ସିଏମଓରୁ ତଦନ୍ତ କମିଶନ ଫାଇଲ ନିଖୋଜ: ଓଡ଼ିଶା ରାଜନୀତିରେ ଝଡ଼
ସିଏମଓରୁ ଦୁଇଟି ତଦନ୍ତ କମିଶନ ରିପୋର୍ଟ ନିଖୋଜ ଘଟଣାକୁ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତଦନ୍ତ କମିଶନ ରିପୋର୍ଟ ଗାୟବ ନେଇ ବିଜେପିର ଆରୋପ। ଯୋଜନା ବଦ୍ଧ ଭାବେ ଗାଏବ ହୋଇଛି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ।

ସିଏମଓରୁ ଦୁଇଟି ତଦନ୍ତ କମିଶନ ରିପୋର୍ଟ ନିଖୋଜ ଘଟଣାକୁ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଫାଇଲ ଗାୟବ ହେବା ନେଇ ରାଜନୈତିକ ଆରୋପ–ପ୍ରତିଆରୋପ ତୀବ୍ର ହୋଇଛି। ତଦନ୍ତ କମିଶନର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ଏ.ଏସ୍. ନାଇଡୁ କହିଛନ୍ତି ଯେ, ବହୁ ବର୍ଷର ତଦନ୍ତ ପରେ ପ୍ରାୟ ୨ ହଜାର ପୃଷ୍ଠାର ଦୁଇଟି ଭଲ୍ୟୁମ୍ରେ ରିପୋର୍ଟ ସରକାରଙ୍କୁ ଦିଆଯାଇଥିଲା। ରିପୋର୍ଟରେ ସ୍ୱାମୀଜୀଙ୍କ ହତ୍ୟା ପରବର୍ତ୍ତୀ ପରିସ୍ଥିତି, ଦଙ୍ଗା ଓ କ୍ଷତିକ୍ଷମତା ସମ୍ପର୍କିତ ତଥ୍ୟ ଉଲ୍ଲେଖ ରହିଥିବା କୁହାଯାଇଛି। ତଦନ୍ତି କମିଶନ ଅଧ୍ୟକ୍ଷ ଜଷ୍ଟିସ ଏ.ଏସ୍, ନାଇଡୁ କହିଛନ୍ତି, ସ୍ୱାମୀ ଜୀଙ୍କ ହତ୍ୟା ପରେ ଦଙ୍ଗା ଆରମ୍ଭ ହୋଇଥିଲା । ୨୦୧୨ରୁ ମାମଲା ସେ ଟେକ୍ଅପ୍ କଲେ।କାହିଁକି ଏମିତି ହେଲା ସେସବୁ ରିପୋର୍ଟ କରାଯାଇଛି । ମାଓବାଦୀଙ୍କ କଥା ବି ଅଛି । ଦଙ୍ଗାରେ କଣ କ୍ଷତି ହୋଇଥିଲା ସେନେଇ ରିପୋର୍ଟରେ ବି ଅଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯାଏ ତଦନ୍ତ କମିଶନ ରିପୋର୍ଟ ଗାୟବ ନେଇ ବିଜେପିର ଆରୋପ। ଯୋଜନା ବଦ୍ଧ ଭାବେ ଗାଏବ ହୋଇଛି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମସ୍ତ ତଦନ୍ତ ରିପୋର୍ଟ ଯାଇଥିଲା। ଭୋଟ ଗଣତି ଦିନ ସବୁ ଫାଇଲ ଫେରିଲା କିନ୍ତୁ ଦୁଇଟି ରିପୋର୍ଟ ଫେରିଲା ନାହିଁ। ପରବର୍ତ୍ତୀ ସମୟରେ ଗୃହ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। କିନ୍ତୁ ଉତ୍ତର ଆସିଲା ଖୋଜା ଯାଉଚି। 2008 ରେ କନ୍ଧମାଳ ଏବଂ ସମଗ୍ର ଓଡ଼ିଶାରେ ସେବା ପାଇଁ ସମର୍ପିତ ଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା କରାଗଲା। ତତ୍କାଳୀନ ପୋଲିସ ପ୍ରଶାସନ ପକ୍ଷରୁ ଯେପରି ସୁରକ୍ଷା ଦେବା କଥା ଦିଆଯାଇନଥିଲା। ପୂର୍ବରୁ ଅନେକ ଥର ଆକ୍ରମଣ ହୋଇଥିବା ସତ୍ବେ ସୁରକ୍ଷା କଡ଼ାକଡ଼ି ନଥିଲା। ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ଜଷ୍ଟିସ ଶରତ ମହାପାତ୍ର କମିଶନ ବସିଥିଲା ପୂର୍ଣ୍ଣାଙ୍ଗ ପୂର୍ବରୁ ତାଙ୍କ ଦେହାନ୍ତ ହେଲା। ପରେ ଜଷ୍ଟିସ ନାଇଡୁ କମିଶନ 8 ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବା ପରେ ସେପ୍ଟେମ୍ବର 16 ତାରିଖ 2016 ମସିହା ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଥିଲେ। ପରେ ବିଜେପି ପକ୍ଷରୁ ବିଭିନ୍ନ ସମୟରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ଏବଂ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା। ତତ୍କାଳୀନ ସରକାର୍ ଏହାକୁ ଗୁରୁତ୍ବ ଦେଲାନାହିଁ। କଣ ଷଡଯନ୍ତ୍ର ଥିଲା ଯେଉଁଥିପାଇଁ ସାର୍ବଜନୀନ କଲେନାହିଁ। ନିର୍ବାଚନ ପୂର୍ବରୁ ଏ କଥାକୁ ବାରମ୍ବାର ସାର୍ବଜନୀନ କରିବାପାଇଁ ଚାପ ବି ପକାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର୍ ଜୁନ୍ ମାସରେ ନୂଆ ସରକାର୍ ଆସିବା ପରେ। ଫାଇଲକୁ ସାର୍ବଜନୀନ କରିବା ପାଇଁ ଚେଷ୍ଟା କରାଗଲା। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ବର୍ତ୍ତମାନ ସରକାର୍ ସେ ଫାଇଲ ଖୋଜିଲା ବେଳକୁ ଫାଇଲ ମିଳିନଥିଲା। ଏବେ ର ସରକାର୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତାଙ୍କୁ ଚିଠି ଲେଖାଯାଇଛି। ବାରମ୍ବାର ମନେ ପକାଯାଇଛି। 19,9,2016 ରେ ମୁଖ୍ୟ ଶାସନ ସଚିବ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଉପରେ ନିଷ୍ପତ୍ତି ନେବାକୁ ପଠାଇଲେ।ଭୋଟ ଗଣତି ଦିନ ଯେତେବେଳେ ବିଜେପି ସରକାର୍ ଆସିବା ସମୟ ଆସିଲା। ସେ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଗୃହ ବିଭାଗ କୁ ସମସ୍ତ ଫାଇଲ ପଠାଇଲା। କିନ୍ତୁ ଦୁଇଟି ଫାଇଲ ଗୃହ ବିଭାଗକୁ ପଠା ଗଲାନାହିଁ। ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ରେ rdc ତଦନ୍ତ ରିପୋର୍ଟ ମିଳିଲା ନାହିଁ। ଜଷ୍ଟିସ ନାଇଡୁ ମଧ୍ୟ କହିଛନ୍ତି ପ୍ରାୟ 2 ହଜାର ପୃଷ୍ଠାର ରିପୋର୍ଟ 2 ଟି ଭଲ୍ୟୁମ ରେ ଦିଆଯାଇଥିଲା। ଯୋଜନା ବଦ୍ଧ ଭାବେ ଏ ଫାଇଲକୁ ଲୁଚାଯାଇଚି। ଚୋରି କରିଛନ୍ତି। ସରକାର ଫାଇଲ ଖୋଜିବାକୁ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ଫାଇଲ ମିଲିଲାନାହିଁ। 4. 6. 2026 ରେ ସରକାର୍ ବଦଳିଲା କିନ୍ତୁ ଫାଇଲ ଫେରିଲା ନାହିଁ। 23.10.2025 ରେ ଚିଠି ମାଧ୍ୟମରେ ସରକାର୍ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ଯଦି ଆପଣଙ୍କ ଜ୍ଞାତ ରେ ଅଛି କିମ୍ବା ରଖିଛନ୍ତି ଦେବାକୁ କୁହାଯାଇଥିଲା। 4.11.2025 ରେ ଗୃହ ବିଭାଗ ପୁଣି ଚିଠି ଲେଖିଥିଲା। 15. 11. 2025 ରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପିଏସ ସରକାରଙ୍କୁ ଚିଠି ଲେଖିଲେ। ଯେ ତାଙ୍କୁ କୁହାଯାଇଛି ଫାଇଲ ଖୋଜିବାକୁ ପାଇଁ। ଏହା ପଛରେ ଗଭୀର ଷଡଯନ୍ତ୍ର ଅଛି। ଷଡଯନ୍ତ୍ର କରି ସ୍ବାମୀଜୀଙ୍କ ହତ୍ୟା ହେଲା। ଯୋଜନାବଦ୍ଧ ଭାବେ ହତ୍ୟା ରିପୋର୍ଟ କୁ ଗାଏବ କରାଗଲା। ନବୀନ ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସୁଛି। ସ୍ବାମୀଜୀଙ୍କ ହତ୍ୟା ପଛରେ ବୋଧ ହୁଏ ଅନେକ କଥା ସାମ୍ନାକୁ ଆସିଥାନ୍ତା। ଧର୍ମାନ୍ତରୀକରଣ ଚାଲିଥିଲା। ଚର୍ଚ୍ଚା ହେଉଥିଲା ଯେ ସରକାରଙ୍କ ହାତ ରହିଛି। ଯେଉଁଥିପାଇଁ ଏହାକୁ ଜାଣିଶୁଣି ଏହି ଫାଇଲକୁ ଗାଏବ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ବିଜେଡି କହିଛି, ଦୁଇ ବର୍ଷ ଧରି ସରକାର କାହିଁକି ଚୁପ ବସିଥିଲେ। ବିଜେଡି ସରକାର ସମୟରେ ଫାଇଲ ହଜିନି। କେବେ ହଜିଛି କିଏ କହି ପାରିବ। ଯଦି ଫାଇଲ ହଜିଛି ଏତେ ଦିନ ଧରି ସରକାର ଜାଣି ପାରିନଥିଲେ କି ? ଯଦି ଜାଣିଥିଲେ କାହିଁକି ଚୁପ ବସିଥିଲେ। ଏହା ପଛରେ କିଛି ଷଡ଼ଯନ୍ତ୍ର ଥାଇ ପାରେ କିଛି ରାଜନୀତିକ ଉଦ୍ଦେଶ୍ୟ ଥାଇ ପାରେ । ସରକାର ଅଛନ୍ତି ସେମାନେ ଯାହା ବି କରି ପାରିବେ ବୋଲି ବିଜେଡି ସାଂସଦ ମୁନା ଖାଁ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ତୃତୀୟ ମହଲା ହେଉଛି ସିକ୍ୟୁରିଟି ଘେରା। ସେଠାରୁ ଯଦି ଫାଇଲ ଚୋରି ହେଉଛି ତେବେ ଏ ବିଫଳ ସରକାର | ଫାଇଲ ର ସୁରକ୍ଷା ଦେଇପାରୁନାହାନ୍ତି ଏ ସରକାର ଲୋକଙ୍କ ସୁରକ୍ଷା କଣ ଦେବେ। ୨ ବର୍ଷ ପରେ ଫାଇଲ ଚୋରି ବୋଲି ମନେ ପଡୁଛି ଏବେ କାହିଁକି FIR ଦେଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ରିପୋର୍ଟ ଗାଏବ ନେଇ ନବୀନଙ୍କୁ ଏକାଧିକ ବାର ଚିଠି ଲେଖିଥିଲେ ଗୃହ ସଚିବ। ରିପୋର୍ଟ ଖୋଜୁଥିବା ନେଇ ମଧ୍ୟ ନବୀନଙ୍କ ପାଖରୁ ଉତ୍ତର ଆସିଥିଲା। କିନ୍ତୁ 2 ବର୍ଷ ହେଲା ନ ଫେରିବାରୁ ଏଫଆଇଆର ଦେବାକୁ ବାଧ୍ୟ ହେଲେ ସରକାର। 2024 ନିର୍ବାଚନ ସମୟରେ ଗୁଡ଼ାଏ ସରକାରୀ ନଥିପତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା। ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ 19.9.2016 ରେ ଏବଂ ଆରଡିସି ରିପୋର୍ଟ 23.5.2018ରେ ମୁଖ୍ୟ ଶାସନ ଙ୍କ ଜରିଆରେରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲା. ହେଲେ ଆଉ ଫେରିଲା ନାହିଁ। ଛାନଭିନ କଲୁ ଫାଇଲ ଫେରିନାହିଁ। ପୂର୍ବ ସରକାର ଏହାକୁ ହସ୍ତାନ୍ତର କରିବା କଥା କିନ୍ତୁ ନା ସେମାନେ ଫେରାଇଛନ୍ତି ନା ହସ୍ତାନ୍ତର କରିଛନ୍ତି। ଯଦି ଉଦ୍ଦେଶ୍ୟ ମନ୍ଦ ଥାନ୍ତା ତେବେ ସାଙ୍ଗେ ସାଙ୍ଗେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ନାଁରେ ମାମଲା କରିଥାନ୍ତୁ। ସେପଟେ ତଦନ୍ତ କମିଶନ ଫାଇଲ ହଜିବା ଘଟଣା, ପୋଲିସ ତଦନ୍ତ ଆରମ୍ଭ। ଲୋକସେବା ଭବନ ଗୃହ ବିଭାଗରେ କ୍ୟାପିଟାଲ ଥାନା ପୋଲିସ ପହଁଚି ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଙ୍କୁ ଠାରୁ ତଥ୍ୟ ନେଇଛନ୍ତି। ୩୦ମିନିଟ ଧରି ଯୁଗ୍ମ ସଚିବଙ୍କୁ ପଚାର ଉଚରା କରିଛି ପୁଲିସ।
