୬୦ କିମି ବେଗରେ ଟନେଲ ପାର୍ କଲା ଟ୍ରେନ୍, ଚାରିଛକକୁ ରେଳ ଚଳାଚଳ ଆଶା
ଅନ୍ଧାର ଟନେଲକୁ ଚିରି ଆଲୋକ ଆଡ଼କୁ ଗଡ଼ିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ । ଦୁଇଟି ଭାୟାଡକ୍ଟ ଅତିକ୍ରମ କରି ୭ ନମ୍ବର ଟନେଲ ମଧ୍ୟ ଦେଇ ପ୍ରାୟ ୬୦ କିଲୋମିଟର ବେଗରେ ଚାଲିଲା ଟ୍ରେନ୍ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।
ଅନ୍ଧାର ଟନେଲକୁ ଚିରି ଆଲୋକ ଆଡ଼କୁ ଗଡ଼ିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ । ଦୁଇଟି ଭାୟାଡକ୍ଟ ଅତିକ୍ରମ କରି ୭ ନମ୍ବର ଟନେଲ ମଧ୍ୟ ଦେଇ ପ୍ରାୟ ୬୦ କିଲୋମିଟର ବେଗରେ ଚାଲିଲା ଟ୍ରେନ୍ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି। ଠିକା ସଂସ୍ଥା ପକ୍ଷରୁ ପୁରୁଣାକଟକରୁ ଚାରିଛକ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଇଞ୍ଜିନ ଚଳାଚଳ କରାଯାଇଛି । ଟ୍ରେନ୍ ଚଳାଚଳ ପାଇଁ ଷ୍ଟେସନ ଓ ରେଳ ଟ୍ରାକ୍ ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି । ଏବେ ଷ୍ଟେସନ ଓ ରେଳପଥର ପାରିପାର୍ଶ୍ୱିକ ନିର୍ମାଣ କାମ ଜାରି ରହିଛି । ସୂଚନା ଅନୁସାରେ, ଚଳିତ ମାସ କିମ୍ବା ଆସନ୍ତା ମାସରେ ପୁରୁଣା କଟକରୁ ଚାରିଛକ ପର୍ଯ୍ୟନ୍ତ ରେଳପଥର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ଏଥିପାଇଁ ରେଳ ସେଫ୍ଟି କମିଶନର ଆସି ଟ୍ରାକ୍, ଷ୍ଟେସନ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରିବେ। ଯାଞ୍ଚ ସଫଳ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଚାରିଛକ ଷ୍ଟେସନକୁ ନିୟମିତ ରେଳ ଚଳାଚଳର ବାଟ ଖୋଲିପାରେ । ଏହା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିବ ।
