PM Modi Birthday : ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ: ବାଲୁଙ୍କେଶ୍ବର ପୀଠରେ ଆଇନମନ୍ତ୍ରୀଙ୍କ 'ଆଶୀର୍ବାଦ ଦୀପଦାନ'
ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗମ୍ଭାରୀମୁଣ୍ଡା ନିକଟସ୍ଥ ଗୋଡିଝର ଗ୍ରାମର ସିଦ୍ଧପୀଠ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିରରେ 'ଆଶୀର୍ବାଦ ଦୀପ' ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ନିରାମୟଜୀବନ କାମନା କରିଥିଲେ |
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଖାସ୍ କାର୍ଯ୍ୟକ୍ରମ | ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗମ୍ଭାରୀମୁଣ୍ଡା ନିକଟସ୍ଥ ଗୋଡିଝର ଗ୍ରାମର ସିଦ୍ଧପୀଠ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିରରେ 'ଆଶୀର୍ବାଦ ଦୀପ' ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ନିରାମୟଜୀବନ କାମନା କରିଥିଲେ | କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତ୍ତା, ମାତୃଶକ୍ତି ଓ ଗୋଡ଼ିଝର ଗ୍ରାମବାସୀ ମଧ୍ୟ ସାମିଲ ଥିଲେ | ଭାରତୀୟ ଜନତା ପାର୍ଟି ର 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ମହାନ ସଂକଳ୍ପକୁ ସାକାର କରିବା ପାଇଁ ଆମକୁ ନିରନ୍ତର ପ୍ରେରଣା, ଶକ୍ତି ଓ ଆଶୀର୍ବାଦ ମିଳୁ | ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଆଇନମନ୍ତ୍ରୀ କହିଛନ୍ତି ଗାଁର ମା’, ଭଉଣୀ ଓ ଗ୍ରାମବାସୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଳନ କରିବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। କାର୍ଯ୍ୟକ୍ରମ ସମୟରେ ପୁରା କ୍ଷେତ୍ରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା |
