Modi @76: PM ମୋଦିଙ୍କ ୭୬ତମ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ, ଶୁଭେଚ୍ଛାରେ ଭିଜିଲା ସୋସିଆଲ ମିଡିଆ | ଅନେକ ବଲିଉଡ ଷ୍ଟାର ଠାରୁ ଆରମ୍ଭ କରି ନେତା , ଖେଳାଳୀ ଓ କଳାକାରମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ, ଶୁଭେଚ୍ଛାରେ ଭିଜିଲା ସୋସିଆଲ ମିଡିଆ | ଅନେକ ବଲିଉଡ ଷ୍ଟାର ଠାରୁ ଆରମ୍ଭ କରି ନେତା , ଖେଳାଳୀ ଓ କଳାକାରମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟିମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ସମସ୍ତେ PMଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | PMଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ କାମନା ମଧ୍ୟ କରିଛନ୍ତି | ବଲିଉଡ ସହ ଜଡିତ ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ରବି କିଶନ ଓ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ମୋଦୀ ସହ ଫୋଟୋ ସେୟାର କରିଛନ୍ତି | ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ଆଡ଼ଭାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ | ସେ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ସହ ଦୁଇଟି ଫୋଟୋ ପୋଷ୍ଟ କରିଥିଲେ | ଗୋଟିଏ ଫଟୋରେ ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରୁଥିବା ନଜର ଆସୁଛନ୍ତି । ଅନ୍ୟ ଏକ ଫଟୋରେ ଦୁହେଁ ପରସ୍ପର ସହ ହାତ ମିଳାଉଥିବା ଦେଖାଯାଇଛି । କ୍ୟାପସନରେ ସେ ଲେଖିଛନ୍ତି, “ଅନେକ ମେସେଜ୍ ଭିତରେ ମୋର ଏହି ମେସେଜ୍ କେଉଁଠି ହଜିଯିବା ପୂର୍ବରୁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଆପଣଙ୍କୁ ମୋର ଏହି ଆଇଡିଆ କେମିତି ଲାଗିଲା ସର୍ ଜୀ? ଆମର ବନ୍ଧୁ ଏବଂ ସମାଜର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ, ଭଲପାଇବା, ଖୁସି, ଶାନ୍ତି ଏବଂ ଏକ ସୁସ୍ଥ ଜୀବନ ମିଳୁ ।” ରବି କିଶନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଇନଷ୍ଟାରେ ବିଶେଷ ପୋଷ୍ଟ କରିଛନ୍ତି । ପିଏମ୍ ମୋଦୀଙ୍କ ସହ ନିଜର ଫଟୋ ସେୟାର କରି ସେ ଲେଖିଛନ୍ତି, “ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା, ଦୃଢ଼ ଇଚ୍ଛାଶକ୍ତି, ରାଷ୍ଟ୍ରନିଷ୍ଠା ଏବଂ ନିରନ୍ତର ପରିଶ୍ରମର ପ୍ରତୀକ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀ ମୋଦୀଜୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ।” ପୂର୍ବତନ ଭାରତୀୟ କ୍ରିକେଟର ୟୁବରାଜ ସିଂହ ‘ଟ୍ୱିଟରରେ ପୋଷ୍ଟ କରି ପିଏମ୍ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ପୋଷ୍ଟରେ ୟୁବରାଜ ଲେଖିଛନ୍ତି, “ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ନେତୃତ୍ୱ ଭାରତକୁ ଏକ ଶକ୍ତିଶାଳୀ ଓ ପ୍ରଗତିଶୀଳ ଭବିଷ୍ୟତ ଦିଗରେ ଆଗେଇ ନେଉଛି। ଆଗାମୀ ବର୍ଷ ଆପଣଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ନିରନ୍ତର ସଫଳତା ନେଇ ଆସୁ ।”ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଲେଖିଛନ୍ତି, “ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା! ଈଶ୍ୱର ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଓ ଖୁସି ପ୍ରଦାନ କରନ୍ତୁ। ଦେଶ ପ୍ରତି ଆପଣଙ୍କ ସମର୍ପଣ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଚାଲୁ ଏବଂ ଭାରତକୁ ପ୍ରଗତି, ଗୌରବ ଓ ସମ୍ମାନର ନୂଆ ଉଚ୍ଚତାକୁ ନେଇଯାଉ। ଜୟ ହିନ୍ଦ !” ଓ ସେହିପରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପୁରୀ ବେଳାଭୂମିରେ ଏକ ଚମତ୍କାର ବାଲୁକା କଳା ସୃଷ୍ଟି କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
