Madhya pradesh news; ୫୦ ଦିନରେ ପଦ ବଦଳି , ବର୍ଷରେ ଚାରିଥର ଟ୍ରାନ୍ସଫର |
ନେହା ମାରବ୍ୟା କହିଛନ୍ତି ତାଙ୍କର ନିଯୁକ୍ତି ଅବଧି ମାତ୍ର ୨ ରୁ ୩ ମାସ ପାଇଁ ହୋଇଥାଏ | ସେ ନିଜ ପଦବୀ ଓ ଦାୟିତ୍ୱ ବୁଝିବା ପର୍ଯ୍ୟନ୍ତ ତାଙ୍କୁ ସେଇ ପଦଵୀରୁ ହଟାଇ ଦିଆଯାଏ | ମଧ୍ୟପ୍ରଦେଶ କେଡରର ଏକ ମହିଳା ଅଧିକାରୀଙ୍କ ଏହି ବର୍ଷରେ ଚତୁର୍ଥ ଥର ଟ୍ରାନ୍ସଫର କରାଯାଇଥିଲା |

ଷଡଯନ୍ତ୍ର ଆଗରେ ହାରିଛି ଈମାନଦାରୀ | ବର୍ଷରେ ଚାରିଥର ପଦର ବଦଳି କରିଥିଲେ ନେହା ମାରବ୍ୟା | ନେହା ମାରବ୍ୟା କହିଛନ୍ତି ତାଙ୍କର ନିଯୁକ୍ତି ଅବଧି ମାତ୍ର ୨ ରୁ ୩ ମାସ ପାଇଁ ହୋଇଥାଏ | ସେ ନିଜ ପଦବୀ ଓ ଦାୟିତ୍ୱ ବୁଝିବା ପର୍ଯ୍ୟନ୍ତ ତାଙ୍କୁ ସେଇ ପଦଵୀରୁ ହଟାଇ ଦିଆଯାଏ | ମଧ୍ୟପ୍ରଦେଶ କେଡରର ଏକ ମହିଳା ଅଧିକାରୀଙ୍କ ଏହି ବର୍ଷରେ ଚତୁର୍ଥ ଥର ଟ୍ରାନ୍ସଫର କରାଯାଇଥିଲା | ଏହିଥିରେ ୨୦୧୧ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ବା IPS ଅଧିକାରୀଙ୍କ ଉପରେ ରାଗି ଯାଇଥିଲେ | ସେ ନିଜ ଟ୍ରାନ୍ସଫର ଆପତ୍ତି ପ୍ରକାଶ କରି, ଅଭିଯୋଗ କରି କହିଥିଲେ ଷଡଯନ୍ତ୍ର କରୁଥିବା ବ୍ୟକ୍ତି ସବୁବେଳେ ଜିତିଯାଆନ୍ତି ଯେବେକି ସେ ହାରିଯାଆନ୍ତି | ମଧ୍ୟପ୍ରଦେଶ ସରକାର ସେପ୍ଟେମ୍ବର ୫ରେ ପ୍ରଶାସନିକ ବଡ ଅଦଳବଦଳ କରିଥିଲା | ଯାହାର ତାଲିକା ମଧ୍ୟ ଜାରି କରାଯାଇଥିଲା | ଯେଉଁଥିରେ ଆଦିମ ଜାତି ଅନୁସନ୍ଧାନ ଓ ବିକାଶ ସଂସ୍ଥାନର ନିର୍ଦ୍ଧେଶକ , ମଧ୍ୟପ୍ରଦେଶ ରୋଜଗାର ଏବଂ ପରୀକ୍ଷଣ ପରିଷଦର ପରିଚଳନା ନିର୍ଦ୍ଧେଶକ , ଆଦିମ ଜାତୀ କ୍ଷେତ୍ରୀୟ ବିକାଶ ଯୋଜନା ବିଭାଗର ସଂଚାଳକ ଏବଂ ମଧ୍ୟପ୍ରଦେଶ ଅନୁସୂଚିତ ଜନଜାତି ଅର୍ଥ ଓ ବିକାଶ ନିଗମର ପରିଚାଳକ ନିର୍ଦ୍ଧେଶକ ଅଧିକାରୀ ନେହା ମାରବ୍ୟାଙ୍କ ନାମ ଥିଲା | ଏହି ଅଦଳବଦଳରେ ନେହା ମାରବ୍ୟାଙ୍କ ନାମ ପଦରୁ ବାହାର କରି କେବଳ ଅନୁସୂଚି ଜନଜାତି ଅର୍ଥ ଏବଂ ବିକାଶ ନିଗମର ପରିଚାଳକ ନିର୍ଦ୍ଧେଶକର ଦାୟିତ୍ୱ ଦିଆଯାଇଥିଲା | ଏହି ଅଦଳବଦଳରେ IPS ନେହା ମାରବ୍ୟା ବେଶ ମର୍ମାହତ ଥିଲେ ଏବଂ ସେ ଏମପି ଆଇଏସ ଅଧିକାରୀ ଆସୋସିଏସନର whatsapp ଗ୍ରୁପରେ ନିଜର କଷ୍ଟକୁ କହିଥିଲେ | ସେ whatsapp ଗ୍ରୁପରେ ଲେଖିଥିଲେ " ୫ ସେପ୍ଟେମ୍ବର ୨୦୨୬ର ଟ୍ରାନ୍ସଫର ଲିଷ୍ଟ ଦେଖିବାପରେ ମୁ ବହୁତ ଚିନ୍ତାରେ ଅଛି ,ଏହି ଲିଷ୍ଟରେ ମୋର ନାମ ମଧ୍ୟ ଅଛି | ପଦ ସମ୍ଭାଳିବାର କେବଳ ୫୦ ଦିନ ଭିତରେ ମୋର ପଦବଦଳ କରାଯାଇଛି | ଗୋଟିଏ ବର୍ଷ ଭିତରେ ଏହା ଚତୁର୍ଥ ଥର ଅଟେ,ଯେବେ ମୋର ନାମ ଟ୍ରାନ୍ସଫର ଲିଷ୍ଟରେ ରଖାଯାଇଛି |" ସେ ନିଜର ଅସନ୍ତୋଷ ପ୍ରକାଶ କରି ସମସ୍ୟାର ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରି ଲେଖିଥିଲେ ଯେ, ଏହି whatsapp ଗ୍ରୁପକେବଳ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ପର୍ଯ୍ୟନ୍ତ ସୀମିତ ରହିବା କଥା ନୁହେଁ | ମୋର ଟ୍ରାନ୍ସଫର ଏଥିପାଇଁ ହେଉଛି କାରଣ ମୋର ତଳେ କାମ କରୁଥିବା ଅଧିକାରୀମାନେ ମୋ ବିରୁଦ୍ଧରେ ବିଦ୍ରୋହ କରିଥିଲେ | ଯାହାର କଣ୍ଟ୍ରୋଲ ମୋ ପାଖରେ ନାହିଁ ବରଂ ବିଭାଗ ପାଖରେ ଥିଲା | ଅଧିକାରୀ ତାଙ୍କ ଟେବୁଲରେ ହାତ ବାଡ଼େଇ ଟ୍ରାନ୍ସଫର କରିବାପାଇଁ ଧମକ ଦେବାର ଅଭିଯୋଗ କରିଛନ୍ତି ନେହା | ଆଦେଶ ନ ମାନିବ , ଫାଇଲକୁ ଅଟକାଇ ରଖିବା ଏବଂ ବିଭାଗ ମୋ ସହିତ ହେଉଥିବା ଦୁର୍ବ୍ୟବହାର ବିଷୟରେ ଅଭିଯୋଗ କରିଥିଲି | ମୋର ଆସ ଥିଲା ଯେ କାର୍ଯ୍ୟନୁଷ୍ଠାନ ଏହି ଘଟଣା ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବ କିନ୍ତୁ ଏହା ବଦଳରେ ମୋର ଟ୍ରାନ୍ସଫର କରିଦିଆ ଗଲା |
