JW Marriottରେ କକରୋଚ୍ ଭିଡିଓ ଭାଇରାଲ୍
ମୁମ୍ବାଇର JW Marriott ହୋଟେଲରେ ଡିନର ସମୟରେ ଟେବୁଲ୍ ନିକଟରେ କକରୋଚ୍ ଦେଖି ଭିଡିଓ ସେୟାର କଲେ କାର୍ଡିଓଲୋଜିଷ୍ଟ ଡା. ଅଶୋକ ସେଠ। ଭିଡିଓ ଭାଇରାଲ୍ ହେବା ପରେ ହୋଟେଲ୍ ହାଇଜିନ୍ ଓ ଫୁଡ୍ ସେଫ୍ଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
N
By Namita PattanaikPublished: Sep 21, 2026, 06:05 PM •1 min read •11 Views

ମୁମ୍ବାଇର JW Marriottର Romano ରେଷ୍ଟୁରାଣ୍ଟରେ ଡିନର କରୁଥିବା ବେଳେ ଟେବୁଲ୍ ଉପରେ ଏକ ଛୋଟ କକରୋଚ୍ ଦେଖିବାକୁ ମିଳିଥିବା ଦାବି କରିଛନ୍ତି ପ୍ରସିଦ୍ଧ କାର୍ଡିଓଲୋଜିଷ୍ଟ ଡା. ଅଶୋକ ସେଠ। ସେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ୍ ହୋଇଛି।
ଡା. ସେଠ ମଜାଳିଆ ଢଙ୍ଗରେ କକରୋଚ୍କୁ “Roachie” ନାମ ଦେଇଥିଲେ। ତାଙ୍କ କହିବା ଅନୁସାରେ, କକରୋଚ୍ଟି ଟେବୁଲ୍ ଛାଡ଼ିନଥିଲା ଏବଂ ଏହା ଯୋଗୁଁ ତାଙ୍କର ଡିନର କରିବାର ଇଚ୍ଛା ନଷ୍ଟ ହୋଇଯାଇଥିଲା। ପରେ ସେ ରେଷ୍ଟୁରାଣ୍ଟ ଛାଡ଼ି ଚାଲିଯାଇଥିଲେ। ଘଟଣାକୁ ନେଇ ସେ ମହାରାଷ୍ଟ୍ର Food and Drug Administration କମିଶନର ତୁକାରାମ ମୁଣ୍ଡେ, FSSAI ଏବଂ JW Marriottକୁ ଟ୍ୟାଗ୍ କରିଥିଲେ। Marriott Bonvoy Assist ପକ୍ଷରୁ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଘଟଣାକୁ ଗୁରୁତ୍ୱର ସହ ଯାଞ୍ଚ କରାଯିବ ବୋଲି କୁହାଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
