'ରଜ ସଂକ୍ରାନ୍ତି', ଦୋଳିରେ ଝୁମୁଛି ପୁରା ଭଦ୍ରକ ସହର
ରଜ ଦୋଳିରେ ଝୁମୁଛି ଭଦ୍ରକ | ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ 'ରଜ' ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି । ଗତକାଲି 'ପହିଲି ରଜ'ର ଉତ୍ସାହ ପରେ ଆଜି 'ରଜ ସଂକ୍ରାନ୍ତି'
N
By Namita PattanaikPublished: Jun 15, 2026, 12:22 PM •1 min read •4 Views
ରଜ ଦୋଳିରେ ଝୁମୁଛି ଭଦ୍ରକ | ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ 'ରଜ' ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି । ଗତକାଲି 'ପହିଲି ରଜ'ର ଉତ୍ସାହ ପରେ ଆଜି 'ରଜ ସଂକ୍ରାନ୍ତି' ରେ ଭଣ୍ଡାରିପୋଖରୀ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ କରି ମା' ବସୁନ୍ଧରାଙ୍କୁ ବିଶ୍ରାମ ଦେବାର ଏହି ଅନନ୍ୟ ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ଶ୍ରେଷ୍ଠ ନିଦର୍ଶନ।ଜିଲ୍ଲାର କୋଣ ଅନୁକୋଣରେ ଝିଅ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ସୁସଜ୍ଜିତ ରଜ ଦୋଳିରେ ଝୁଲୁଛନ୍ତି । ଏହା ସହିତ ରଜ ଗୀତ, ପୁଚି ଖେଳ ଏବଂ ସୁଆଦିଆ ପୋଡ଼ପିଠା, ମଣ୍ଡା, ଚକୁଳି ଓ ରଜ ପାନର ମଜା ନେଉଛନ୍ତି।
N
Namita PattanaikSr. Producer
Comments0
Leave a Reply
Loading comments...
