ଦିଲ୍ଲୀ ମଡେଲ ମୁସ୍କାନଙ୍କୁ ମର୍ଡର- ଜିମ ଟ୍ରେନର ଇମରାନ ଫେରାର୍
ମୁସ୍କାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ ମୁସ୍କାନ। ହସ୍ପିଟାଲ ନେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୩ ଭଉଣୀରେ ସବୁଠୁ ସାନ ଥିଲେ ମୁସ୍କାନ। କୁହାଯାଉଛି, ଲମ୍ୱା ସମୟ ଧରି ମୁସ୍କାନର ପିଛା ଇମରାନ କରୁଥିଲା

ଦିଲ୍ଲୀରେ ୨୧ ବର୍ଷୀୟ ମଡେଲ ମୁସ୍କାନଙ୍କୁ ମର୍ଡର କଲା ଜିମ୍ ଟ୍ରେନର। ଘରେ ପଶି ଛୁରି ଭୁଷିଲା ଜିମ୍ ଟ୍ରେନର ଇମରାନ। ପୁଲିସ ସିସିଟିଭି ଫୁଟେଜ ତନାଘନା କରି ଅଭିଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି। ଦିଲ୍ଲୀର ତିଲକନଗରର ବୁଧବାର ରାତିରେ ମୁସ୍କାନଙ୍କୁ ହତ୍ୟା କରାଯାଇଛି। ମୁସ୍କାନ ଷ୍ଟୁଡେଣ୍ଟ ଓ ମଡେଲ ଥିଲେ। ଦ୍ୱିତୀୟ ମହଲାରେ ଥିବା ଘରେ ଏକୁଟିଆ ଥିଲା ବେଳେ ମୁସ୍କାନକୁ ଛୁରୀ ଭୂଷି ହତ୍ୟା କରିଥିଲା ତାଙ୍କର ଜିମ୍ ଟ୍ରେନର ଇମରାନ। ଆଉ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ମୁସ୍କାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ ମୁସ୍କାନ। ହସ୍ପିଟାଲ ନେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୩ ଭଉଣୀରେ ସବୁଠୁ ସାନ ଥିଲେ ମୁସ୍କାନ। କୁହାଯାଉଛି, ଲମ୍ୱା ସମୟ ଧରି ମୁସ୍କାନର ପିଛା ଇମରାନ କରୁଥିଲା। ଆଉ ତା ସହ ବନ୍ଧୁତା କରିବାକୁ ଚାପ ପକାଉଥିଲା। ତେବେ ୨୨ ଘଣ୍ଟା ବିତିଗଲା ପରେ ବି ଅଭିଯୁକ୍ତକୁ ଧରିବାରେ ପୁଲିସ ଫେଲ୍ ମାରିଛି। ତିଲକନଗରର ଏକ ୪ ମହଲା ବିଲଡିଂର ଦ୍ୱିତୀୟ ମହଲାରେ ନିଜ ବାପା ମାଆ ଓ ୪ ଭାଇ ଭଉଣୀଙ୍କ ସହ ରହୁଥିଲେ ମୁସ୍କାନ।
