ଲାଲକିଲ୍ଲାରୁ ସ୍ୱପ୍ନ, ସଂକଳ୍ପ ଓ ସାମର୍ଥ୍ୟର ସନ୍ଦେଶ..
ଗୁଜବ କରି ଦେଶକୁ ଡରାଇବା, ଭୟଭୀତ କରାଇବାରେ ଯେମିତି କିଛି ଲୋକଙ୍କୁ ଖୁସି ଦେଉଛି। ହତ୍ୟାକାରୀ ନକ୍ସଲ ତ ମୂଳୋତ୍ପାଟନ ହୋଇଗଲେ। ହେଲେ ନକ୍ସଲ ମାନସିକତାଧାରୀ ମଣିଷ ସଦା ମଉକା ଖୋଜିବାରେ ବ୍ୟସ୍ତ। ହିଂସା, ସ୍ୱେଛାଚାରିତା ଦିଗରେ ସମାଜକୁ ଭୁଲ ବାଟରେ ନେବାକୁ ସବୁବେଳେ ଚିନ୍ତିତ। ୨୦୪୭ ଯାଏ ବିକଶିତ ଭାରତର ସ୍ୱପ୍ନରେ ଏମିତି ବି ସଂକଟ ଆସିବ ବୋଲି ସେ ଭାବିନଥିଲେ।

() ଲାଲକିଲ୍ଲାରେ ୮୦ତମ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଉ ଲାଲକିଲ୍ଲାରୁ ଏଆଇ ୟୁଥ୍ ସ୍କିଲିଂ, ୬ଜି, ସ୍ପୋର୍ଟସ ଟାଲେଣ୍ଟ ହଣ୍ଟ, ସେମିକଣ୍ଡକ୍ଟର ଭଳି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବର୍ଷକ ଭିତରେ କୋଟିଏ ଯୁବକଙ୍କୁ ଏଆଇ ଦକ୍ଷତା ତାଲିମ ଦିଆଯିବ। ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ଅନଲାଇନ କୋଚିଂ ବ୍ୟବସ୍ଥା ବି ଆରମ୍ଭ କରାଯିବ। ପ୍ରତି ଗାଁ ଓ ସହରରେ ୫ରୁ ୧୫ ବର୍ଷର ପିଲାଙ୍କ ଲାଗି ଦେଶବ୍ୟାପୀ ସ୍ପୋର୍ଟସ ଟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ ହେବ। ଭାରତକୁ ୨୦୩୬ ଅଲମ୍ପିକ ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ମଡେଲ ପାଓ୍ୱାରହାଉସ କରାଯିବ। ସିଭିଲ ଡିଫେନ୍ସରେ ଅଧିକ ସୁଧାର ଓ ସଂସ୍କାର ଅଣାଯିବ। ଡିଜିଟାଲ ଓ ଟେକ୍ନୋଲୋଜି ଯୁଗରେ ସେମିକଣ୍ଡକ୍ଟର ଚିପ୍ସର ଆବଶ୍ୟକତାକୁ ଜୋର୍ ଦେଇଛନ୍ତି। ଆସନ୍ତା ୭ରୁ୮ ବର୍ଷ ଭିତରେ ୫ରୁ୮ଟି ନୂଆ ସେମିକଣ୍ଡକ୍ଟର ପ୍ଲାଣ୍ଟ ହେବ। ନ୍ୟୁକ୍ଲିଆର ଏନର୍ଜିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୬ରୁ୭ ବର୍ଷ ଭିତରେ ୫ଟି ନୂଆ ନ୍ୟୁକ୍ଲିଆର ରିଆକ୍ଟର ଆରମ୍ଭ ହେବ। ୨୦୩୦ ଯାଏ ୬ଜି ଟେକ୍ନିକର ବିକାଶ କରାଯିବ। ସର୍ବୋପରି ଶକ୍ତିର ସପ୍ତଧାରାକୁ ନେଇ ଆହ୍ୱାନ ଜଣାଇଛନ୍ତି ମୋଦି। ବିକାଶର କଥା କହିବା ସହ ସମାନ୍ତରାଳ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଗୁଜବ କରି ଦେଶକୁ ଡରାଇବା, ଭୟଭୀତ କରାଇବାରେ ଯେମିତି କିଛି ଲୋକଙ୍କୁ ଖୁସି ଦେଉଛି। ହତ୍ୟାକାରୀ ନକ୍ସଲ ତ ମୂଳୋତ୍ପାଟନ ହୋଇଗଲେ। ହେଲେ ନକ୍ସଲ ମାନସିକତାଧାରୀ ମଣିଷ ସଦା ମଉକା ଖୋଜିବାରେ ବ୍ୟସ୍ତ। ହିଂସା, ସ୍ୱେଛାଚାରିତା ଦିଗରେ ସମାଜକୁ ଭୁଲ ବାଟରେ ନେବାକୁ ସବୁବେଳେ ଚିନ୍ତିତ। ୨୦୪୭ ଯାଏ ବିକଶିତ ଭାରତର ସ୍ୱପ୍ନରେ ଏମିତି ବି ସଂକଟ ଆସିବ ବୋଲି ସେ ଭାବିନଥିଲେ। ଏହା ସହ ପରୋକ୍ଷରେ ଟ୍ରମ୍ପଙ୍କୁ ବି ଟାର୍ଗେଟ କରିଛନ୍ତି ମୋଦି। ଗ୍ୟାସ, ପେଟ୍ରୋଲ ଓ ୟୁରିଆ ସାର ସଂକଟ ନାହିଁ ଓ ଭାରତ ଆଜି ବେଶ୍ ଆତ୍ମନିର୍ଭର କହିଛନ୍ତି ମୋଦି। ସୁରକ୍ଷିତ ଦେଶ ଲାଗି ପୁରା ସଜାଗ ଭାରତ। ରିଫାଇନାରି, ବ୍ୟାଙ୍କିଂ ସେକ୍ଟର, ଡାଟା ସେଣ୍ଟର ଓ ସର୍ବୋପରି ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଛି। ସେ ଆତ୍ମନିର୍ଭର କଥା କହିବା ବେଳେ ଏସି ରୁମରେ ବସି କିଛି ଲୋକ ଗ୍ଲୋବାଲାଇଜେସନର ଦ୍ୱାହି ଦେଇ ତାଙ୍କୁ କଟାକ୍ଷ କରୁଥିଲେ। ପେଟ୍ରୋଲ, ଡିଜେଲ, ସାର, ଔଷଧ ଓ ଭୂଖଣ୍ଡକୁ ନେଇ ଅସ୍ତ୍ର କରୁଥିଲେ। ଶକ୍ତିସଂକଟକୁ ମୁକାବିଲା ଲାଗି ଭାରତ ବୈକଳ୍ପିକ ସ୍ରୋତ ବୃଦ୍ଧିରେ ଅଧିକ ଜୋର୍ ଦେଉଛି। ସେପଟେ ଇନ୍ଦିରା ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସୋନିଆ ଓ ରାହୁଲଙ୍କ ଉପସ୍ଥିତିରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖଡ଼ଗେ। ଦେଶ ନିର୍ମାଣରେ କଂଗ୍ରେସର ଅବଦାନ ଓ ବଳିଦାନ ରହିଛି। ହେଲେ ଲାଲକିଲ୍ଲାରୁ କିଛି ଲୋକ ନିଜେ ଏହାର ଶ୍ରେୟ ନେବାକୁ ବ୍ୟଗ୍ର। ଆଜି ଆସ୍ଥା ସଂକଟରେ କହି ରାମମନ୍ଦିର ଦାନ ଚୋରି ମାମଲା ଉଠାଇଛନ୍ତି ଖଡଗେ। ଗରିବ ଆହୁରି ଗରିବ ହେଲେଣି। ଛାତ୍ରସମାଜର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି। ୨୧ ତୋପ ସଲାମୀ ସହ ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଛୋଟ ସ୍ୱପ୍ନରେ କାମ ଚଳିବନି ବୋଲି ବାର୍ତ୍ତା ଦେଇଛନ୍ତି। କାରଣ ସ୍ୱପ୍ନ, ସଂକଳ୍ପ ଓ ସାମର୍ଥ୍ୟର ଆଧାରରେ ହିଁ ଦେଶ ବଢ଼େ। ଏଥର ଲାଲକିଲ୍ଲାରୁ ଲଗାତାର ୧୩ଥର ଦେଶକୁ ସମ୍ୱୋଧିତ କରି ରଚିଛନ୍ତି ଇତିହାସ। ନେହେରୁଙ୍କ ପରେ ଲଗାତାର ୧୩ଥର ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ୱୋଧନ କରିବାରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ୧୯୪୭ରୁ ୧୯୬୩ ଯାଏ ଲଗାତାର ୧୭ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।
