ଜ୍ୱରରେ ଅଣସର ଘରେ ଶ୍ରୀଜୀଉ, ଅଲାରନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ମଙ୍ଗଳବାର ଠାରୁ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ।
ବ୍ରହ୍ମଗିରି: ମଙ୍ଗଳବାର ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଶ୍ରୀଜୀଉ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଜ୍ବରରେ ପଡ଼ି ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ ଦାରୁବ୍ରହ୍ମ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ସ୍ନାନଯାତ୍ରା ପରେ ପରମ୍ପରା ଅନୁସାରେ ଅନବସର ନୀତି ହୋଇଥାଏ । ଏହି ସମୟରେ ଦଇତାପତି ସେବକମାନେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଗୁପ୍ତ ଉପଚାର କରିଥାନ୍ତି। ଅଣସର ଆରମ୍ଭ ସହିତ ଆଜି ଠାରୁ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ। ବଡ଼ି ଭୋରରୁ ଲକ୍ଷାଧିକ ଭକ୍ତ ଧାଡ଼ିରେ ରହି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ଅଲାରନାଥ ପୀଠରେ କଳାମୁଗୁନି ପଥରର ଚତୁର୍ଭୁଜ ନାରାୟଣ ମୂର୍ତ୍ତି ପୂଜା ପାଉଛନ୍ତି । ଦୁଇ ପାର୍ଶ୍ୱରେ ମା’ ଲକ୍ଷ୍ମୀ ଓ ମା’ ସରସ୍ୱତୀ ବିରାଜମାନ ଅଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ। । ବିଶ୍ୱାସ ରହିଛି ଯେ, ଶ୍ରୀଜଗନ୍ନାଥଙ୍କୁ ୩୬୫ ଦିନ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେହି ସମାନ ପୁଣ୍ୟଫଳ ଲାଭ ହୁଏ। ଅଣସର ବେଳେ ପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ସୁଆଦିଆ କ୍ଷୀରି ଭୋଗ ଲାଗି ହୋଇଥାଏ । ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥାଏ । ଚୈତନ୍ୟ ପରମ୍ପରା ସହିତ ଜଡିତ ଅଲାରନାଥ ମନ୍ଦିର ଅଣସର ସମୟରେ ଉତ୍ସବ ମୁଖର ହୋଇଛି । ଏହି ୧୫ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହିତ ସ୍ୱତନ୍ତ୍ର ପ୍ରସ୍ତୁତରେ ଧାଡି ଦର୍ଶନ କରାଯିବ । ଅଲାରନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ସିସିଟିଭି ଲଗାଯାଇଛି । ପାର୍କିଂ, ଇ-ରିକ୍ସା, ଧାଡ଼ି ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଅଣସର କାଳରେ ଶ୍ରୀମନ୍ଦିରରେ ଦଇତାପତି ସେବକମାନେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଗୁପ୍ତ ଉପଚାର କରିଥାନ୍ତି। ସ୍ନାନଯାତ୍ରା ପରେ ଶଡାଙ୍ଗ ବିଧି ଅନୁଯାୟୀ ଅଣସର ନୀତି ପାଳନ କରାଯାଏ। ଶ୍ରୀଜୀଉଙ୍କୁ ଅଣସର ଘରକୁ ନିଆଯାଇ ଦଇତାପତି ସେବକମାନେ ଚନ୍ଦନ, କସ୍ତୁରୀ, କର୍ପୁର ଓ ଅନ୍ୟାନ୍ୟ ଔଷଧୀୟ ଦ୍ରବ୍ୟରେ ପାରମ୍ପରିକ ଉପଚାର କରନ୍ତି। ଏହି ସମୟରେ ଗର୍ଭଗୃହରେ ଦାରୁବିଗ୍ରହଙ୍କ ପରିବର୍ତ୍ତେ ପଟିଦିଅଁଙ୍କୁ ସ୍ଥାପନ କରାଯାଇ ନିତ୍ୟପୂଜା ଓ ଅନ୍ନଭୋଗ କରାଯାଏ। ନେତ୍ରୋତ୍ସବ ପରେ ପୁନର୍ବାର ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଥାନ୍ତି। ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିରରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ପାର୍କିଂ, ଇ-ରିକ୍ସା, ଧାଡ଼ି ଦର୍ଶନ, ସାଇନବୋର୍ଡ, ଏଲ୍ସିଡି ମାଧ୍ୟମରେ ସୂଚନା ପ୍ରଦାନ, ପାନୀୟ ଜଳ, ଆଲୋକ ଓ ହ୍ୱିଲ୍ଚେୟାର ଭଳି ସୁବିଧାର ବ୍ୟବସ୍ଥା କରାଯାଇଛି। ପାରମାଣିକ ଦର୍ଶନ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯାଇଥିବା ବେଳେ ଭିଆଇପି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୀତିଭୋଗ କେବଳ ଗର୍ଭଗୃହରେ ଏବଂ ଅନ୍ୟାନ୍ୟ ଭୋଗ ଗଣେଶ ମଣ୍ଡପରେ କରାଯିବ। ଅଣସର କାଳରେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତିଙ୍କ ପରିବର୍ତ୍ତେ ଭକ୍ତମାନେ ବ୍ରହ୍ମଗିରିରେ ଶିଳାବ୍ରହ୍ମ ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରନ୍ତି। ମହାଲକ୍ଷ୍ମୀ ଓ ଚୈତନ୍ୟ ଦର୍ଶନ, ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଏବଂ ପ୍ରସିଦ୍ଧ କ୍ଷୀରିଭୋଗ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଅନୁଭୂତି ଆଣିଥାଏ।
:
