ପତ୍ନୀଙ୍କ ପାଇଁ ପଞ୍ଚମ ପଢ଼ୁଆ ସ୍ୱାମୀଙ୍କ ପଣ- ଘରେ ଲଗାଇଲେ ଏସକାଲେଟର..
ନା ତାଙ୍କ ପାଖରେ ଥିଲା କୌଣସି ଇଞ୍ଜିନିୟରିଂ ଡିଗ୍ରୀ ନା ଔପଚାରିକ ଜ୍ଞାନକୌଶଳର ତାଲିମ। ଆନ୍ଧ୍ରପ୍ରଦେଶର ଚାଷୀ ନାରାୟଣ ତଥାପି ପଣ କରିଥିଲେ କେମିତି ପତ୍ନୀଙ୍କୁ ସାହାଯ୍ୟ କରିବେ। ପଞ୍ଚମ ଯାଏ ପଢ଼ିଥିବା ନାରାୟଣ ଶେଷରେ ଘର ଭିତରେ ହିଁ ଏସକାଲେଟର ଡିଜାଇନ ତିଆରି କଲେ। ଏହାକୁ ପୁରା କରିବାକୁ ଲାଗିଥିଲା ୨୦ଦିନ।

ଆଣ୍ଠୁ ଯନ୍ତ୍ରଣାରେ ଘାରି ହେଉଥିଲେ ପତ୍ନୀ। ତଳୁ ଉପର ବା ଉପରୁ ତଳ ମହଲାକୁ ଆସିବା ଥିଲା କଷ୍ଟକର। ତଳ ମହଲାରୁ ଉପର ମହଲାକୁ ଯିବେ କେମିତି। ଏ ଚିନ୍ତାରୁ ମୁକୁଳିବାକୁ ପତ୍ନୀଙ୍କ ପାଇଁ ୬୫ ବର୍ଷୀୟ ମେକାନିକ୍ ସାତି ଶିଭା ନାରାୟଣ ରେଡ୍ଡୀ ତିଆରି କଲେ ଘରୋଇ ଏସକାଲେଟର। ଏଥିଲାଗି ଖର୍ଚ୍ଚ କଲେ ପ୍ରାୟ ୭୦ହଜାର ଟଙ୍କା। ଏହାକୁ କରିବାକୁ ସେ ପ୍ରାୟ ୨ ବର୍ଷ ହେଲା କରିଥିଲେ ଯୋଜନା। ୨୧ଟି ପାହାଚକୁ ଅତିକ୍ରମ କରି ତଳୁ ଉପର ହେବା ପତ୍ନୀଙ୍କ ଲାଗି କାଠିକର ସାଜୁଥିଲା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ନାରାୟଣଙ୍କ ଏହି ଯୋଜନାକୁ ନେଇ ସବୁଠି ଆଲୋଚନା। ନା ତାଙ୍କ ପାଖରେ ଥିଲା କୌଣସି ଇଞ୍ଜିନିୟରିଂ ଡିଗ୍ରୀ ନା ଔପଚାରିକ ଜ୍ଞାନକୌଶଳର ତାଲିମ। ଆନ୍ଧ୍ରପ୍ରଦେଶର ଚାଷୀ ନାରାୟଣ ତଥାପି ପଣ କରିଥିଲେ କେମିତି ପତ୍ନୀଙ୍କୁ ସାହାଯ୍ୟ କରିବେ। ପଞ୍ଚମ ଯାଏ ପଢ଼ିଥିବା ନାରାୟଣ ଶେଷରେ ଘର ଭିତରେ ହିଁ ଏସକାଲେଟର ଡିଜାଇନ ତିଆରି କଲେ। ଏହାକୁ ପୁରା କରିବାକୁ ଲାଗିଥିଲା ୨୦ଦିନ। ଏ ଦମ୍ପତ୍ତି ପ୍ରଥମ ମହଲାରେ ରହୁଥିଲେ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଘର ମାଲିକଙ୍କୁ ଉପରେ ରହିବା ଦରକାର ବୋଲି ବାସ୍ତୁ ବିଶେଷଜ୍ଞ ପରାମର୍ଶ ଦେଇଥିଲେ। ଆଣ୍ଠୁ ଯନ୍ତ୍ରଣାରେ ଜର୍ଜରିତ ପତ୍ନୀ ଦିନେ ତାଙ୍କୁ କହିଥିଲେ, ସେ ତ ଜଣେ ଟେକ୍ନିସିଆନ। ଘର ପାଇଁ ଗୋଟିଏ ଲିଫ୍ଟ କରିଦେଲେ ହୁଅନ୍ତାନି। ଆଉ ଏହି ଶବ୍ଦ ନାରାୟଣଙ୍କ ମନରେ ରହିଯାଇଥିଲା। ପତ୍ନୀ ସତ୍ୟବେନୀଙ୍କ ଦରଜ କମାଇବାକୁ ଦୃଢ଼ ସଂକଳ୍ପ ନେଇଥିଲେ ନାରାୟଣ। ମାସ ମାସ ଧରି ବିଭିନ୍ନ ଟେକ୍ନିକର ଅଧ୍ୟୟନ କରିଥିଲେ। ଗୋଟିଏ ୧.୫ ଏଚପି ମଟର, ବିଜୁଳି ତାର ଓ ଅନ୍ୟ ଉପକରଣରେ ଛୋଟ ଏସକାଲେଟର ତିଆରି କଲେ। ଅତିକମରେ ୩ଶହ କିଲୋଗ୍ରାମର ଓଜନକୁ ସୁରକ୍ଷିତ ଭାବେ କେମିତି ଏହା ଉଠାଇପାରିବ, ବେଶ୍ ପରୀକ୍ଷାନିରୀକ୍ଷା କରିଥିଲେ। ସୁରକ୍ଷା ପାଇଁ ସ୍ୱୟଂଚାଳିତ ଷ୍ଟପ୍ ମେକାନିଜିମ୍ ଲଗାଇଛନ୍ତି। ବିଜୁଳି କାଟ୍ ସମୟରେ ବି ଏହା 1400 VA ଇନଭର୍ଟରରେ ଚାଲିପାରେ। ଏହି ନୂଆ ଜ୍ଞାନକୌଶଳ ସୋସିଆଲ ମିଡିଆରେ ଭାଇରାଲ ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
