ନିଟ୍ ପ୍ରୋଟେଷ୍ଟରୁ ଦୂରେଇଲେ ନିଟ୍ ଟପ୍ପର
ପେପର ଲିକ୍ ପରେ ସେ ନେଗେଟିଭିଟି ବା ନକରାତ୍ମକରୁ ଦୂରେଇ ରହିଥିଲେ। ଆଉ ପୁରା ଶକ୍ତି ପଢ଼ାରେ ଲଗାଇଦେଇଥିଲେ। ସେ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ, ଯଦି ଦ୍ୱିତୀୟ ଥର ସେ ପଢ଼ି ସଫଳତା ପାଇପାରୁଛନ୍ତି, ତାହେଲେ ପ୍ରଦର୍ଶନରେ କାହିଁକି ସାମିଲ ହୋଇଥାଆନ୍ତେ।

ନିଟ୍ ପ୍ରୋଟେଷ୍ଟରୁ କାହିଁକି ଦୂରେଇ ଗଲେ ନିଟ୍ ଟପ୍ପର। ନିଟ୍ -ୟୁଜି ପରୀକ୍ଷାରେ ସର୍ବଭାରତୀୟ ରାଙ୍କ-୨ ହାସଲ କରିଥିବା ପଂଶୁଲ ବନସଲ ନିଜର ସଫଳତାର ମନ୍ତ୍ର ସେୟାର କଲା ବେଳେ ନିଆରା ଢଙ୍ଗରେ ଏହାର ଜବାବ ରଖିଛନ୍ତି। ପଂଶୁଲ କହିଛନ୍ତି, ଦିଲ୍ଲୀର ଜନ୍ତରମନ୍ତରରେ ହେଉଥିବା ପ୍ରଦର୍ଶନରେ ସେ ସାମିଲ ବଦଳରେ ପୁନଃପରୀକ୍ଷା ଲାଗି ପ୍ରସ୍ତୁତିରେ ପୁରା ଧ୍ୟାନ ଦେଇଥିଲେ। ଏହି ରଣନୀତିରୁ ତାଙ୍କର ସ୍କୋର ୭୦୬ରୁ ବଢ଼ି ୭୧୫ ହୋଇଗଲା। ନିଟ୍ ୟୁଡି ୨୦୨୬ ସମେତ ଅନ୍ୟ ପେପର ଲିକ୍ କାଣ୍ଡ ବିରୁଦ୍ଧରେ ସିଜେପିକୁ ସମର୍ଥନ କରି ଛାତ୍ରଛାତ୍ରୀ ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ବନସଲ କହିଛନ୍ତି, ପେପର ଲିକ୍ ପରେ ସେ ନେଗେଟିଭିଟି ବା ନକରାତ୍ମକରୁ ଦୂରେଇ ରହିଥିଲେ। ଆଉ ପୁରା ଶକ୍ତି ପଢ଼ାରେ ଲଗାଇଦେଇଥିଲେ। ସେ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ, ଯଦି ଦ୍ୱିତୀୟ ଥର ସେ ପଢ଼ି ସଫଳତା ପାଇପାରୁଛନ୍ତି, ତାହେଲେ ପ୍ରଦର୍ଶନରେ କାହିଁକି ସାମିଲ ହୋଇଥାଆନ୍ତେ। ପ୍ରାରମ୍ଭରେ ପରୀକ୍ଷା ରଦ୍ଦରେ ସେ ବି ନିରାଶ ହୋଇପଡ଼ିଥିଲେ। କିନ୍ତୁ କିଛି ସମୟ ପରେ ସେ ନିଜକୁ ସମ୍ଭାଳିନେଇଥିଲେ। ଆଉ ସବୁ ଭୁଲି ନିଜକୁ ପୁଣି ଥରେ ପ୍ରସ୍ତୁତ କରିଥିଲେ। ପଂଶୁଲ ବନସଲ ଗ୍ରେଟର କୈଳାସସ୍ଥିତ କେଆ* ମଙ୍ଗଳମ ଓ୍ୱାର୍ଲଡ ସ୍କୁଲର ଛାତ୍ର। ସେ ନିଟ୍-ୟୁଜି ପରୀକ୍ଷାରେ ୯୯.୯୯ ପ୍ରତିଶତ ସହ ଅଲଇଣ୍ଡିଆ ଟପ୍ପର-ଟୁ ହୋଇଛନ୍ତି। ନିଟ୍ ୟୁଜି ପରୀକ୍ଷାରେ ଆଗ ତାଙ୍କ ସ୍କୋର ୭୦୬ ଥିଲା। ଆଉ ପୁନଃ ପରୀକ୍ଷାରେ ୭୧୫ ପାଇଲେ। ସେ ପରୀକ୍ଷା ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ କରିନଥିଲେ। ସେ କହିଥିଲେ, ଦେଢ଼ ମାସ ଧରି ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଉ ବାକି ସବୁ ଭଗବାନଙ୍କ ଉପରେ ଛାଡ଼ିଦେଇଥିଲେ। ଯଦି ଘରେ ପଢ଼ି ନିଜର ସ୍କୋର ବଢ଼ାଇପାରୁଛି, ତାହେଲେ ଆନ୍ଦୋଳନକାରୀଙ୍କ ସାଙ୍ଗରେ ସାମିଲ ହେବି କାହିଁକି।
