Ghamasan vs Hewan:‘ଘମାସାନ’କୁ ପ୍ରଶଂସା, ‘ହୈୱାନ’କୁ ମିଶ୍ରିତ ପ୍ରତିକ୍ରିୟା
ତିଗମାଂଶୁ ଧୁଲିଆଙ୍କ 'ଘମାସାନ' ଏବଂ ପ୍ରିୟଦର୍ଶନଙ୍କ 'ହେୱାନ' ଏହି ରିଲିଜ ହେବାପରେ ଖୁବ ଚର୍ଚ୍ଚାରେ ଅଛି | ଏହି ଫିଲ୍ମଗୁଡିକ ୧୧ ସେପ୍ଟେମ୍ବର ୨୦୨୬ରେ ସିନେମା ହଲରେ ରିଲିଜ ହୋଇଥିଲା, କିନ୍ତୁ ଉଭୟଙ୍କର ବିଷୟବସ୍ତୁ ଓ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ |

ତିଗମାଂଶୁ ଧୁଲିଆଙ୍କ 'ଘମାସାନ' ଏବଂ ପ୍ରିୟଦର୍ଶନଙ୍କ 'ହେୱାନ' ଏହି ରିଲିଜ ହେବାପରେ ଖୁବ ଚର୍ଚ୍ଚାରେ ଅଛି | ଏହି ଫିଲ୍ମ ଦୁଇଟି ୧୧ ସେପ୍ଟେମ୍ବର ୨୦୨୬ରେ ସିନେମା ହଲରେ ରିଲିଜ ହୋଇଥିଲା, କିନ୍ତୁ ଉଭୟଙ୍କର ବିଷୟବସ୍ତୁ ଓ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ | 'ଘମାସାନ'ରେ ପ୍ରତୀକ ଗାନ୍ଧୀ ଓ ଅରଶଦ ୱାସି ପରସ୍ପର ମୁହାମୁହିଁରେ ଅଛନ୍ତି | ବୁନ୍ଦେଲଖଣ୍ଡର ତିଆରି ହୋଇଥିବା ଏହି କ୍ରାଇମ ଆକ୍ସନ ଡ୍ରାମା ଫିଲ୍ମ ଭୟଙ୍କର ଡକାୟତ ମହାରାଜା ଓ ସଚ୍ଚୋଟ IPS ଅଧିକାରୀ ଆଦିତ୍ୟ ସିଂହଙ୍କ ମଧ୍ୟରେ ମୁକାବଲା ଉପରେ ଆଧାରିତ | ଅରଶଦ ୱାସି 'ମହାରାଜା' ଚରିତ୍ରରେ ଅଭିନୟ କରିଛନ୍ତି , ଯେବେକି ପ୍ରତୀକ ଗାନ୍ଧୀ IPS ଅଧିକାରୀଙ୍କ ଭୂମିକାରେ ଅଛନ୍ତି | ଫିଲ୍ମରେ କ୍ଷମତା , ରାଜନୀତି, ଅପରାଧ ,ବିଶ୍ୱସ୍ତତା ଏବଂ ନ୍ୟାୟର ଲଢ଼େଇକୁ ଦର୍ଶାଯାଇଛି | ଏହି ଫିଲ୍ମଟି Zee5ରେ ରିଲିଜ ହୋଇଛି | ଅନ୍ୟପକ୍ଷରେ, ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ‘ହୈୱାନ’ ଫିଲ୍ମରେ ଅକ୍ଷୟ କୁମାର ଓ ସୈଫ ଅଲି ଖାନ ପ୍ରାୟ ୧୭ ବର୍ଷ ପରେ ପୁଣି ଏକାଠି ନଜର ଆସିଛନ୍ତି। ଏହା ଏକ ସସ୍ପେନ୍ସ-ଥ୍ରିଲର୍ ଫିଲ୍ମ। ଫିଲ୍ମରେ ସୈଫ ଅଲି ଖାନ ଦୃଷ୍ଟିହୀନ ‘ଶ୍ୟାମ’ ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ଅକ୍ଷୟ କୁମାର ଏକ ନକାରାତ୍ମକ ଚରିତ୍ରରେ ନଜର ଆସିଛନ୍ତି । ଏଥିରେ ସୈୟାମୀ ଖେର, ଶ୍ରିୟା ପିଲଗାଓଁକର ଓ ବୋମନ ଇରାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେପଟେ, ‘ଘମାସାନ’କୁ ନେଇ ଆସିଥିବା ପ୍ରାରମ୍ଭିକ ସମୀକ୍ଷାରେ ଫିଲ୍ମର ଅଭିନୟ ଓ କାହାଣୀର ପରିବେଶକୁ ପ୍ରଶଂସା କରାଯାଇଛି । ଅନ୍ୟପଟେ ‘ହୈୱାନ’କୁ ନେଇ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ବକ୍ସ ଅଫିସରେ ମଧ୍ୟ ‘ହୈୱାନ’ର ଆରମ୍ଭ ଆଶା ଅନୁସାରେ ଭଲ ହୋଇନଥିବା ଜଣାପଡ଼ିଛି |
