ସିବିଏସଇରେ ଇତିହାସ: ୫୦୦/୫୦୦ ପାଇଲେ ଅବନୀ କେଜ୍ରିୱାଲ
୯୫.୨% ରୁ ୧୦୦%: ଅବନୀଙ୍କ ଅଦ୍ଭୁତ ସଫଳତା ଚର୍ଚ୍ଚାରେ। ପୁନଃମୂଲ୍ୟାୟନ ପରେ ୫୦୦/୫୦୦ ପାଇଲେ ରାଞ୍ଚିର ଅବନୀ କେଜ୍ରିୱାଲ।
ନିଜ ଉପରେ ବିଶ୍ୱାସ ଆଣିଦେଲା ସଫଳତା। ସିବିଏସଇ ପରୀକ୍ଷାରେ ଇତିହାସ ରଚିଲେ ରାଞ୍ଚିର ଅବନୀ କେଜ୍ରିଓ୍ୱାଲ। ଖାତା ପୁନଃ ମୂଲ୍ୟାୟନ ପରେ ୫୦୦ରୁ ୫୦୦ ମାର୍କ ରଖି ରଚିଲେ ନୂଆ ରେକର୍ଡ। ଝାଡଖଣ୍ଡ ରାଞ୍ଚିସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ବାଣିଜ୍ୟ ବିଭାଗର ଛାତ୍ରୀ ଅବନୀ କେଜ୍ରିୱାଲ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଉତ୍ତର ଖାତା ପୁନଃମୂଲ୍ୟାୟନ ହେବା ପରେ ୫୦୦ରୁ ୫୦୦ ମାର୍କ ରଖିଥିବା ସେ କହିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମେ ୧୩ ତାରିଖରେ ସିବିଏସଇ ଦ୍ବାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଥିବା ବେଳେ, ଅବନୀ ୯୫.୨ ପ୍ରତିଶତ ମାର୍କ ପାଇଥିଲେ। କିନ୍ତୁ ପରେ ତାଙ୍କ ମାର୍କକୁ ନେଇ ସନ୍ତୁଷ୍ଟ ନଥିବାରୁ ସେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ଅବନୀ କହିଥିଲେ, “ପୁନଃମୂଲ୍ୟାୟନ ପୂର୍ବରୁ ମୋର ୯୫.୨ ପ୍ରତିଶତ ଅଙ୍କ ଥିଲା। ଇଂରାଜୀରେ ୮୧ ଓ ବାଣିଜ୍ୟ ଅଧ୍ୟୟନରେ ୯୫ ଅଙ୍କ ପାଇଥିଲେ ଏବଂ ଇଂରାଜୀରେ ଭଲ ହେଉଥିବାରୁ ସେ, ଏହି ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ତେବେ ଖାତା ପୁନଃମୂଲ୍ୟାୟନ ପରେ ତାଙ୍କର ପାଞ୍ଚଟି ବିଷୟରେ ମୋଟ ମାର୍କ ୫୦୦ରୁ ୫୦୦କୁ ସଂଶୋଧିତ ହୋଇଥିଲା। ଅପରପକ୍ଷେ, ସେ ଆହୁରି କହିଥିଲେ, ତାଙ୍କ ପରିବାର ଲୋକେ ମାର୍କକୁ ନେଇ ସନ୍ତୁଷ୍ଟ ଥିବା ବେଳେ ସେ କିନ୍ତୁ ସନ୍ତୁଷ୍ଟ ନଥିଲେ । ପରୀକ୍ଷା ଫଳ ପ୍ରକାଶ ପରେ, ସିବିଏସଇ ୱେବସାଇଟରେ ପୁନଃମୂଲ୍ୟାୟନ ଆବେଦନକୁ ଅପେକ୍ଷା କରିଥିଲେ ଏବଂ ପରେ ଆବେଦନ କରିଥିଲି। ପୁନଃମୂଲ୍ୟାୟନ ପରେ ମୁଁ ୫୦୦ରୁ ୫୦୦ ମାର୍କ ରହିବା ସହ ଏହି ରେଜଲ୍ଟରେ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି।
