ରାମମନ୍ଦିର ଦାନଅର୍ଥ- ଏଣିକି ଗଣିବ ଏସବିଆଇ
ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ଭିତରେ ଏହି ୩୬ କର୍ମଚାରୀ ନଥିଲେ। ଯେଉଁ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି, ସେମାନେ ସିଧା ଟ୍ରଷ୍ଟ ବା ବ୍ୟାଙ୍କ କର୍ମଚାରୀ ନଥିଲେ। ସେମାନଙ୍କୁ ବାରାଣସୀର ଏକ ପ୍ରାଇଭେଟ ଏଜେନ୍ସି ଜରିଆରେ ହାଉସକିପିଂ ଷ୍ଟାଫ ଭାବେ ନିଯୁକ୍ତ କରାଯାଇଥିଲା। ପରେ ଏମାନଙ୍କୁ ଦାନ ଗଣତି କାମରେ ଲଗାଯାଇଥିଲା। ଏବେ ଏମାନଙ୍କୁ ପରିଚୟପତ୍ର ଓ ୟୁନିଫର୍ମ ଜମା କରିବାକୁ କୁହାଯାଇଛି।

ରାମମନ୍ଦିର ଟ୍ରଷ୍ଟର କାଉଣ୍ଟିଂ ଉପରେ ବଡ଼ ନିଷ୍ପତ୍ତି। ସମସ୍ତ ୩୬ କର୍ମଚାରୀଙ୍କୁ ଛୁଟି କରିଦିଆଗଲା। ଏବେ ଏସବିଆଇ ଷ୍ଟାଫ୍ କରିବେ ଦାନ ଟଙ୍କାର ଗଣତି। ଗଣତି ପ୍ରକ୍ରିୟାରେ ସାମିଲ ଥିବା ୩୬ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ତାଙ୍କ ଜାଗାରେ ଏସବିଆଇର ନିୟମିତ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଦାନ ଚୋରି ମାମଲାରେ ଯେଉଁ ୮ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିରେ ଏହି ୩୬ କର୍ମଚାରୀ ସାମିଲ ନଥିଲେ। ଶ୍ରୀରାମ ଜନ୍ମଭୂମି ତୀର୍ଥଟ୍ରଷ୍ଟ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦାନଗଣତିର ପୁରା ପ୍ରକ୍ରିୟାକୁ ବଦଳାଇଦେଇଛନ୍ତି। ପୂର୍ବରୁ ୨୩ କର୍ମଚାରୀଙ୍କୁ କାର୍ଯ୍ୟମୁକ୍ତ କରାଯାଇଥିଲା। ଆଉ ଏବେ ବାକି ୧୩ କର୍ମଚାରୀଙ୍କୁ ବି ଡ୍ୟୁଟିରୁ ହଟାଇଦିଆଗଲା। ଏହା ସହ ବର୍ଷ ବର୍ଷ ଧରି ଗଣତିରେ ସାମିଲ ଥିବା ପୁରା ଟିମର ଭୂମିକାକୁ ବି ଖତମ କରିଦିଆଗଲା। କେବଳ ଏତିକି ନୁହେଁ। ମନ୍ଦିର ପରିସରରେ ସଫେଇ, ଦେଖାଶୁଣା ଓ ଅନ୍ୟ ସେବା ସହ ଜଡ଼ିତ ଅନେକ ପୁରୁଣା ଠିକାଦାରଙ୍କୁ ବି ହଟାଇ ଦିଆଯାଇଛି। ଟ୍ରଷ୍ଟର ଉଦ୍ଦେଶ୍ୟ ପୁରୁଣା ଅପରେସନାଲ ନେଟଓ୍ୱର୍କକୁ ବଦଳାଇ ପୁରା ନୂଆ ବ୍ୟବସ୍ଥା ଆପଣାଇବା। ଫଳରେ ସମ୍ୱେଦନଶୀଳ କାମରେ ଅନୁଧ୍ୟାନ ସହ ଜବାବଦେହୀକୁ ଅଧିକ ମଝଭୁତ କରିବା। ଦାନ ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ଭିତରେ ଏହି ୩୬ କର୍ମଚାରୀ ନଥିଲେ। ଯେଉଁ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି, ସେମାନେ ସିଧା ଟ୍ରଷ୍ଟ ବା ବ୍ୟାଙ୍କ କର୍ମଚାରୀ ନଥିଲେ। ସେମାନଙ୍କୁ ବାରାଣସୀର ଏକ ପ୍ରାଇଭେଟ ଏଜେନ୍ସି ଜରିଆରେ ହାଉସକିପିଂ ଷ୍ଟାଫ ଭାବେ ନିଯୁକ୍ତ କରାଯାଇଥିଲା। ପରେ ଏମାନଙ୍କୁ ଦାନ ଗଣତି କାମରେ ଲଗାଯାଇଥିଲା। ଏବେ ଏମାନଙ୍କୁ ପରିଚୟପତ୍ର ଓ ୟୁନିଫର୍ମ ଜମା କରିବାକୁ କୁହାଯାଇଛି। ଜମା କରିବା ପର ଦିନଠୁ ଆଉ ଡ୍ୟୁଟିରେ ନ ଆସିବାକୁ କୁହାଯାଇଛି। ତେବେ କାମରୁ ହଟାଯାଇଥିବା କିଛି କର୍ମଚାରୀ କହିଛନ୍ତି ବିନା କୌଣସି ନୋଟିସରେ ସେମାନଙ୍କୁ ହଟାଇଦିଆଗଲା। ପ୍ରତି କର୍ମଚାରୀଙ୍କ ବେତନ ବାବଦରେ ଏଜେନ୍ସି ୨୬ହଜାର ଟଙ୍କା ନେଉଥିବା ବେଳେ ସେମାନଙ୍କୁ ଦେଉଥିଲା ମାତ୍ର ୧୫ହଜାର ଟଙ୍କା। ସେମାନେ ବ୍ୟକ୍ତିଗତ ସ୍ତରରେ କୌଣସି ଭୁଲ୍ କରିନଥିଲେ ସୁଦ୍ଧା ଅକାରଣରେ ଦଣ୍ଡ ପାଇଲେ।
