କାହିଁକି ବିଜେପି ଛାଡ଼ିଲେ ପୁନାଓ୍ୱାଲା- ଇସ୍ତଫା ନିଷ୍ପତ୍ତିରେ କାଏମ..
ଇସ୍ତଫା ପଛରେ ଆର୍ଥିକ ଓ ବ୍ୟକ୍ତିଗତ ପରିସ୍ଥିତିର ଆଧାର ଦର୍ଶାଇଛନ୍ତି ପୁନାଓ୍ୱାଲା। ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଭବିଷ୍ୟତରେ ଯେଉଁଠି ବି ରହିଲେ, ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦୃଷ୍ଟିକୋଣ ଓ କାର୍ଯ୍ୟର ସମର୍ଥନ ଜାରି ରଖିବେ।

ମାନିଲେନି ଶେହାଜାଦା ପୁନାଓ୍ୱାଲା। ବିଜେପିକୁ କଲେ ବାଏ ବାଏ। ଦଳର ବ୍ୟବସ୍ଥା ଛାଡ଼ିଲେ ସତ। କିନ୍ତୁ ବିଚାର ଓ ବ୍ୟକ୍ତି ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ପୁନାଓ୍ୱାଲା। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଜୁଲାଇ ୩୦ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପଦ ସମେତ ସକ୍ରିୟ ପ୍ରାଥମିକ ସଦସ୍ୟତାରୁ ଅଲଗା ହେବାକୁ ଅନ୍ତିମ ନିଷ୍ପତ୍ତି ନେଇ ଇସ୍ତଫା ପତ୍ର ପଠାଇଥିଲେ। ହେଲେ ଇସ୍ତଫା ପତ୍ର ଗ୍ରହଣ ହୋଇନଥିଲା। କାରଣ ନିଷ୍ପତ୍ତିର ପୁନର୍ବିଚାର ଲାଗି ଦଳ କହିଥିଲା। ଆଉ ଆଜି ଦ୍ୱିତୀୟ ଥର ଲାଗି ଇସ୍ତଫା ପତ୍ର ପଠାଇ ତୁରନ୍ତ ଗ୍ରହଣ କରିନେବାକୁ ଅନୁରୋଧ କରିଛନ୍ତି। ବେଶ୍ ଗମ୍ଭୀର ବିଚାରବିମର୍ଶ ପରେ ନିଜ ନିଷ୍ପତ୍ତିରେ କାଏମ ରହିଛନ୍ତି ପୁନାଓ୍ୱାଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ପତ୍ର ଲେଖିଛନ୍ତି। ଇସ୍ତଫା ପଛରେ ଆର୍ଥିକ ଓ ବ୍ୟକ୍ତିଗତ ପରିସ୍ଥିତିର ଆଧାର ଦର୍ଶାଇଛନ୍ତି ପୁନାଓ୍ୱାଲା। ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଭବିଷ୍ୟତରେ ଯେଉଁଠି ବି ରହିଲେ, ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦୃଷ୍ଟିକୋଣ ଓ କାର୍ଯ୍ୟର ସମର୍ଥନ ଜାରି ରଖିବେ। ଶେହଜାଦ ପୁନାୱାଲା ଭାରତୀୟ ରାଜନୀତିର ଜଣେ ପରିଚିତ ଟିଭି ଡିବେଟ୍ ମୁଖପାତ୍ର। ସେ ପ୍ରଥମେ କଂଗ୍ରେସ ସହ ରାଜନୀତି ଆରମ୍ଭ କରିଥିଲେ, ପରେ ୨୦୧୭ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପିର ଜାତୀୟ ମୁଖପାତ୍ର ଭାବେ ସେ ବିଶେଷ ପରିଚିତ ହୋଇଥିଲେ। ସେ ଆଇନ ପାଠ ପଢ଼ିଛନ୍ତି ଏବଂ ରାଜନୀତି କ୍ଷେତ୍ରକୁ ଆସିବା ପୂର୍ବରୁ ଆଇନ ଓ ସାମାଜିକ କାର୍ଯ୍ୟ ସହ ଜଡ଼ିତ ଥିଲେ। ତାଙ୍କ ଭାଇ ତେହସିନ ପୁନାୱାଲା ମଧ୍ୟ ଜଣେ ରାଜନୀତିକ ଟିପ୍ପଣୀକାର ଓ ସାମାଜିକ କର୍ମୀ। ଶହଜାଦ ଛାତ୍ର ରାଜନୀତି ମାଧ୍ୟମରେ କଂଗ୍ରେସରେ ପ୍ରବେଶ କରିଥିଲେ। ପରେ ସେ କଂଗ୍ରେସର ମିଡିଆ ସେଲ୍ ସହ କାମ କରିଥିଲେ ଏବଂ ମହାରାଷ୍ଟ୍ର କଂଗ୍ରେସରେ ମଧ୍ୟ ଦାୟିତ୍ୱ ନେଇଥିଲେ। ୨୦୧୭ରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପ୍ରକ୍ରିୟାକୁ ଶହଜାଦ ପୁନାୱାଲା ଖୋଲାଖୋଲି ପ୍ରଶ୍ନ କରିଥିଲେ। ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପାରଦର୍ଶିତା ନଥିବା ଏବଂ ପ୍ରକ୍ରିୟା ରାହୁଲ ଗାନ୍ଧୀଙ୍କ ପକ୍ଷରେ ଥିବା ଅଭିଯୋଗ କରିଥିଲେ। ଏହା ପରେ କଂଗ୍ରେସ ସହ ତାଙ୍କ ସମ୍ପର୍କ ଭାଙ୍ଗିଗଲା।
