ବଜ୍ରପାତରେ ୨୦ ଘୁସୁରୀ ମୃତ
ଢେଙ୍କାନାଳ: ଗତକାଲି ଭୁବନ ଥାନା ଧଳପଡା ପଞ୍ଚାୟତ ଅନଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗ୍ରାମ ନିକଟସ୍ଥ ବଡବନ୍ଧ ପୋଖରୀ ପାଖରେ ଥିବା ଏକ ବରଗଛ ତଳେ ଆଶ୍ରୟ ନେଇଥିବା ୨୦ଟି ଘୁସୁରୀ ବର୍ଷା ସହ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି।
B
By BHAKTILATA BARALPublished: Jun 12, 2026, 02:49 PM •1 min read •17 Views
ଢେଙ୍କାନାଳ: ବଜ୍ରପାତରେ ୨୦ ଘୁସୁରୀ ମୃତ । ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡା ପଞ୍ଚାୟତ ଅନଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗ୍ରାମ ନିକଟସ୍ଥ ବଡବନ୍ଧ ପୋଖରୀ ପାଖରେ ଥିବା ଏକ ବରଗଛ ତଳେ ଆଶ୍ରୟ ନେଇଥିବା ୨୦ଟି ଘୁସୁରୀ ବର୍ଷା ସହ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ମୃତ ଘୁସୁରୀମାନଙ୍କ ମଧ୍ୟରେ ୬ଟି ମାଇ ଓ ୧୪ଟି ଛୁଆ ଘୁସୁରୀ ଥିବା ଜଣାପଡ଼ିଛି। ଏହି ଘଟଣାରେ ଘୁସୁରୀ ମାଲିକଙ୍କୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ମୃତ ଘୁସୁରୀମାନଙ୍କ ମାଲିକ ଯାଜପୁର ଜିଲ୍ଲା ବରି ଅଞ୍ଚଳର କପିଳ ଗେଡି ବୋଲି ଜଣାପଡ଼ିଛି। ସେ ତାଙ୍କ ଘୁସୁରୀ ପଲକୁ ନେଇ ଗାଁରୁ ଗାଁକୁ ଚରାଇବାକୁ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଖବର ପାଇ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
B
BHAKTILATA BARALContent Writer,Naxatra News
Comments0
Leave a Reply
Loading comments...
