ବିଧାନସଭାର ବିଭିନ୍ନ କମିଟି ଗଠନ; PAC ଅଧ୍ୟକ୍ଷ ହେଲେ ପ୍ରମିଳା ମଲ୍ଲିକ
ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟସ୍ କମିଟି ବା PACର ଅଧ୍ୟକ୍ଷ ଭାବେ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ମିଳିଛି।

ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା, ବଜେଟ୍ ବ୍ୟୟ ଏବଂ ଲୋକଧନର ସଠିକ୍ ବ୍ୟବହାର ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି। PAC ସହିତ Estimates Committeeର ଅଧ୍ୟକ୍ଷ ଭାବେ ଜୟନାରାୟଣ ମିଶ୍ର, Committee on Public Undertakingsର ଅଧ୍ୟକ୍ଷ ଭାବେ ପଦ୍ମଲୋଚନ ପଣ୍ଡା ଏବଂ SC-ST Welfare Committeeର ଅଧ୍ୟକ୍ଷ ଭାବେ ଭାସ୍କର ମାଢ଼େଇଙ୍କୁ ନିଯୁକ୍ତ କରାଯାଇଛି। ସେହିପରି Committee of Privilegesର ଅଧ୍ୟକ୍ଷ ଭାବେ ଜୟନାରାୟଣ ମିଶ୍ର, Subordinate Legislation Committeeର ଇରାସିସ ଆଚାର୍ଯ୍ୟ, Petitions Committeeର ପ୍ରଶାନ୍ତ କୁମାର ଜଗଦେବ, Government Assurances Committeeର ଅଶୋକ ମହାନ୍ତି, Library Committeeର ଆକାଶ ଦାସନାୟକ ଓ Women & Child Welfare Committeeର ସିମାରାଣୀ ନାୟକଙ୍କୁ ଦାୟିତ୍ୱ ମିଳିଛି। Departmentally Related Standing Committees (I-IX)ର ଅଧ୍ୟକ୍ଷ ପଦରେ ମଧ୍ୟ ବିଭିନ୍ନ ବିଧାୟକଙ୍କୁ ନିଯୁକ୍ତ କରାଯାଇଛି। ଏହାଛଡ଼ା ମହାନଦୀ ଜଳ ବିବାଦ, ଶ୍ରୀଜଗନ୍ନାଥ ମନ୍ଦିର ବିକାଶ, ପରିବେଶ ପ୍ରଦୂଷଣ, ବିସ୍ଥାପନ, ରେଳ ବିକାଶ, ସୀମା ବିବାଦ, ବିଦ୍ୟୁତ ବିତରଣ ଏବଂ ଭାଷାଗତ ସଂଖ୍ୟାଲଘୁଙ୍କ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ବିଭିନ୍ନ House Committee ଓ Special Committee ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ସରକାରୀ କାର୍ଯ୍ୟର ସମୀକ୍ଷା କରି ବିଧାନସଭାରେ ସୁପାରିସ ଓ ରିପୋର୍ଟ ଦାଖଲ କରିବେ। ବିଧାନସଭାର ବିଭିନ୍ନ କମିଟିର ଗଠନ ମାଧ୍ୟମରେ ସରକାରୀ କାର୍ଯ୍ୟର ସ୍ୱଚ୍ଛତା, ଜବାବଦେହିତା ଓ ନୀତିଗତ ସମୀକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ କରାଯାଇଛି।
