ମଣ୍ଡିରେ ଅବ୍ୟବସ୍ଥା, ମିଲର୍ସ ଛୁ’ |
ସୁଧୁରୁନି ମଣ୍ଡି ବ୍ୟବ୍ୟସ୍ଥା। ହନ୍ତସନ୍ତ ହେଉଛନ୍ତି ଚାଷୀ। ନୂଆପଡା ଜିଲ୍ଲାରେ ରବିଧାନ ସଂଗ୍ରହ ରେ ବ୍ୟାପକ ଅବ୍ୟବସ୍ଥା । ଚାଷୀ ଅସନ୍ତୋଷ |
ନୂଆପଡା: ସୁଧୁରୁନି ମଣ୍ଡି ବ୍ୟବ୍ୟସ୍ଥା। ହନ୍ତସନ୍ତ ହେଉଛନ୍ତି ଚାଷୀ। ନୂଆପଡା ଜିଲ୍ଲାରେ ରବିଧାନ ସଂଗ୍ରହ ରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୨୬ ପ୍ୟାକ୍ସ ମାଧ୍ୟମରେ ୫୧ ଟି ଧାନମଣ୍ଡି ଖୋଲି ଧାନ କ୍ରୟ କରାଯାଉଥିବା କୁହାଯାଉଥିବା ବେଳେ, ପ୍ରକୃତ ଚିତ୍ର କିନ୍ତୁ ଅଲଗା । ସମସ୍ତ ଧାନ ମଣ୍ଡିରେ ସମାନ ଅବସ୍ଥା, ମଣ୍ଡି ରୁ ଧାନ ଉଠୁନାହିଁ । ଦିନରେ ଅସହ୍ୟ ତାତି ସହିବା ସହ ସନ୍ଧ୍ୟାରେ ଝଡ଼ବର୍ଷା ମଧ୍ୟରେ ମଣ୍ଡିରେ ନିଜ କଷ୍ଟ ଉପାର୍ଜିତ ଧାନ ଜଗୁଛି ଚାଷୀ। ମଣ୍ଡିରେ ଧାନ ଜଗିବା କାହାର ୧0 ଦିନ ହେଲା ତ ଆଉ କାହାର ୧୫ ଦିନ ହେଲାଣି, କିନ୍ତୁ ଏପର୍ଯ୍ୟନ୍ତ ବି ମଣ୍ଡିରୁ ଉଠି ପାରୁନାହିଁ ଧାନ। ଫଳରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ, ଧରାଛୁଆଁ ଦେଉ ନାହାନ୍ତି ମିଲର୍ସ । ଅନ୍ୟପଟେ ଯାହାର ବି ଧାନ ଉଠୁଛି କୁଇଣ୍ଟାଲ ପ୍ରତି ୬ ରୁ ୮ କେଜି କଟନୀ ଚଟନୀ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାରି ମଧ୍ୟରେ ପେଶୀ ହେଉଛି ବିଚରା ଚାଷୀ। ଯାହାକୁନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଶୀଘ୍ର ରାଜ୍ୟ ସରକାର ମଣ୍ଡି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଚାଷୀ ।
