ମହାରାଷ୍ଟ୍ରରେ ବନ୍ୟା- ଓଡିଶାରେ ପିଆଜଦରରେ ନିଆଁ
ନାସିକରୁ ପିଆଜ ଆସିପାରୁନି। ସେଥିଲାଗି ଆବଶ୍ୟକତାରୁ କମ୍ ପିଆଜ ନେବାକୁ ଖାଉଟିଙ୍କୁ କୁହାଯାଉଛି। ଗୋଦାମ ମାଲିକ ବି ହାତ ଟେକିଦେଲେଣି।ମାର୍କେଟରେ ପିଆଜର ନାଲିଆଖି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ପିଆଜର କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ବି ଘନ ଘନ ଚଢ଼ାଉ ଆରମ୍ଭ କଲାଣି।

ଅଚାନକ ପିଆଜର ଦର ଆକାଶଛୁଆଁ। ଯେଉଁ ପିଆଜ ୨୫ ଟଙ୍କାରେ ବିକ୍ରି ହେଉଥିଲା। ତାହା ୪୦ରୁ ନେଇ ୫୦ ଛୁଇଁଲାଣି। ଖାଉଟିଙ୍କ ପକେଟକୁ ବାଧିଲାଣି। ଦେଖିବାକୁ ଗଲେ ନିଇତି କିଲୋ ୨ ଟଙ୍କାରୁ ଆରମ୍ଭ କରି ୫ଟଙ୍କା ଯାଏ ବଢ଼ିଚାଲିଛି। ତେବେ ଅଚାନକ ପିଆଜ ଦର ବଢ଼ିଲା କେମିତି। ପିଆଜ ସଂକଟ ନଥାଇ ବି ଦର ବୃଦ୍ଧି ପଛର ରହସ୍ୟ କଅଣ। ଖାଉଟିଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଲାଣି। ମାର୍କେଟରେ ପିଆଜର ନାଲିଆଖି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ପିଆଜର କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ବି ଘନ ଘନ ଚଢ଼ାଉ ଆରମ୍ଭ କଲାଣି। ବ୍ୟବସାୟୀଙ୍କ କହିବା କଥା, ମହାରାଷ୍ଟ୍ରରେ ବନ୍ୟା ପାଇଁ ପିଆଜ ଯୋଗାଣରେ ବାଧା ସୃଷ୍ଟି ହେଉଛି। ନାସିକରୁ ପିଆଜ ଆସିପାରୁନି। ସେଥିଲାଗି ଆବଶ୍ୟକତାରୁ କମ୍ ପିଆଜ ନେବାକୁ ଖାଉଟିଙ୍କୁ କୁହାଯାଉଛି। ଗୋଦାମ ମାଲିକ ବି ହାତ ଟେକିଦେଲେଣି। ପରିବା ବଜାରରେ ପିଆଜ ମୂଲ୍ୟ ବୃଦ୍ଧିର ଏ ହେଉଛି ପ୍ରଭାବ। କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କୁଡ଼ିଆଘାଟିରେ ବିଳମ୍ୱିତ ରାତିରେ ଓଲଟିପଡ଼ିଥିବା ପିଆଜ ବୋଝେଇ ଟ୍ରକରୁ ଲୋକେ ସବୁତକ ବୋହିନେଲେ। ସେପଟେ ପିଆଜ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କହିଛନ୍ତି, କଳାବଜାରୀ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ପିଆଜ ଯୋଗାଣକୁ ବ୍ୟବସ୍ଥିତ ଓ ସପ୍ଲାଏ ଚେନ୍ ଯେଭଳି ବାଧା ନପାଇବ, ସେ ଦିଗରେ ଦୃଷ୍ଟି ଦିଆଯାଉଛି। ନାସିକରୁ ପିଆଜ ଯୋଗାଣ କେତେ ଜଲଦି ବ୍ୟବସ୍ଥିତ ହେବ, ତାକୁ ଧ୍ୟାନରେ ରଖାଯାଇଛି। ନାଫେଡ ଓ ଏନସିସିଏଫକୁ ବଫର ଷ୍ଟକ୍ ରିଲିଜ କରି ଲୋକାଲ ମାର୍କେଟରେ ଦର ନିୟନ୍ତ୍ରଣ ଲାଗି କୁହାଯାଇଛି। ୧୦ ଦିନରେ ପିଆଜ ଦର ଡବଲ। ମହାରାଷ୍ଟ୍ର ଓ ନାସିକରେ ଅଦିନିଆ ପ୍ରବଳ ବର୍ଷାରୁ ଆସିପାରୁନି ପିଆଜ। ଇନ୍ଦୋରରୁ ବି ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହୋଇଛି। ଓଡ଼ିଶା ପିଆଜ ଉତ୍ପାଦନ, ସଂରକ୍ଷଣ ଓ ବଜାରରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଛି ସତ। ହେଲେ ପିଆଜ ମିଶନ ଫେଲ୍। ପିଆଜ ପାଇଁ ପର ଉପରେ ନିର୍ଭରଶୀଳତାରୁ ଓଡ଼ିଶା ଖାଉଟି ସବୁବେଳେ ନୟାନ୍ତ ହେବା ସାର ହେଉଛି।କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହାଉସହୋଲ୍ଡ କଂଜପସନ୍ ସର୍ଭେ (୨୦୨୨–୨୩) ଅନୁଯାୟୀ, ଓଡ଼ିଶାର ବାର୍ଷିକ ପିଆଜ ଚାହିଦା ପ୍ରାୟ ୬.୩୭ ଲକ୍ଷ ମେଟ୍ରିକ୍ ଟନ୍ (LMT)। ଅର୍ଥାତ୍ ପ୍ରାୟ ୬,୩୭,୦୦୦ ମେଟ୍ରିକ୍ ଟନ୍ କିମ୍ୱା ୬୩.୭ କୋଟି କିଲୋଗ୍ରାମ ପିଆଜ ଓଡ଼ିଶାରେ ପ୍ରତିବର୍ଷ ଆବଶ୍ୟକ ହୁଏ। ବାର୍ଷିକ ପିଆଜ ଆବଶ୍ୟକତା: ୬.୩୭ ଲକ୍ଷ ମେଟ୍ରିକ୍ ଟନ୍। ୨୦୨୩–୨୪ରେ ପିଆଜ ଉତ୍ପାଦନ: ୩.୬୯ ଲକ୍ଷ ମେଟ୍ରିକ୍ ଟନ୍। ଏହାର ଅର୍ଥ ଆହୁରି ୨.୬୮ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକତା ରହୁଛି। ଓଡ଼ିଶାର ପିଆଜ ଚାହିଦା ଓ ଉତ୍ପାଦନକୁ ଦେଖିଲେ ଯେତିକି ଚାହିଦା ଅଛି, ତାଠୁ ବହୁ କମ୍ ଉତ୍ପାଦନ ହୁଏ। ଅର୍ଥାତ୍, ଓଡ଼ିଶା ନିଜର ବାର୍ଷିକ ପିଆଜ ଚାହିଦାର ପ୍ରାୟ ୫୮ ପ୍ରତିଶତ ମାତ୍ର ଉତ୍ପାଦନ କରିପାରୁଛି। ଅବଶିଷ୍ଟ ୨.୬୮ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡ଼ୁଛି।
