ପ୍ରଫେସରଙ୍କୁ କାହିଁକି ଗୋମୂତ୍ର ଏକ୍ସପର୍ଟ କହିଲେ ପ୍ରିୟଙ୍କା..
ପ୍ରଫେସର କାମକୋଟିଙ୍କୁ ଗୋମୂତ୍ର ଏକ୍ସପର୍ଟ କହିଥିଲେ ପ୍ରିୟଙ୍କା। ଏ ମାମଲା ୨୦୨୫ର। ଚେନ୍ନେର ଏକ ଗୌଶାଳାରେ ପୋଙ୍ଗଲ କାର୍ଯ୍ୟକ୍ରମରେ କାମକୋଟି ଯୋଗ ଦେଇ କହିଥିଲେ, ଗୋମୂତ୍ରରେ ଜୀବାଣୁ ଓ ଫଙ୍ଗସ ସହ ଲଢ଼ିବାର ଗୁଣାବତ୍ତା ରହିଛି। ଏହା ପାଚନ ପାଇଁ ଫାଏଦା ସାବ୍ୟସ୍ତ ହୁଏ।କାମକୋଟିଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା। କାରଣ ଏବେ ସେ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏର ପରୀକ୍ଷା ସଂସ୍କାର କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।

କିଏ ସେ ପ୍ରଫେସର କାମକୋଟି। ଯାହାଙ୍କୁ ଗୋମୂତ୍ର ଏକ୍ସପର୍ଟ ବୋଲି ସଂସଦରେ କହି କଟାକ୍ଷ କରିଥିଲେ ପ୍ରିୟଙ୍କା ଗାନ୍ଧୀ। ପ୍ରଫେସର ବି. କାମକୋଟି ଜଣେ କମ୍ପ୍ୟୁଟର ବୈଜ୍ଞାନିକ। ସେ ଆଇଆଇଟି ମାଡ୍ରାସରୁ କମ୍ପ୍ୟୁଟର ଆଣ୍ଡ ଇଞ୍ଜିନିୟରିଂରେ ଏମଏସ ଓ ପିଏଚଡି କରିଛନ୍ତି। ଏବେ ପ୍ରଫେସର କାମକୋଟି ଆଇଆଇଟି ମାଡ୍ରାସରେ ମାଇକ୍ରୋ ପ୍ରୋସେସର ଡେଭେଲପମେଣ୍ଟ ପ୍ରୋଗ୍ରାମ, ଇନଫର୍ମେସନ ସିକ୍ୟୁରିଟି ଏଜୁକେସନ ଆଣ୍ଡ ଆଓ୍ୱାରନେସ୍ ପ୍ରୋଗ୍ରାମକୁ ଲିଡ୍ କରୁଛନ୍ତି। ଏହା ସହ ଏଆଇର ଟାସ୍କ ଫୋର୍ସର ଚେୟାରମ୍ୟାନ ବି ରହିଥିଲେ। ଏହା ବ୍ୟତୀତ ନାସନାଲ ଷ୍ଟକ୍ ଏକ୍ସଚେଞ୍ଜ, ଆରବିଆଇର ଟେକ୍ନୋଲୋଜିରେ ନିଜର ସେବା ଦେଉଛନ୍ତି। ତେବେ ଗତକାଲି ସଂସଦରେ ଆଲୋଚନା ବେଳେ ପ୍ରଫେସର କାମକୋଟିଙ୍କୁ ଗୋମୂତ୍ର ଏକ୍ସପର୍ଟ କହିଥିଲେ ପ୍ରିୟଙ୍କା। ଏ ମାମଲା ୨୦୨୫ର। ଚେନ୍ନେର ଏକ ଗୌଶାଳାରେ ପୋଙ୍ଗଲ କାର୍ଯ୍ୟକ୍ରମରେ କାମକୋଟି ଯୋଗ ଦେଇ କହିଥିଲେ, ଗୋମୂତ୍ରରେ ଜୀବାଣୁ ଓ ଫଙ୍ଗସ ସହ ଲଢ଼ିବାର ଗୁଣାବତ୍ତା ରହିଛି। ଏହା ପାଚନ ପାଇଁ ଫାଏଦା ସାବ୍ୟସ୍ତ ହୁଏ। ଏହା ସହ କହିଥିଲେ, ହଜମଜନିତ ସମସ୍ୟା ଭଳି ସିଣ୍ଡ୍ରୋମର ଏହା ଜରିଆରେ ଚିକିତ୍ସା ହୋଇପାରେ। ସେତେବେଳେ ତାଙ୍କ ଏହି ବୟାନ ବେଶ୍ ଚର୍ଚ୍ଚାର ବିଷୟ ସାଜିଥିଲା।ସଂସଦରେ ପେପର ଲିକ ବିଲ୍ ନେଇ ଆଲୋଚନା ବେଳେ କାମକୋଟିଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା। କାରଣ ଏବେ ସେ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏର ପରୀକ୍ଷା ସଂସ୍କାର କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ଜେଇଇର ଅଧ୍ୟକ୍ଷ ବି ଥିଲେ। ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ବି ସଦସ୍ୟ ଅଛନ୍ତି। ପ୍ରଫେସର କାମକୋଟି ପୂର୍ବରୁ ଗୋମୂତ୍ରର କିଛି ଔଷଧୀୟ ଗୁଣ ସମ୍ପର୍କରେ ଦେଇଥିବା ମତାମତକୁ ଉଲ୍ଲେଖ କରି ପ୍ରିୟଙ୍କା ଗାନ୍ଧୀ ଏହି ଟିପ୍ପଣୀ କରିଥିଲେ। ଏହା ପରେ ବିଜେପି ଓ ଏନଡିଏ ନେତାମାନେ ଏହାକୁ ଜଣେ ପ୍ରଖ୍ୟାତ ବୈଜ୍ଞାନିକ ଓ ଶିକ୍ଷାବିତଙ୍କ ପ୍ରତି ଅପମାନ ବୋଲି କହି କଂଗ୍ରେସକୁ ସମାଲୋଚନା କରିଥିଲେ।
