ଏକାଥରେ ମିଳିବ ୩ ମାସର ଭତ୍ତା, ଉପକୃତ ହେବେ ଲକ୍ଷ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧାରୀଙ୍କ ପାଇଁ ଖୁସି ଖବର। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ହିତାଧିକାରୀମାନଙ୍କୁ ଆଗାମୀ ଦିନରେ ଏକାଥରକେ ୩ ମାସର ଭତ୍ତା ରାଶି ପ୍ରଦାନ କରାଯିବ

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧାରୀଙ୍କ ପାଇଁ ଖୁସି ଖବର। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ହିତାଧିକାରୀମାନଙ୍କୁ ଆଗାମୀ ଦିନରେ ଏକାଥରକେ ୩ ମାସର ଭତ୍ତା ରାଶି ପ୍ରଦାନ କରାଯିବ। ଏହା ଦ୍ୱାରା ବିଶେଷକରି ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପକୃତ ହେବେ। ସୂଚନା ଅନୁଯାୟୀ, କେତେକ ବୈଷୟିକ ଓ ପ୍ରଶାସନିକ କାରଣରୁ ଗତ କିଛି ମାସର ଭତ୍ତା ବଣ୍ଟନରେ ବିଳମ୍ବ ହୋଇଥିଲା। ଏବେ ସରକାର ସମସ୍ତ ବକେୟା ରାଶିକୁ ଏକାସଙ୍ଗେ ମଞ୍ଜୁର କରିଛନ୍ତି। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଏହି ଟଙ୍କା ସିଧାସଳଖ ପଠାଯିବ। ଯେଉଁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ସୀମିତ ରହିଛି, ଏଥିସହ ମଧୁବାବୁ ପେନସନ ଯୋଜନାରେ ଆହୁରି ୬ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ୬୦ ବର୍ଷ ବୟସ ପୂରଣ ହେବାମାତ୍ରେ ଯୋଗ୍ୟ ବ୍ୟକ୍ତିମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ସେଠାରେ ପଞ୍ଚାୟତ ସ୍ତରରେ ବିଶେଷ ଶିବିର ଆୟୋଜନ କରାଯାଇ ନଗଦ ଭତ୍ତା ବଣ୍ଟନ କରାଯିବ । ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି । ଏହି ପଦକ୍ଷେପ ଫଳରେ ଚାଷ ଋତୁ ଓ ଆଗାମୀ ପର୍ବପର୍ବାଣୀ ପୂର୍ବରୁ ଗରିବ ଏବଂ ଅସହାୟ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ମିଳିବ। ସରକାରୀ ସୂତ୍ରରୁ ଜଣାପଡ଼ିଛି । ଯେ, ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହି ରାଶି ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭତ୍ତା ବଣ୍ଟନରେ ସ୍ୱଚ୍ଛତା ଓ ନିୟମିତତା ବଜାୟ ରଖିବାକୁ ସ୍ଥାନୀୟ ପ୍ରଶାସନ ଏବଂ ବିଡିଓମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ଅନିୟମିତତାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ବିଡିଓମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଯେପରି ଜଣେ ବି ସଦସ୍ୟ ଏହି ସେବାରୁ ବଞ୍ଚିତ ନ ହୁଅନ୍ତି ।
