ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ପରିବହନ ବିଭାଗର ବଡ଼ ନିଷ୍ପତ୍ତି, ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ
ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ । ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରୀ ପରିବହନକୁ ସୁବିଧାଜନକ କରିବା ପାଇଁ ପରିବହନ ବିଭାଗର ବଡ଼ ନିଷ୍ପତ୍ତି ।

ଭୁବନେଶ୍ୱର: ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ପିପିଲି ଟୋଲ ଫି ଛାଡ ହେବ । ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରୀ ପରିବହନକୁ ସୁବିଧାଜନକ କରିବା ପାଇଁ ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର RTO -୧ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ସମସ୍ତ ବସ ମାଲିକ ସଂଘ ତଥା ପରିବହନ ଅଧିକାରୀ ମାନେ ଯୋଗ ଦେଇଥିଲେ। ପରିବହନ କମିଶନର କହିଛନ୍ତି ଯେ ରଥଯାତ୍ରା ସମୟରେ ଭକ୍ତମାନେ କୌଣସି ଅସୁବିଧା ବିନା ଯାତାୟାତ କରିପାରିବେ, ସେଥିପାଇଁ ବିଶେଷ ବ୍ୟବସ୍ଥା ରହିବ। ପୁରୀ ରୁଟରେ ବସ୍ ସେବା ଦୁଗୁଣ କରାଯିବା ସହ ଅନ୍ୟ ରୁଟ୍ର ବସ୍ ମାଲିକମାନଙ୍କୁ ମଧ୍ୟ ଅସ୍ଥାୟୀ ପରମିଟ୍ ପାଇଁ ସୁଯୋଗ ଦିଆଯିବ। ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨ଶହଟି ବେସରକାରୀ ବସ୍ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଗୁଣ କରିବା ଲକ୍ଷ୍ୟ ରହିଛି। ସେହିପରି OSRTC ଓ CRUT ବସ୍ ସେବା ମଧ୍ୟ ବୃଦ୍ଧି କରାଯିବ । ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି । ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪ ଶହଟି ଇଭି ଗାଡ଼ି ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁମାନଙ୍କୁ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡକୁ ଆଣିବା ଏବଂ ଛାଡ଼ିବା ପାଇଁ ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଚାଲିବ । ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ। ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ। । ପୁରୀରେ 24×7 ନିୟନ୍ତ୍ରଣ କକ୍ଷ ଓ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ତଳବଣିଆରେ ହେଲ୍ପ ଡେସ୍କ, ଅସ୍ଥାୟୀ ବିଶ୍ରାମଗାର ଓ ମାଗଣା ଭୋଜନ ବ୍ୟବସ୍ଥା ରହିବ। ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇ ସେଠାରୁ ମାଗଣା ଶଟଲ୍ ସେବା ଦିଆଯିବ। ସମସ୍ତ ବସରେ ଭଡ଼ା ତାଲିକା ପ୍ରଦର୍ଶନ ବାଧ୍ୟତାମୂଳକ କରାଯିବ l ରଥଯାତ୍ରା ସମୟରେ ପିପିଲି ଟୋଲ୍ ଗେଟ୍ ରେ କୌଣସି ଟୋଲ୍ ଟିକସ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବସରେ ଭଡ଼ା ତାଲିକା ପ୍ରଦର୍ଶନ ବାଧ୍ୟତାମୂଳକ କରାଯିବ l ସେପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବସରେ ORS ଓ ପାନୀୟ ବ୍ୟବସ୍ଥା ରଖାଯିବ। ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ। ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ବାଡ ରଖାଯିବା ସହିତ କୌଣସି ଗାଡ଼ି ବ୍ରେକଡାଉନ୍ ହେଲେ ତାହାକୁ ବ୍ୟବସ୍ଥାପିତ ପାଇଁ କ୍ରେନ୍ ରଖାଯିବ। ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ। ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି।

