JTP's 'goonda raj' at Srimandir:ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ।ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ
ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସହ ଶାଳୀନତା ଓ ଧୈର୍ଯ୍ୟର ସହ ବ୍ୟବହାର କରିବା ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ। ଏପରି ସ୍ଥାନରେ ମାଡ଼ପିଟ୍ ଭଳି ଅଭିଯୋଗ ଆସିବା ମନ୍ଦିରର ଶୃଙ୍ଖଳା ଓ ମର୍ଯ୍ୟାଦା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ ଚାଲିବା ସହ ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରରେ ଦର୍ଶନକୁ ନେଇ ଜଣେ ଫୋଟ ସାମ୍ବାଦିକଙ୍କୁ ଜେଟିପି ମାଡ଼ ମାରିବା ସହ ଜାତିଆଣା ମନ୍ତବ୍ୟ ନେଇ ଅଭିଯୋଗ ହୋଇଛି।

ପୁରୀ:ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ।ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ।ଶ୍ରୀମନ୍ଦିରରେ ଦର୍ଶନକୁ ନେଇ ଜଣେ ଫୋଟ ସାମ୍ବାଦିକଙ୍କୁ ଜେଟିପି ମାଡ଼ ମାରିବା ସହ ଜାତିଆଣା ମନ୍ତବ୍ୟ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ସନାତନ ଭୋଇଙ୍କ ସହ ଦର୍ଶନକୁ ନେଇ ଜେଟିପି ଲକ୍ଷ୍ମୀଧର ଉପାଧ୍ୟାୟ ମାଡ଼ ମାରିଥିବା ନେଇ ସିଂହଦ୍ୱାର ଥାନରେ ଅଭିଯୋଗ କରାଯାଇଛି। ତେବେ ଏପରି ଅଭାବନୀୟ ଘଟଣାକୁ ନେଇ ଶନିବାର ରାତିରେ ଶ୍ରୀମନ୍ଦିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ଧାର୍ମିକ ସ୍ଥାନରେ ସାମ୍ବାଦିକଙ୍କ ସହ ଏଭଳି ବ୍ୟବହାର ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ଶ୍ରୀମନ୍ଦିର ଭଳି ଏକ ପବିତ୍ର ଧାର୍ମିକ ସ୍ଥଳରେ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ତେବେ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଅଭିାଯାଗକାରୀ ସମୀର ତାଙ୍କ ଅଭିଯୋଗରେ ଉଲେଖ କରିଛନ୍ତି କି ଶନିବାର ରାତି ପ୍ରାୟ ୯ ଟା ସମୟରେ ସେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର ଏଡିଟରଙ୍କ ସହ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ମହାପ୍ରଭୁ୍ଙ୍କ ଦର୍ଶନ କରିବାକୁ ଆସିଥିଲେ। ଏନେଇ ପ୍ରଶାସନକୁ ମଧ୍ୟ ଜଣାଇଥିଲେ। ଯାହାଫଳରେ ଦର୍ଶନ ନିମନ୍ତେ ଜଣେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହାନୀର କର୍ମଚାରୀ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା। ସଂପୃକ୍ତ କର୍ମଚାରୀ ସମସ୍ତଙ୍କୁ ଦର୍ଶନ କରାଇବା ଶ୍ରୀମନ୍ଦିର ଘଣ୍ଟିଦ୍ୱାର ଦେଇ ନେଇଥିଲେ। ଏହି ସମୟରେ ସନାତନ ଭୋଇ ମଧ୍ୟ ଯିବା ସମୟରେ ବ୍ୟାରିକେଡରେ ଡିୟୁଟିରେ ଥିବା ଜଣେ ଜେଟିଏସ ତାଙ୍କୁ ଯିବାକୁ ବାରଣ କରିଥିଲେ। ତେବେ ଶ୍ରୀ ଭୋଇ ତାଙ୍କ ପରିଚୟ ଦେବା ସହ କାର୍ଯ୍ୟାଳୟରୁ ଆସିଥିବା ଏଡିଟର ଓ ଅନ୍ୟମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରୋଟକଲ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏହା ଜାଣିବା ପରେ ମଧ୍ୟ ଜେଟିଏସ ଜଣଙ୍କ ତାଙ୍କୁ ଗାଳିଗୁଲଜ କରିବା ସହ ଅସଭ୍ୟ ଭାଷା କରିଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେଠାରୁ ସାମ୍ବାଦିକ ଶ୍ରୀ ଭୋଇ ପଳାଇଆସି ସୂର୍ଯ୍ୟମନ୍ଦିର ଅପରପାର୍ଶ୍ୱରେ ଥିବା ଦୀପଦୋକାନ ନିକଟରେ ଠିଆ ହୋଇଥିଲେ। ହଠାତ ସଂପୃକ୍ତ ଜେଟିଏସ କର୍ମଚାରୀ ଆସି ତାଙ୍କ ବେକକୁ ଧରି ଟାଣିଟାଣି ଘଣ୍ଟିଦ୍ୱାର ନିକଟକୁ ନେଇଥିଲେ। ସେଠାରେ ଥିବା ଜେଟିପି ଲକ୍ଷ୍ମୀଧର ଉପାଧ୍ୟୟ କିଛି ନବୁଝି ସନାତନ ଭୋଇଙ୍କୁ ମାଡ ମାରିଥିଲେ। ଯାହାଫଳରେ ସେ ଗୁରୁତର ଆହାତ ହୋଇଥିଲେ।ପରେ ଗାରଦକୁ ନେଇ ଏକ ଧଳା କାଗଜରେ ତାଙ୍କର ଦସ୍ତଖସ୍ତ ରଖିବା ସହ ସେ ଭୋଇ ବୋଲି ଜାଣିବ ପରେ ଜାତିଆଣା ମନ୍ତବ୍ୟ ଦେଇ ବାଡିରେ ବାଡାଇବା ପାଇଁ ଧମକ ଦେଇଥିଲେ। ଏନେଇ ସାମ୍ବିଦକ ସନାତନ ଭୋଇ ସିଂହଦ୍ଵାର ଥାନାରେ ଏକ ଲିଖି୍ତ ଅଭିଯୋଗ କରିଥିବବେଳେ ସିଂହଦ୍ୱାର ଥାନା ପୋଲିସ କେସ ନଂ୨୪୨/୨୬ରେ ଏକ ମାମଲା ରୁଜ କରିଛି। ଅପରପକ୍ଷରେ ମାଡ କାରଣରୁ ସାମ୍ବାଦିକଙ୍କ ବାମପାଶ୍ୱ କାନ ପରଦା ଫାଟି ଯାଇଥିବା ଜଣାପଡିଛି। ତେବେ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସହ ଶାଳୀନତା ଓ ଧୈର୍ଯ୍ୟର ସହ ବ୍ୟବହାର କରିବା ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ। ଏପରି ସ୍ଥାନରେ ମାଡ଼ପିଟ୍ ଭଳି ଅଭିଯୋଗ ଆସିବା ମନ୍ଦିରର ଶୃଙ୍ଖଳା ଓ ମର୍ଯ୍ୟାଦା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି। ସେପଟେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି।
