ଫ୍ରେଞ୍ଚ ଓପନ ଫାଇନାଲରେ ମାଜା- ସଂଘର୍ଷରୁ ସଫଳତାର ଅଧ୍ୟାୟ
କେହି ତାଙ୍କୁ ସ୍ପନସର କରିଥିଲେ ନା ତାଙ୍କର କୌଣସି ଗ୍ୟାରେଣ୍ଟି ଇନକମ୍ ଥିଲା। ଏପରିକି ସେ ରହୁଥିବା ହୋଟେଲ ରୁମର ଖର୍ଚ୍ଚ ବହନ କରିପାରିବେ କି ନାହିଁ, ତାକୁ ନେଇ ଲାଗିଥିଲା ଅନିଶ୍ଚିତତା। ସେଇ ୨୪ ବର୍ଷୀୟା ପୋଲାଣ୍ଡର ମାଜା ଚ୍ୱାଲାନିସ୍କା ଆଜି ଫ୍ରେଞ୍ଚ୍ ଓପନ ଫାଇନାଲରେ ପହଞ୍ଚିଗଲେ

ଗଲା ସପ୍ତାହରେ ସେ ପାରିସ ଯାଇଥିଲେ। ବିଶ୍ୱରେ ତାଙ୍କ ରାଙ୍କ ଥିଲା ୧୧୪। ନା କେହି ତାଙ୍କୁ ସ୍ପନସର କରିଥିଲେ ନା ତାଙ୍କର କୌଣସି ଗ୍ୟାରେଣ୍ଟି ଇନକମ୍ ଥିଲା। ଏପରିକି ସେ ରହୁଥିବା ହୋଟେଲ ରୁମର ଖର୍ଚ୍ଚ ବହନ କରିପାରିବେ କି ନାହିଁ, ତାକୁ ନେଇ ଲାଗିଥିଲା ଅନିଶ୍ଚିତତା। ସେଇ ୨୪ ବର୍ଷୀୟା ପୋଲାଣ୍ଡର ମାଜା ଚ୍ୱାଲାନିସ୍କା ଆଜି ଫ୍ରେଞ୍ଚ୍ ଓପନ ଫାଇନାଲରେ ପହଞ୍ଚିଗଲେ। ଯେତେବେଳେ ୩ଟି କ୍ୱାଲିଫାଏ ମ୍ୟାଚ୍ ଜିତି ଫ୍ରେଞ୍ଚ ଓପନ ମେନ ଡ୍ରରେ ପ୍ରବେଶ କରିଥିଲେ। ସେତେବେଳେ ଟୁର୍ଣ୍ଣାମେଣ୍ଟର ଶେଷରେ ଯାଇ କେବଳ ତାଙ୍କୁ ପ୍ରାଇଜ୍ ମନି ଦିଆଗଲା। ଥାର୍ଡ ରାଉଣ୍ଡ ଜିତିବା ପରେ ସେ ତାଙ୍କ ଦେଶରୁ ଆର୍ଥିକ ସହାୟତା ଚାହିଁଥିଲେ। ହେଲେ ପୋଲାଣ୍ଡ ସରକାର ଶୁଣିଲେନି। କେବଳ ଜଣେ ସ୍ପନସରକୁ କହି ତାଙ୍କର ବକେୟା ହୋଟେଲ ବିଲ୍ ପୈଠ କରିଦିଆଗଲା। ପଲିସ ସ୍ପୋର୍ଟସ ଡ୍ରିଂକ ବ୍ରାଣ୍ଡ କମ୍ପାନୀ ଆଗକୁ ଆସି ତାଙ୍କର ବକେୟା ହୋଟେଲ ବିଲ୍ ପୈଠ କରିଥିଲା। ଏହି ମ୍ୟାଚ୍ ପୂର୍ବରୁ ସେ ତାଙ୍କ ପୁରା କ୍ୟାରିଅର ଭିତରେ କେବଳ ଗୋଟିଏ ଗ୍ରାଣ୍ଡ ସ୍ଲାମ୍ ମେନ୍ ଡ୍ର ମ୍ୟାଚ୍ ଜିତିଥିଲେ। ସେ ଏତେ ମାନସିକ ଅବସାଦକୁ ଚାଲିଯାଇଥିଲେ ଯେ, ୨୦୨୧ ମସିହାରେ ଏକପ୍ରକାର ଶଯ୍ୟାଶାୟୀ ହୋଇପଡିଥିଲେ। ୨୦୨୨ରେ ତାଙ୍କର ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିଲା। ଛୋଟ ଛୋଟ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ। କହିବାକୁ ଗଲେ ଟେନିସରୁ ଏକପ୍ରକାର ବିରତିର ସମୟ ଆସିଯାଇଥିଲା। ଆଉ ପାରିସରେ ପହଞ୍ଚି ନୂଆ କୀର୍ତ୍ତି ରଚିଲେ। ୩ଟି କ୍ୱାଲିଫାୟାର ଜିତିଲେ। ୯ଟି ଷ୍ଟ୍ରେଟ୍ ମ୍ୟାଚରେ ବିଜୟୀ ହେଲେ। ସେ ଫ୍ରେଞ୍ଚ ଓପନ ଇତିହାସରେ ପ୍ରଥମ କ୍ୱାଲିଫାୟାର ଯିଏ କି ଫାଇନାଲରେ ପହଞ୍ଚିଲେ। ଶେଷ ଥର ଜଣେ କ୍ୱାଲିଫାୟାର ଗ୍ରାଣ୍ଡ ସ୍ଲାମ୍ ଫାଇନାଲକୁ ପହଞ୍ଚିଥିଲେ। ସେ ଥିଲେ ଏମା ରାଡୁକାନୁ। ୨୦୨୧ ୟୁଏସ ଓପନରେ ରାଡୁକାନୁ ଜିତିଥିଲେ। ଯଦି ହିସାବ କରାଯାଏ, ଚାଓ୍ୱାଲିନସ୍କା ତାଙ୍କର ପୁରା କ୍ୟାରିଅରରେ ଯେତିକି ଆୟ କରିନଥିଲେ, ତାଠୁ ଅଧିକ ହାସଲ କରିବେ। ରନର ଅପ ହେଲେ ୧.୬ ମିଲିୟନ ଡଲାର ପାଇବେ। ଆଉ ଆଜି ଜିତିଲେ ସେ ପାଇବେ ୩.୨୫ ମିଲିୟନ ଡଲାର। ଯେଉଁ ଖେଳାଳୀଙ୍କ ପାଖରେ ସପ୍ତାହକ ଆଗରୁ ହୋଟେଲ ରୁମ ଖର୍ଚ୍ଚ ତୁଲାଇବାକୁ ଟଙ୍କା ନଥିଲା। ଆଜି ସେ ମିଲେନିୟର ସାଜିବେ। ଏବେ ସମସ୍ତଙ୍କ ନଜର। ରୋଲାଣ୍ଡ-ଗାରୋସ ୨୦୨୬ ଚାମ୍ପିଅନ ମୁକୁଟ କିଏ ପିନ୍ଧିବ। ମାଜା ଚ୍ୱାଲିନିସ୍କା ନା ମିରା ଆଣ୍ଡ୍ରିଭା। ୧୯ ବର୍ଷୀୟା ଋଷର ମିରା ବି ପ୍ରଥମ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଛନ୍ତି। ମିରା ବିଶ୍ୱ ରାଙ୍କିଂରେ ୮ ନମ୍ୱର ଖେଳାଳୀ। ୧୯ ବର୍ଷରେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଥିବା ସର୍ବକନିଷ୍ଠ ଖେଳାଳୀ ମିରା। ପାରିସରେ ତାଙ୍କର ରେକର୍ଡ ବେଶ୍ ଚମକପ୍ରଦ। ରୋଲାଣ୍ଡ ଗାରୋସରେ ପ୍ରଥମ ୨୦ ମୁଖ୍ୟ ଡ୍ର ମ୍ୟାଚରୁ ୧୭ଟି ଜିତିଥିଲେ।
