ସୁନା କିଣନି କି ବିଦେଶୀ ଯାଅନି- ମୋଦି
୭.୮ ପ୍ରତିଶତ ଜିଡିପି ହାରରେ ବିକାଶର ବୃଦ୍ଧି ଭିତରେ ତାହେଲେ କାହିଁକି ସୁନା ନ କିଣିବାକୁ ଅପିଲ କଲେ ମୋଦି। ଜିଡିପି ଅଭିବୃଦ୍ଧିରେ ଦେଶବାସୀଙ୍କୁ ଶୁଭେଛା ଦେବା ସହ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି, ଯଦି ବହୁତ ଜରୁରୀ ନଥାଏ। ତାହେଲେ ସୁନା କିଣନ୍ତୁନି।ଦେଶବାସୀଙ୍କୁ ବିଦେଶୀ ମୋହ ଛାଡ଼ି ମେଡ୍ ଇନ ଇଣ୍ଡିଆ ମନ୍ତ୍ରରେ ଜୀବନ ଜିଇଁବାକୁ ଅପିଲ୍ କରିଛନ୍ତି।

ଅନାବଶକୀୟ ସୁନା କିଣନି କି ବିଦେଶ ଯାଅନି। ଦେଶବାସୀଙ୍କୁ ପୁଣି ଥରେ ଏମିତି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଉ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ପରେ ସୁନାର ଦର ଖସିଯାଇଛି। ୧୦ ଗ୍ରାମ ସୁନାର ଦାମ୍ ୧୦୩୭ ଟଙ୍କା କମି ୧ଲକ୍ଷ୫୫ହଜାର ଟଙ୍କା ହୋଇଛି। ରୂପା ବି ଶସ୍ତା ହୋଇଛି। କିଲୋ ପିଛା ୧୭୧୧ ଟଙ୍କା ଖସିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (IBJA) ମୁତାବକ ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନାର ଦର ୧ଲକ୍ଷ ୫୫ହଜାର ଟଙ୍କା ହୋଇଛି। ରୂପା କେଜିର ଦାମ୍ ଆଜି ୧୭୧୧ ଟଙ୍କା ହ୍ରାସ ପାଇ ୨.୩୫ଲକ୍ଷ ଟଙ୍କା ହୋଇଛି। ଚଳିତବର୍ଷ ସୁନା ରୂପା ଦରରେ ଲଗାତାର ବୃଦ୍ଧି ଓ ହ୍ରାସ ଜାରି ରହିଛି। ଡିସେମ୍ୱର ୩୧,୨୦୨୫ରେ ସୁନାର ଦର ୧.୩୩ଲକ୍ଷ ଟଙ୍କା ଥିଲା। ଯାହା ଜାନୁଆରୀ ୨୯ରେ ବଢ଼ି ସୁନାର ସର୍ବୋଚ୍ଚ ଦର ୧.୭୬ଲକ୍ଷ ଟଙ୍କା ହୋଇଯାଇଥିଲା। ସେବେଠୁ ଏପର୍ଯ୍ୟନ୍ତ ସୁନା ୨୧ହଜାର ଟଙ୍କା ଶସ୍ତା ହୋଇସାରିଛି। ସେପଟେ ରୂପାର ଦର ଡିସେମ୍ୱର ୩୧,୨୦୨୫ରେ ୨.୩୦ଲକ୍ଷ ଟଙ୍କା ହୋଇଯାଇଥିଲା। ଯାହା ଜାନୁଆରୀ ୨୯ରେ ୩.୮୬ଲକ୍ଷ ଟଙ୍କା ଅଲଟାଇମ୍ ହାଇରେ ପହଞ୍ଚିଯାଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ରୂପାର ଦର ୧.୫୩ଲକ୍ଷ ଟଙ୍କା ଶସ୍ତା ହୋଇଛି। ୭.୮ ପ୍ରତିଶତ ଜିଡିପି ହାରରେ ବିକାଶର ବୃଦ୍ଧି ଭିତରେ ତାହେଲେ କାହିଁକି ସୁନା ନ କିଣିବାକୁ ଅପିଲ କଲେ ମୋଦି। ଜିଡିପି ଅଭିବୃଦ୍ଧିରେ ଦେଶବାସୀଙ୍କୁ ଶୁଭେଛା ଦେବା ସହ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି, ଯଦି ବହୁତ ଜରୁରୀ ନଥାଏ। ତାହେଲେ ସୁନା କିଣନ୍ତୁନି। ଦେଶରେ ହେଉଥିବା ସାମଗ୍ରୀକୁ ପ୍ରାଥମିକତା ଦେଇ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ମଝଭୁତି କରିବାକୁ ଆହ୍ୱାନ ଜଣାଇଛନ୍ତି। ବୈଶ୍ୱିକ ପରିସ୍ଥିତିକୁ ଦେଖି ମୋଦି କହିଛନ୍ତି, ଆଜି ପୁରା ଦୁନିଆ ନାନା ସଂକଟ ଓ ଯୁଦ୍ଧ ସ୍ଥିତି ସହ ଜୁଝୁଛି। କୋଭିଡ୍ ମହାମାରୀ ପରଠୁ ବୈଶ୍ୱିକ ସପ୍ଲାଏ ଚେନ୍ ପୁରା ପ୍ରଭାବିତ ହୋଇଛି। ଦୁନିଆରେ ଆର୍ଥିକ ସ୍ଥିରତାର ଅଭାବ ଅଛି। ଦେଶବାସୀଙ୍କୁ ବିଦେଶୀ ମୋହ ଛାଡ଼ି ମେଡ୍ ଇନ ଇଣ୍ଡିଆ ମନ୍ତ୍ରରେ ଜୀବନ ଜିଇଁବାକୁ ଅପିଲ୍ କରିଛନ୍ତି। ବିଦେଶ ଯାତ୍ରା ଓ ବିଦେଶରେ ବିବାହ ଆୟୋଜନରେ ରୋକ୍ ଲଗାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯଦି ଲୋକେ ଦେଶ ଭିତରେ ବିବାହର ଆୟୋଜନ କରିବେ। ତାହେଲେ ଏଥିରୁ ପର୍ଯ୍ୟଟନ, ହୋଟେଲ, କ୍ୟାଟରିଂ, ହ୍ୟାଣ୍ଡିକ୍ରାଫ୍ଟ ଭଳି ସ୍ଥାନୀୟ ଉଦ୍ୟୋଗକୁ ବଡ଼ ସହାୟତା ଓ ପ୍ରୋତ୍ସାହନ ମିଳିବ। ଦେଶର ଟଙ୍କା ଦେଶ ଭିତରେ ରହିବ। ରୋଜଗାରର ମାଧ୍ୟମ ବଢ଼ିବ। ଆଜିର ଏହି ପରିଶ୍ରମ ଓ ଅନୁଶାସନ ଆସନ୍ତା ପୀଢ଼ିର ଭବିଷ୍ୟତକୁ ଉଜ୍ୱଳ କରିବ। ସରକାରଙ୍କ ନୀତିରେ ଦେଶ ସଠିକ ଦିଗରେ ଆଗକୁ ବଢ଼ୁଥିବା ବେଳେ ୧୪୦ କୋଟି ନାଗରିକଙ୍କ ସାମୂହିକ ଶକ୍ତି ଜରିଆରେ ଭାରତକୁ ବୈଶ୍ୱିକ ସ୍ତରରେ ନୂଆ ଉଚ୍ଚାକୁ ନେଇଯିବ। ବିଶେଷ କରି ଦେଶକୁ ଆତ୍ମନିର୍ଭର କରିବା ଓ ଘରୋଇ ଅର୍ଥବ୍ୟବସ୍ଥାକୁ ମଝବୁତ ଲାଗି ଏହି ଅପିଲର ଉଦ୍ଦେଶ୍ୟ। ଭାରତ ନିଜ ଚାହିଦାର ଅଧିକାଂଶ ସୁନା ଆମଦାନୀ କରେ। ବିପୁଳ ମାତ୍ରାରେ ସୁନା କିଣିବାରୁ ଦେଶର ଟଙ୍କା ବାହାରକୁ ଯାଉଛି। ଏଥିରୁ ବିଦେଶୀ ମୁଦ୍ରାଭଣ୍ଡାର ଉପରେ ଚାପ ପଡ଼ୁଛି। ସେଥିଲାଗି ଏଭଳି ସମୟରେ ଦେଶର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ଓ ସୁଦୃଢ଼ ରଖିବାକୁ ଅନାବଶ୍ୟକ ସୁନା କିଣିବା ବା ବିଦେଶ ଯାତ୍ରା କରିବାକୁ ବାରଣ କରିଛନ୍ତି ପିଏମ୍।
