PF Pension: ପିଏଫ ପେନସନକୁ ନେଇ ବଡ଼ ଘୋଷଣା- ଏଣିକି ସାଲାରି ଲିମିଟ୍ ୨୫ହଜାର
ସରକାରଙ୍କ PF ପେନସନକୁ ନେଇ ବଡ ଘୋଷଣା କରିଛନ୍ତି | ଏବେ PF ପେନସନ ପାଇଁ ବାଧ୍ୟତାମୂଳକ ଦରମା ସୀମାକୁ ବଢ଼ାଇ ୨୫ ,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି |ପୂର୍ବରୁ ଏହାର ସୀମା ୧୫ ,୦୦୦ ଟଙ୍କା ଥିଲା | କେନ୍ଦ୍ରୀୟ କ୍ୟାବିନେଟ ଚାକିରୀ କରୁଥିବା କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛି।

ସରକାରଙ୍କ PF ପେନସନକୁ ନେଇ ବଡ ଘୋଷଣା କରିଛନ୍ତି | ଏବେ PF ପେନସନ ପାଇଁ ବାଧ୍ୟତାମୂଳକ ଦରମା ସୀମାକୁ ବଢ଼ାଇ ୨୫ ,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି |ପୂର୍ବରୁ ଏହାର ସୀମା ୧୫ ,୦୦୦ ଟଙ୍କା ଥିଲା | କେନ୍ଦ୍ରୀୟ କ୍ୟାବିନେଟ ଚାକିରୀ କରୁଥିବା କର୍ମଚାରୀଙ୍କୁ ଏକ ବଡ଼ ଭେଟି ଦେଇଛି | କେନ୍ଦ୍ରୀୟ କ୍ୟାବିନେଟ ଆଜି ବୈଠକରେ ରେ EPF ଏବଂ EPS (Employees’ Pension Scheme) ଅଧୀନରେ ଅନିବାର୍ଯ୍ୟ କଭରେଜ ପାଇଁ ବେତନ ସୀମାକୁ ୧୫ ,୦୦୦ ଟଙ୍କାରୁ ବୃଦ୍ଧିକରି ୨୫ ,୦୦୦ ଟଙ୍କା ପ୍ରତି ମାସ କରିଛନ୍ତି , ଯାହା କାଲିଠାରୁ କାର୍ଯ୍ୟକାରି ହେବ ବୋଲି କୁହାଯାଇଛି | ଏହାର ଅର୍ଥ Basic + DA ମିଶାଇ ଯେଉଁ ପ୍ରାଇଭେଟ ସେକ୍ଟରର କର୍ମଚାରୀଙ୍କୁ ୨୫ହଜାର ମାସିକ ଦରମା ମିଳୁଛି , ତାଙ୍କୁ ଏବେ EPS ଏବଂ ସେମାନଙ୍କର PF ପେନସନରେ ଯୋଗଦାନ କରିବାକୁ ପଡିବ | ପ୍ରଥମରୁ ଏହାର ଲିମିଟ ୧୫ହଜାର ଟଙ୍କା ଥିଲା | କ୍ୟାବିନେଟର ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସୂଚନା ଦେଇଛନ୍ତି | କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଏହା ଫଳରେ ଅଧିକ ସଂଖ୍ୟକ ବେସରକାରୀ କ୍ଷେତ୍ରର କର୍ମଚାରୀ ପେନ୍ସନ୍ର ଦାୟରା ଭିତରକୁ ଆସିବେ । ସେ ଆହୁରି କହିଛନ୍ତି ଯେ, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଏବେ ଅଧିକ କର୍ମଚାରୀ EPSର ଦାୟରାଭୁକ୍ତ ହେବେ । ସେ କହିଛନ୍ତି ଯେ, ଏହା ପୂର୍ବରୁ କର୍ମଚାରୀଙ୍କ ପାଇଁ PFର ବାଧ୍ୟତାମୂଳକ ବେତନ ସୀମା ଶେଷ ଥର ପାଇଁ ୧ ସେପ୍ଟେମ୍ବର ୨୦୧୪ରେ ବୃଦ୍ଧି କରାଯାଇଥିଲା। ସେତେବେଳେ ଏହି ସୀମାକୁ ୬,୫୦୦ ଟଙ୍କାରୁ ବଢ଼ାଇ ୧୫,୦୦୦ଟଙ୍କା କରାଯାଇଥିଲା । ଦୀର୍ଘ ସମୟ ପରେ ଏଥିରେ ସଂଶୋଧନର ଆବଶ୍ୟକତା ଥିଲା । ଏହି କାରଣରୁ ଏବେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହିଥିରେ ୫୧ଲକ୍ଷ କର୍ମଚାରୀଙ୍କୁ ଲାଭ ମିଳିବ ଓ ସରକାରଙ୍କ ଏଥିରେ ୧୧,୩୩୯ କୋଟି ଟଙ୍କା ଖର୍ଚ୍ଚ ହେବ | ମନ୍ତ୍ରୀ କହିଛନ୍ତି ବହୁତ ଦିନ ହେଵ ଏହାର ଡିମାଣ୍ଡ ଥିଲା ଯାହାକୁ ଆଜି ପୂରଣ କରାହୋଇଛି |
