ପୋକ୍ସୋ ଅଭିଯୁକ୍ତର ନାରକୀୟ କାଣ୍ଡ- ୬ ଜଣଙ୍କୁ ମର୍ଡର।
ଜାମିନରେ ଆସିଥିବା ପୋକ୍ସୋ ଅଭିଯୁକ୍ତର ନାରକୀୟ କାଣ୍ଡ। ୬ ଜଣଙ୍କୁ ମର୍ଡର। ତା ବିରୁଦ୍ଧରେ ଅଭିଯୋଗ କରିଥିବା ନାବାଳିକା, ତାଙ୍କ ମାଆ ଓ ଜେଜେମାଆକୁ ଆଗ ହତ୍ୟା କଲା। ଏହା ପରେ ଘରକୁ ଯାଇ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ବି ମାରିଦେଲା।

ହାଇଦ୍ରାବାଦ ହରର। ଛାତିଥରା ଘଟଣା। ଗୋଟିଏ ରାତିରେ ରକ୍ତର ହୋଲି। ଜାମିନରେ ଆସିଥିବା ପୋକ୍ସୋ ଅଭିଯୁକ୍ତର ନାରକୀୟ କାଣ୍ଡ। ୬ ଜଣଙ୍କୁ ମର୍ଡର। ତା ବିରୁଦ୍ଧରେ ଅଭିଯୋଗ କରିଥିବା ନାବାଳିକା, ତାଙ୍କ ମାଆ ଓ ଜେଜେମାଆକୁ ଆଗ ହତ୍ୟା କଲା। ଏହା ପରେ ଘରକୁ ଯାଇ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ବି ମାରିଦେଲା। ନରସଂହାର କରି ଅଭିଯୁକ୍ତ ରାଜକୁମାର ଫେରାର୍ ହୋଇଯାଇଛି। ମେ ମାସର ଘଟଣା। ରାଜକୁମାର ବିରୁଦ୍ଧରେ ଯୌନଉତ୍ପୀଡ଼ନର ମାମଲା ନାବାଳିକା ଜଣକ କରିଥିଲେ। ଅଭିଯୁକ୍ତ ଜେଲରୁ ଜାମିନରେ ବାହାରିଥିଲା। ଜାମିନରେ ଆସିବା ପରେ ନାବାଳିକା, ତାଙ୍କ ମାଆ ଓ ଜେଜେମାଆଙ୍କୁ ନିର୍ମମ ହତ୍ୟା କଲା। ଏହା ପରେ ଘରକୁ ଯାଇ ନିଜ ପତ୍ନୀ ସରିତା, ୩ ବର୍ଷର ଝିଅ ଓ ୨ ବର୍ଷର ପୁଅକୁ ବି ଗଳା କାଟି ମାରିଦେଲା। ଏ ସବୁ କାଣ୍ଡ କଲା ପରେ ନିଜ ବାପାମାଆଙ୍କୁ ଫୋନ କରି ସବୁ କଥା ଜଣାଇଥିଲା। ଆଉ ନିଜେ ବି ଆତ୍ମହତ୍ୟା କରିବାକୁ ଯାଉଥିଲା। ଘଟଣା ପରେ ପୁଲିସର ୭ଟି ଟିମ୍ ରାଜକୁ ଖୋଜୁଛି। ପୁଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଭିଯୁକ୍ତକୁ ଖୋଜୁଛି। ରଙ୍ଗାରେଡ୍ଡି ଜିଲ୍ଲାର ଶାହାବାଦ କ୍ଷେତ୍ରର ଦୈବଲଗୁଡ଼ା ଗାଁର ଘଟଣା। ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତ ଗାଁରୁ ଶବଦ ଟାଉନକୁ ପ୍ରାୟ ୬ କିଲୋମିଟର ଯାଇଥିଲା। ରାତି ୧୦ଟା ୪୫ରେ ପହଞ୍ଚିଥିଲା। ନାବାଳିକା ଘରକୁ ଯାଇଥିଲା। ନାବାଳିକାଙ୍କ ୪୨ ବର୍ଷୀୟା ମାଆ କବାଟ ଖୋଲିଥିଲେ। ଆଉ କବାଟ ଖୋଲୁ ଖୋଲୁ ଛୁରୀରେ ଭୁଷିଦେଲା। ଏହା ପରେ ଘରେ ପଶି ୬୦ ବର୍ଷୀୟା ବୃଦ୍ଧା ଜେଜେମାକୁ ମାରିଦେଲା। ଜେଜେମା ସେତେବେଳେ ଶୋଇଥିଲେ। ଜେଜେମାକୁ ମାରିବା ପରେ ଝିଅଟିକୁ ନିଜ କାର ଭିତରକୁ ଟେକିନେଇଥିଲା। ଆଉ ତାକୁ ବି ମାରିଦେଲା। ବଡ଼ ଆଶ୍ଚର୍ଯ୍ୟର କଥା, ଝିଅଟିରୁ ୨୦ ବର୍ଷୀୟା ମାନସିକ ଦିବ୍ୟାଙ୍ଗ ଭଉଣୀକୁ ଛାଡ଼ିଦେଲା। ଯିଏ ସେତେବେଳେ ଘରେ ଥିଲେ। ଏହା ପରେ ନିଜ ଗାଁକୁ ବାହାରିଥିଲା। ଘରକୁ ବାହାରିବା ଆଗରୁ ନାବାଳିକାର ଶବକୁ ବୁଦା ମୂଳେ ଫିଙ୍ଗିଦେଇଥିଲା। ନିଜ ଘରେ ରାତି ୧୧ଟା୨୧ରେ ପହଞ୍ଚିଥିଲା। ଆଉ ମାତ୍ର ୬ ମିନିଟ ଭିତରେ ନିଜ ପରିବାରକୁ ମାରିଦେଲା। ୩୧ ବର୍ଷୀୟା ପତ୍ନୀ ଓ ଦୁଇ ପିଲାଙ୍କୁ ମାରିଦେଲା।ପତ୍ନୀ ଓ ପିଲା ଶୋଇଥିଲା ବେଳେ ଗଲା କାଟିଦେଲା। ଅଭିଯୁକ୍ତ ରାଜ ବିରୁଦ୍ଧରେ ପୋକ୍ସୋ ମାମଲା ହେବା ପରେ ସେ ଫେରାର ହୋଇଯାଇଥିଲା। ଜୁନ୍ ମାସରେ ସ୍ଥାନୀୟ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା। କୋର୍ଟ ତା ପିଟିସନକୁ ଗ୍ରହଣ କରିଥିଲେ। ଆଉ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ସନାଲ ବଣ୍ଡରେ ପୁଲିସ ତାକୁ ଛାଡ଼ିଦେଇଥିଲା। ପୋକ୍ସୋ ମାମଲାରେ ସର୍ବାଧିକ ୭ ବର୍ଷ ଜେଲର ଦଣ୍ଡବିଧାନ ରହିଛି।
