ଭେନେଜୁଏଲା ଭୂକମ୍ପ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ।
ଭେନେଜୁଏଲା ଭୂକମ୍ପ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ସହାୟତା ପ୍ରଦାନ ପାଇଁ ଭାରତ ପ୍ରସ୍ତୁତ..
ଭେନେଜୁଏଲାରେ ହୋଇଥିଵା ଶକ୍ତିଶାଳୀ ଭୂକମ୍ପ ଝଟକାରେ ଅନେକ ଧନଜୀଵନ ନଷ୍ଟ ହୋଇଥିଵା ଵେଳେ ଏନେଇ ଗଭୀର ଶୋକ ପ୍ରକାଶ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ “ଏକ୍ସ”ରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି, ଭେନେଜୁଏଲାରେ ଘଟିଥିବା ଭୟାବହ ଭୂମିକମ୍ପ ଯୋଗୁଁ ହୋଇଥିବା ବିପୁଳ କ୍ଷତି ଓ ଜନହାନି ଵିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ। ଏହା ସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି, ଭାରତର ଜନସାଧାରଣଙ୍କ ପକ୍ଷରୁ, ମୁଁ ଭେନେଜୁଏଲା ସରକାର ଓ ସେଠାକାର ଜନତାଙ୍କ ପ୍ରତି, ବିଶେଷକରି ଯେଉଁ ପରିବାରଗୁଡ଼ିକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଇଵା ସହ, ଆହତଙ୍କ ଆଶୁଆରୋଗ୍ଯ କାମନା କରିଛନ୍ତି, ଏଵଂ ଏହି କଷ୍ଟକର ସମୟରେ ପ୍ରଭାବିତ ସମସ୍ତ ଲୋକଙ୍କ ସହ ଆମେ ଏକଜୁଟ ହୋଇ ଠିଆ ହୋଇଛୁ। ଏହାସହ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଵାକୁ ପ୍ରସ୍ତୁତ ଥିଵା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୂଚନା ଅନୁସାରେ, ଵୁଧଵାର ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ବଡ଼ ଧରଣର ଭୂକମ୍ପ ଯୋଗୁ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇ ଥର ଭୂ-କମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ ୭.୫ ଓ ୭.୧ ରେକର୍ଡ ହୋଇଥିବା ବେଳେ, ଦୋହଲିଯାଇଛି ରାଜଧାନୀ କାରାକାସର ଭୂମି। ଏହି ଶକ୍ତିଶାଳୀ ଭୂକମ୍ପରେ କାରାକାସରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ଭୁଶୁଡି ପଡିଛି ଅନେକ କୋଠା। ଫଳରେ ଜୀବନ ବଞ୍ଚାଇବାକୁ ରାସ୍ତାକୁ ଦୌଡିଲେ ଲୋକେ। ବହୁ ଦୋକାନ ବଜାର ସବୁ ଧ୍ବଂସ ସ୍ତୁପରେ ପାଲଟି ଯାଇଛି।
