NRI Family trip to India :ଦିଲ୍ଲୀ ଧୂଳିରେ,NRI ମହିଳାଙ୍କ ଭାରତ ରହଣି ସ୍ୱପ୍ନ ଧୂଳିସାତ୍ !
ନିଜ ମାଟିରେ ଦଶହରା ଓ ଦୀପାବଳି ପାଳିବା ପାଇଁ ୬ ବର୍ଷ ପରେ ଆମେରିକାରୁ ଭାରତ ଆସିଥିଲେ | ହେଲେ,ମାତ୍ର ୨୧ ଦିନରେ କେମିତି ଆମେରିକା ଫେରିବେ ବାଟ ପାଇଲେନି ! ଜଣେ NRI ମହିଳାଙ୍କ ଏମିତି ଅବସ୍ଥା ହେଇଛି, ଦିଲ୍ଲୀ-ଏନସିଆରର ଭୟଙ୍କର ଟ୍ରାଫିକ୍, ଗରମ, ଅଶୁଦ୍ଧ ପାଣି ଏବଂ ୯ ମାସର କୋମଳମତି ଶିଶୁ କନ୍ୟାର ଦେହ ଖରାପ ହେବା ପରେ |
ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ନିଜ ମାଟିର ପର୍ବପର୍ବାଣି ସବୁବେଳେ ଖାସ୍ ହୋଇଥାଏ। ମାତ୍ର ଆମେରିକାରେ ରହୁଥିବା ଜଣେ NRI ପରିବାରଙ୍କ ପାଇଁ ଏହି ଭାରତ ଯାତ୍ରା କୌଣସି କାହାରପ ସ୍ବପ୍ନ ଠାରୁ କମ୍ ନୁହଁ । ୩ ମାସର ଛୁଟି ନେଇ ଭାରତ ଆସିଥିବା ବେଳେ ମାତ୍ର ୩ ସପ୍ତାହ ମଧ୍ୟରେ ବ୍ୟାଗ୍ ପ୍ୟାକ୍ କରି ଆମେରିକା ଫେରିବାକୁ ପଡିଲା ମହିଳା ଓ ତାଙ୍କ ୯ ମାସର କୋମଳ ଶିଶୁକୁ ।
ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ନିତିନ୍ ମାଲହୋତ୍ରା (Instagram: @desidadinamerica) ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଦିଲ୍ଲୀ-ଏନସିଆରର ପୋଲ୍ ଖୋଲିଛନ୍ତି | ନିତିନଙ୍କ କହିବା ଅନୁଯାୟୀ, ତାଙ୍କ ସ୍ତ୍ରୀ ୬ ବର୍ଷ ପରେ ଭାରତ ଆସିଥିଲେ। ପ୍ରଥମ ସପ୍ତାହରେ ଦିଲ୍ଲୀର ଗାଡ଼ି ଚାଳନା ଓ ଟ୍ରାଫିକ୍ ତାଙ୍କ ହାଲତ୍ ଖରାପ କରିଦେଇଥିଲା , ଏଥିପାଇଁ ତାଙ୍କୁ ପର୍ଶନଲ ଡ୍ରାଇଭର ରଖିବାକୁ ପଡିଥିଲା | ଦ୍ୱିତୀୟ ସପ୍ତାହରେ ପ୍ରଚଣ୍ଡ ଗୁଳୁଗୁଳି ଓ ଅଶୁଦ୍ଧ ପାଣି ସେମାନଙ୍କୁ ଅତିଷ୍ଠ କରିପକାଇଥିଲା।
ଶେଷରେ ତୃତୀୟ ସପ୍ତାହରେ ବାରମ୍ବାର ବୋତଲ ପାଣି ପିଇ ୯ ମାସର ଶିଶୁ କନ୍ୟାଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ବାଧ୍ୟ ହୋଇ ନିତିନ୍ ତୁରନ୍ତ ତାଙ୍କର ଫେରନ୍ତା ବିମାନ ଟିକେଟ୍ ବୁକ୍ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବା ସହ ଦିଲ୍ଲୀର ପ୍ରଦୂଷଣ ବିବାଦରେ ନିଆଁରେ ଘିଅ ଢ଼ାଳିବା କାମ କରିଛି |
ସୂଚନା: ଏହି ଲେଖାଟି ବ୍ୟବହାରକାରୀଙ୍କ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ଉପରେ ଆଧାରିତ। ମୂଳ ପୋଷ୍ଟରେ କରାଯାଇଥିବା ଦାବିଗୁଡ଼ିକୁ ନକ୍ଷତ୍ର ନ୍ୟୁଜ ଦ୍ୱାରା ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯାଇନାହିଁ।
