LUCKNOWMAN LETS WIFE GO WITH LOVER: ପତ୍ନୀଙ୍କ ପ୍ରେମ ସାମ୍ନାରେ ସ୍ୱାମୀ ନେଲେ ବଡ଼ ନିଷ୍ପତ୍ତି
ବର୍ଷେ ବିବାହ ପରେ ପ୍ରେମିକ ପାଇଁ ଶଶୁର ଘର ଛାଡି ପଳାଇଲେ ବୋହୂ | ପତ୍ନୀ ଓ ପ୍ରେମିକକୁ ନେଇ ମନ୍ଦିରରେ ନେଇଗଲେ PRD ଜବାନ, ନିଜ ହାତରେ କରାଇଲେ ବିବାହ |

ବର୍ଷେ ବିବାହ ପରେ ପ୍ରେମିକ ପାଇଁ ଶ୍ୱଶୁର ଘର ଛାଡି ପଳାଇଲେ ବୋହୂ | ପତ୍ନୀ ଓ ପ୍ରେମିକକୁ ନେଇ ମନ୍ଦିରରେ ନେଇଗଲେ PRD ଜବାନ, ନିଜ ହାତରେ କରାଇଲେ ବିବାହ | ଲକ୍ଷ୍ନୌ ରେ ରହୁଥିବା PRD ଜବାନଙ୍କ ବିବାହ ବର୍ଷେ ପୂର୍ବରୁ ହୋଇଥିଲା | ତାଙ୍କର ସ୍ତ୍ରୀ ଅନ୍ୟଜଣକୁ ଭଲ ପାଉଥିଲେ | ସେ ଘରୁ ନ ଜଣାଇ ନିଖୋଜ ହୋଇଯାଇଥିଲେ | ମହିଳାବାଦ ଅଂଚଳରେ ୭ଫେରା ନେଇ ଆସିଥିବା ନବବଧୂ ନିଜର ପୁରୁଣା ପ୍ରେମ ପାଇଁ ଶାଶୂଘର ଦୁଆର ଡ଼େଇଁ ଚାଲିଯାଇଥିଲା | କେବଳ ଏତିକି ନୁହେଁ , ସ୍ତ୍ରୀର ଏହି ପଦକ୍ଷେପକୁ ନେଇ ସ୍ୱାମୀ ନା କୌଣସି ହଙ୍ଗାମା କରିଥିଲେ ନା ମନରେ କୌଣସି ଅସନ୍ତୋଷ ରଖିଥିଲେ | PRD ଜବାନ କେବଳ ନିଜର ଘରୁ ପଳାଇଥିବା ପତ୍ନୀ ଏବଂ ତାର ପ୍ରେମିକକୁ ଖୋଜି , ନିଜେ ମନ୍ଦିରରେ ନେଇ ଦୁଇଜଣଙ୍କ ବିବାହ କରି ତାଙ୍କୁ ବିଦା କରିଥିଲେ | ମହିଳା ଓ ତାର ପ୍ରେମିକ ଦୁହେଁ ମାଳ ଥାନା କ୍ଷେତ୍ରରେ ରହୁଥିଲେ | ଦୁଇଜଣ ଗୋଟିଏ ସ୍କୁଲରୁ ପାଠପଢିଥିଲେ ଯାହାଦ୍ୱରା ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ବଦଳି ଥିଲା | ପରିବାରଲୋକେ ପାଖାପାଖି ବର୍ଷେ ପୂର୍ବରୁ ମହିଳାଙ୍କ ଵିବାହ ମହିଳାବାଦ ଥାନା କ୍ଷେତ୍ରରେ ରହୁଥିବା PRD ଜବାନଙ୍କ ସହିତ ବିବାହ କରାଇଦେଇଥିଲେ | ବିବାହ ପରେ ପ୍ରାରମ୍ଭିକ ଦାମ୍ପତ୍ୟ ଜୀବନ ଭଲ ଚାଲିଥିଲା | କିନ୍ତୁ ମହିଳାଜଣକ ମନ ଭିତରେ ଥିବା ପ୍ରଥମ ପ୍ରେମକୁ ଭୁଲି ପାରି ନଥିଲେ ଏବଂ ଗୁପ୍ତ ଭାବରେ ତାଙ୍କ ପ୍ରେମିକଙ୍କ ସହ ସମ୍ପର୍କରେ ରହିଥିଲେ | ଦୁଇ ଜଣଙ୍କ ଭିତରେ ଲଗାତାର କଥାବାର୍ତ୍ତା ଚାଲିଥିଲା | ସୂଚନା ଅନୁସାରେ ଚାରି ଦିନ ପୂର୍ବରୁ ମହିଳା ହଠାତ ଘରେ ନ ଜଣାଇ ନିଖୋଜ ହୋଇଯାଇଥିଲେ | ବହୁତ ତଦନ୍ତ ପରେ ତାଙ୍କର କୌଣସି ପତ୍ତା ମିଳିନଥିବାରୁ ପରିବାର ଲୋକେ ମହିଳାବାଦ କୋତବାଲିରେ ନିଖୋଜର ରିପୋର୍ଟ ରୁଜୁ କରିଥିଲେ | ପୋଲିସ ଓ ସ୍ୱାମୀ ନିଜ ସ୍ତରରେ ତଦନ୍ତ ଆରମ୍ଭ କରିବା ପରେ ମୋବାଇଲ ଲୋକେସନ ଓ ସର୍ଵବୀଲାନ୍ସ ଜରିଆରେ ମହିଳା ପଡୋଶୀ ଜିଲ୍ଲାର ହରଦୋଇ ଠାରେ ପ୍ରେମିକ ସହିତ ରହିବାର ଘଟଣା ସାମ୍ନାକୁ ଆସିଥିଲା | ମହିଳାବାଦ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି , ମହିଳା ସହ ତାର ପ୍ରେମିକକୁ ଥାନାକୁ ଆଣିଥିଲେ | ଥାନାରେ ଘଣ୍ଟାଏ ଚାଲିଥିବା ପଞ୍ଚୟାତରେ ମହିଳାଙ୍କୁ ଦୁଇ ପରିବାର ଲୋକେ ବୁଝାଇବାର ଚେଷ୍ଟା କରିଥିଲେ କିନ୍ତୁ ମହିଳା ନିଜ ସ୍ୱାମୀ ସହିତ ରହିବ ବଦଳରେ ନିଜ ପ୍ରେମିକ ସହିତ ବଞ୍ଚିବା- ମରିବାର ନିଷ୍ପତିରେ ଅଟଳ ରହିଲେ | ସ୍ତ୍ରୀର ଏହି ନିଷ୍ପତିରେ ଅଟଳ ରହିବାର ଦେଖି PRD ଜବାନ ସମ୍ପକକୁ ଜୋର ଜବରଦସ୍ତି କରିବାକୁ ମନା କରିଦେଲେ ତାଙ୍କର ଖୁସି ପ୍ରାଧାନ୍ୟ ଦେଇ ଅଲଗା ହେବାର ନିଷ୍ପତି ନେଇଥିଲେ | ଏହାପରେ ଜରୁରୀ ଆଇନକୁ ପୂର୍ଣ୍ଣ କରି ଏବଂ ମହିଳା ଓ ତାଙ୍କ ପ୍ରେମିକ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତି ହିସାବରେ ମନ୍ଦିରରେ ଦୁଇଜଣଙ୍କ ବିବାହ କରାଯାଇଥିଲା | PRD ଜବାନ ନେଇଥିବା ଏହି ନିଷ୍ପତିରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ପାତ୍ର ହୋଇଥିଲା |
