ନିର୍ବାଚନ ଲଢିବେନି ସାଉଥ ସୁପରଷ୍ଟାର ଲରେନ୍ସ
ଲରେନ୍ସ ଲଢ଼ିବେ କି ନାହିଁ, ଏ ବାବଦରେ ପ୍ରଶଂସକଙ୍କଠୁ ବି ଏ ସନ୍ଦର୍ଭରେ ରାୟ ମାଗିଥିଲେ। ଜୁନ୍ ୧୧, ୨୦୨୬ରେ ବଡ଼ ଘୋଷଣା କରିବାକୁ ଯୋଜନା କରିଥିଲେ। ହେଲେ ପ୍ରଖ୍ୟାତ ନିର୍ଦେଶକ ଭରାଥିରାଜାଙ୍କ ନିଧନରୁ ଏହାକୁ ସ୍ଥଗିତ କରିଦେଇଥିଲେ। ଆଜି ସ୍ପଷ୍ଟ କରିଛନ୍ତି ସାଉଥ ସୁପରଷ୍ଟାର ଲରେନ୍ସ। ହେଲେ ଏହାର ଅର୍ଥ ନୁହେଁ ଯେ, ସେ କେବେ ବି ରାଜନୀତିରେ ଏଣ୍ଟ୍ରି କରିବେନି।

ତ୍ରିଚି ଆସନରୁ ଉପନିର୍ବାଚନ ଲଢ଼ିବେନି ରାଘବ ଲରେନ୍ସ। ଏ କଥା ଆଜି ସୋସିଆଲ ମିଡିଆରେ ଆସି ସ୍ପଷ୍ଟ କରିଛନ୍ତି ସାଉଥ ସୁପରଷ୍ଟାର ଲରେନ୍ସ। ହେଲେ ଏହାର ଅର୍ଥ ନୁହେଁ ଯେ, ସେ କେବେ ବି ରାଜନୀତିରେ ଏଣ୍ଟ୍ରି କରିବେନି। ତ୍ରିଚି ଇଷ୍ଟ ଆସନରେ ହେବ ଉପନିର୍ବାଚନ। ଏହି ଆସନରୁ ଜୋସେଫ ବିଜୟ ଜିତିଥିଲେ। ଏକକାଳୀନ ପେରାମ୍ୱୁର ଓ ତ୍ରିଚି ପୂର୍ବ ଦୁଇଟିଯାକ ଆସନରୁ ଜିତିଥିଲେ ଥଲପତି ବିଜୟ। ସାମ୍ୱିଧାନିକ ବାଧ୍ୟବାଧକତାରୁ ପେରାମ୍ୱୁରକୁ ରଖିଲେ ଓ ତ୍ରିଚି ଆସନ ଛାଡ଼ିଥିଲେ ବିଜୟ। ଆଉ ଏହି ଆସନରେ ଲରେନ୍ସ ଭାଗ୍ୟପରୀକ୍ଷା କରିବେ ବୋଲି ଜୋରଦାର ଚାଲିଥିଲା ଚର୍ଚ୍ଚା। ବିଶିଷ୍ଟ ଫିଲ୍ମମେକର ଭରାଥିରାଜାଙ୍କ ପରଲୋକ କାରଣରୁ ନିଜର ରାଜନୈତିକ ଘୋଷଣାକୁ କିଛି ସମୟ ଲାଗି ଟାଳିଦେଇଥିଲେ ଲରେନ୍ସ। ନିକଟରେ ଥଲପତି ବିଜୟଙ୍କ ରାଜନୈତିକ କାର୍ଯ୍ୟଶୈଳୀକୁ ବେଶ୍ ପ୍ରଶଂସା କରିଥିଲେ ଲରେନ୍ସ। ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଓ ତ୍ରିଚି ପୂର୍ବ ଆସନରୁ ଦଳୀୟ ପ୍ରାର୍ଥୀ ସାଜି ଉପନିର୍ବାଚନ ଲଢ଼ିବା ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା। ଲରେନ୍ସ ଲଢ଼ିବେ କି ନାହିଁ, ଏ ବାବଦରେ ପ୍ରଶଂସକଙ୍କଠୁ ବି ଏ ସନ୍ଦର୍ଭରେ ରାୟ ମାଗିଥିଲେ। ଜୁନ୍ ୧୧, ୨୦୨୬ରେ ବଡ଼ ଘୋଷଣା କରିବାକୁ ଯୋଜନା କରିଥିଲେ। ହେଲେ ପ୍ରଖ୍ୟାତ ନିର୍ଦେଶକ ଭରାଥିରାଜାଙ୍କ ନିଧନରୁ ଏହାକୁ ସ୍ଥଗିତ କରିଦେଇଥିଲେ। ରାଘବ ନିଜର ଦମଦାର ଡ୍ୟାନ୍ସ, କଞ୍ଚନା ଭଳି ସୁପରହିଟ୍ ହରର ଫିଲ୍ଣ ଓ ସାମାଜିକ କାର୍ଯ୍ୟକ୍ରମ ଲାଗି ବେଶ୍ ନାଁ କମାଇଛନ୍ତି। ସିଏମ ବିଜୟଙ୍କୁ ନିଜ ମେଣ୍ଟର ଓ ରଜନୀକାନ୍ତଙ୍କୁ ନିଜର ମାର୍ଗଦର୍ଶକ ମାନନ୍ତି ଲରେନ୍ସ। ତ୍ରିଚି ଆସନରେ ମହାମୁକାବିଲା ହେବ। କାରଣ ଏହି ଆସନରୁ ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଲଢ଼ିପାରନ୍ତି। କାରଣ ବିଧାନସଭାରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ କଟାକ୍ଷ କରି ବିଜୟ କହିଥିଲେ, ତୁମ ପିତା କାହାନ୍ତି। ଦେଖାଯାଉନାହାନ୍ତି। ଏକ ଛୋଟ କାହାଣୀ ଜରିଆରେ ଷ୍ଟାଲିନଙ୍କ ଅନୁପସ୍ଥିତିର କଥା ଉଠାଇଥିଲେ। ଷ୍ଟାଲିନ ୨୦୨୬ ନିର୍ବାଚନରେ ହାରିଯାଇଛନ୍ତି ଓ ବିଧାନସଭା ଯାଇପାରିନାହାନ୍ତି। ଏହାର ଜବାବ ଦେଇ ଷ୍ଟାଲିନ କହିଥିଲେ, ସେ ବିଧାନସଭାରେ ସିନା ନାହାନ୍ତି। ହେଲେ ଲୋକଙ୍କ ହୃଦୟରେ ସବୁବେଳେ ରହିବେ। ଆଉ ଷ୍ଟାଲିନଙ୍କ ଏ ବୟାନ ପରେ ଡିଏମକେ ନେତା ଏନ ନେହେରୁ କହିଥିଲେ, ତାଙ୍କ ନେତା ଷ୍ଟାଲିନ ଖୁବ୍ ଶୀଘ୍ର ବିଧାନସଭାକୁ ଫେରିବେ। ତେବେ ଆଗାମୀ ୫ଟି ସିଟରେ ହେବାକୁ ଥିବା ଉପନିର୍ବାଚନରେ କେଉଁ ସିଟରୁ ଲଢିବେ ଷ୍ଟାଲିନ, ସ୍ପଷ୍ଟ ହୋଇନି। ଯଦି ଷ୍ଟାଲିନ ମୈଦାନକୁ ଓହ୍ଲାଇବେ, ତାହେଲେ ହାଇ ଭୋଲଟେଜ୍ କଣ୍ଟେଷ୍ଟ ହେବ। ଲରେନ୍ସ ଲଢ଼ିବାକୁ ମନା କରିବା ପରେ ଏବେ ଟିଭିକେରୁ କିଏ ପ୍ରାର୍ଥୀ ହେବ, ସେ ନେଇ କୌଣସି ସ୍ପଷ୍ଟତା ଆସିନି। ତ୍ରିଚି ଆସନ ସହ ରାଜ୍ୟର ୫ଟି ଅନ୍ୟ ସିଟରେ ବି ଉପନିର୍ବାଚନ ହେବ। ୨୦୧୧ରେ ହୋଇଥିଲା ତ୍ରିଚି ଆସନ। ୨୦୧୧ ଓ ୨୦୧୬ରେ ଏଠାରୁ ଏଆଇଏଡିଏମକେ ଜିତିଥିଲା। ୨୦୨୧ରେ ଡିଏମକେ ଏହି ଆସନକୁ ଦଖଲ କରିଥିଲା। ୨୦୨୬ରେ ବିଜୟଙ୍କ ହାତକୁ ଚାଲିଯାଇଥିଲା ଏହି ଆସନ। ବିଜୟ ୨୭ହଜାର୪୧୬ ଭୋଟରେ ଡିଏମକେ ପ୍ରାର୍ଥୀ ଇନିଗୋ ଏସ ଇରୁଦୟାରାଜଙ୍କୁ ହରାଇଥିଲେ। ସେପଟେ ଏମକେ ଷ୍ଟାଲିନ ନିଜର ପାରମ୍ପରିକ କୋଳଥୁର ଆସନରେ ଟିଭିକେ ପ୍ରାର୍ଥୀଙ୍କଠୁ ହାରିଯାଇଥିଲେ। ସେଥିଲାଗି ବିଧାନସଭାକୁ ଫେରିବାକୁ ହେଲେ ଉପନିର୍ବାଚନ ଲଢିବାକୁ ପଡ଼ିବ।
