କର୍ଣ୍ଣପାଳ ଗାଁରେ ପାଗଳ କୁକୁର ଆତଙ୍କ,୨ ଗୁରୁତର ଓ ୫ ଆହତ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗାଁରେ ଏକ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି। କୁକୁର କାମୁଡ଼ାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୋଟ ୫ ଜଣ ଆହତ
ଛେଣ୍ଡିପଦା: କର୍ଣ୍ଣପାଳ ଗାଁରେ ପାଗଳ କୁକୁର ଆତଙ୍କ, ୨ଗୁରୁତର ଓ ୫ ଆହତ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗାଁରେ ଏକ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି। କୁକୁର କାମୁଡ଼ାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୋଟ ୫ ଜଣ ଆହତ ହୋଇଛନ୍ତି। ଏହାସହ ୫ଟି ବଳଦ ଓ ୪ଟି ଛେଳି ମଧ୍ୟ କୁକୁର ଆକ୍ରମଣର କରିଛି । ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଗ୍ରାମରେ ଏକ ପାଗଳ କୁକୁର ବୁଲୁଥିବା ଦେଖିବାକୁ ମିଳିଛି । ଗତକାଲି କୁକୁରଟି ଗ୍ରାମର ବୃଦ୍ଧ ଦୀନବନ୍ଧୁ ମାଝୀଙ୍କ ମୁହଁ ଓ ନାକକୁ କାମୁଡ଼ି ବା ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ବିଷ୍ଣୁ ଛେଣ୍ଡଙ୍କ ହାତକୁ ମଧ୍ୟ କୁକୁରଟି କାମୁଡ଼ି ଦେଇଥିଲା। ଏହାପରେ କୁକୁରଟି ଗ୍ରାମର ଦୁଇ ମହିଳା ବିଶିଖା ବେହେରା ଓ କଦଳୀ ମାଝୀଙ୍କ ସହ ଆଉ ତିନି ଜଣ ଯୁବକଙ୍କୁ ମଧ୍ୟ କାମୁଡ଼ି ଆହତ କରିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ କୁକୁର କାମୁଡ଼ା ଜନିତ ଟୀକା ମଧ୍ୟ ଦିଆଯାଇଛି। ଘଟଣା ପରେ ସମଗ୍ର ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ପିଲାମାନେ ସ୍କୁଲକୁ ଯିବା ଓ ବାହାରକୁ ଭୟ କରୁଛନ୍ତି। ଗ୍ରାମବାସୀମାନେ ତୁରନ୍ତ ପାଗଳ କୁକୁରକୁ ଧରିବା, ବୁଲା କୁକୁର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଏବଂ ପଶୁସମ୍ପଦ ବିଭାଗ ପକ୍ଷରୁ ଗୋରୁ ଓ ଅନ୍ୟ ପଶୁମାନଙ୍କର ଟୀକାକରଣ କରିବାକୁ ଦାବି କରିଛନ୍ତି।
