି, ଦେଶତମାମ E20 ପେଟ୍ରୋଲ ପ୍ରତି ଆକର୍ଷଣ ବଢାଇବା ସହ ଗ୍ରାହକଙ୍କ ପାଖରେ ଶତ ପ୍ରତିଶତ ଶୁଦ୍ଧ ପେଟ୍ରୋଲ କିଣିବାକୁ ବି ବିକଳ୍ପ ରହିବା ଜରୁରୀ। ସରକାର ଯଦି E20 ଉପଲବ୍ଧ କରିବାକୁ ଚାହୁଁଛନ୍ତି କରନ୍ତୁ। କିନ୍ତୁ ବିନା ଇଥାନଲରେ ଶୁଦ୍ଧ ପେଟ୍ରୋଲ ବି ମିଳିବା ଜରୁରୀ।
