କାଠ ଚକ୍ର ବାଣରେ ଦୁଲୁକିଲା ପ୍ରସିଦ୍ଧ ରାମେଶ୍ୱରଙ୍କ ପିଠ
ଦେବ ଦେବ ମହାଦେବଙ୍କ ବିବାହ ପାଇଁ କାଠ ଚକ୍ର ବାଣ ରେ ଦୁଲୁକିଲା ପିପିଲି ର ସର୍ବ ପୁରାତନ ଶୈବ ପୀଠ ବାବା ରାମେଶ୍ୱର ଦେବ, ବାଗେଶ୍ୱରପୁର ବ୍ରାହ୍ମଣ ଶାସନ ରେ ଏହି ଶିବ ବିବାହ ଉତ୍ସବ ଏକ ପୁରାତନ ଏବଂ ଐତିହାସିକ ପରମ୍ପରା
ଦେବ ଦେବ ମହାଦେବଙ୍କ ବିବାହ ପାଇଁ କାଠ ଚକ୍ର ବାଣ ରେ ଦୁଲୁକିଲା ପିପିଲି ର ସର୍ବ ପୁରାତନ ଶୈବ ପୀଠ ବାବା ରାମେଶ୍ୱର ଦେବ | ବାଗେଶ୍ୱରପୁର ବ୍ରାହ୍ମଣ ଶାସନ ରେ ଏହି ଶିବ ବିବାହ ଉତ୍ସବ ଏକ ପୁରାତନ ଏବଂ ଐତିହାସିକ ପରମ୍ପରା | ଲୋକ କଥା ଏବଂ ପୁରାତନ କିମ୍ବଦନ୍ତୀରୁ ଯାହା ଜଣାଯାଏ ଏହି ପରମ୍ପରା ଟି 200 ବର୍ଷ ରୁ ଅଧିକ ପୁରାତନ |,ଏହି ଶିବ ବିବାହ ଅନ୍ୟ ମାନଙ୍କ ଠାରୁ ଭିର୍ନ୍ନ, | ଏହାର ମୁଖ୍ୟ ଆକର୍ଷଣ ହେଉଛି କାଠଚକ୍ର ବାଣ ଯାହା ପ୍ରଭୁ ରାମେଶ୍ୱର ଏବଂ ମା ପାର୍ବତୀ ଙ୍କର ଅତି ପ୍ରିୟ | ଅତ୍ୟନ୍ତ ନିଷ୍ଠା ର ସହ ଏହାକୁ ଦୀର୍ଘ ଏକ ମାସ ଧରି ପ୍ରସ୍ତୁତ କରିଥାନ୍ତି ଗ୍ରାମବାସି | ଲିମ୍ବ, ଟିଣୀଆ, କ୍ଷୀରିକୋଳି କାଠରେ ପ୍ରସ୍ତୁତ କରିଥାନ୍ତି | ପ୍ରଥମେ ରାମେଶ୍ୱର ଙ୍କ ଆଂଜ୍ଞା ମାଳ ଯାଇ ଗଛ କଟା ହୁଏ | ତା ପରେ ଏହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୁଏ | ବାଗେଶ୍ୱର ପୁର ଗ୍ରାମ ଟି ତିନି ସାହି ରେ ବିଭକ୍ତ, ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷ ହୋଇ ବହୁତ ଆଡମ୍ବର ସହ ପ୍ରଭୁଙ୍କ ବିବାହ କାର୍ଯ୍ୟ କରନ୍ତି ଜ୍ୟଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ, ଷଷ୍ଠୀ ରେ ପ୍ରଭୁଙ୍କ ନଗର ପରିକ୍ରମା, ତା ପରେ କାଠ ଚକ୍ର ବାଣ ଦେଖି ଆଶ୍ରିବାଦ କରି ପୁଣି ତାଙ୍କର ନିଜର ମନ୍ଦିର କୁ ପ୍ରତ୍ୟାବର୍ତନ କରିଥାନ୍ତି ।
