Rashmika Mandanna is all set to play MS Subbulakshmi: ଭାରତ ରତ୍ନ ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀଙ୍କ ବାୟୋପିକ : ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା
ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀଙ୍କ ଜୀବନୀକୁ ନେଇ ନିର୍ମିତ ହେବାକୁ ଥିବା ବାୟୋପିକରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରି ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀଙ୍କ କାହାଣୀକୁ ଜୀବନ୍ତ କରିବେ
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ କର୍ଣ୍ଣାଟକୀ ସଙ୍ଗୀତର ମହାନ ଗାୟିକା ତଥା ଭାରତ ରତ୍ନ ସମ୍ମାନିତ ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀଙ୍କ ଜୀବନୀକୁ ନେଇ ନିର୍ମିତ ହେବାକୁ ଥିବା ବାୟୋପିକର ଘୋଷଣା ସରିଛି | ଏହି ବାୟୋପିକରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରି ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀଙ୍କ କାହାଣୀକୁ ଜୀବନ୍ତ କରିବେ | ଏହି ଚଳଚ୍ଚିତ୍ରର ନାମ 'ଏମ୍.ଏସ୍. - ଏ ଲେଗାସୀ ଅନ୍ ସ୍କ୍ରିନ୍' ରଖାଯାଇଥିବା ବେଳେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ସୁବ୍ବୁଲକ୍ଷ୍ମୀଙ୍କ ୧୧୦ତମ ଜୟନ୍ତୀ ଅବସରରେ ଚେନ୍ନାଇର ସଙ୍ଗୀତ ଏକାଡେମୀଠାରେ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ କରାଯାଇଛି, ଯେଉଁଥିରେ ବିଶିଷ୍ଟ ଅଭିନେତା ତଥା ସାଂସଦ କମଲ ହାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।ଏହି ବାୟୋପିକରେ 'ଜର୍ସି' ଫେମ ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ପ୍ୟାନ୍-ଇଣ୍ଡିଆ ସିନେମାରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ସଙ୍ଗୀତ ସଂଯୋଜନା କରିବେ। ଗୀତା ଆର୍ଟସ, ରକ୍ଲାଇନ୍ ଏଣ୍ଟରଟେନମେଣ୍ଟ ଏବଂ ବନ୍ନି ଭାସ୍ ୱାର୍କସର ମିଳିତ ସହଯୋଗରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ର ସୁବ୍ବୁଲକ୍ଷ୍ମୀଙ୍କ ସଙ୍ଗୀତ ଯାତ୍ରା ଓ ଜୀବନର ବିଭିନ୍ନ ଦିଗକୁ ପରଦାରେ ଜୀବନ୍ତ କରିବ। ଏମ୍.ଏସ୍. ସୁବ୍ବୁଲକ୍ଷ୍ମୀ ଭାରତୀୟ ସଙ୍ଗୀତ ଜଗତର ପ୍ରଥମ କଳାକାର ଥିଲେ ଯାହାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ରେ ଅଳଙ୍କୃତ କରାଯାଇଥିଲା | ଏହା ବ୍ୟତୀତ ସେ 1966 ରେ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA) ରେ ପ୍ରସ୍ତୁତି ଦେଇଥିବା ପ୍ରଥମ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକାର ଥିଲେ | ନିକଟରେ 'କକ୍ଟେଲ୍ ୨'ରେ ନଜର ଆସିଥିବା ରଶ୍ମିକାଙ୍କ ପାଇଁ ଏହି ଭୂମିକା କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି।
