Joda Truck Owners' Association :ଯୋଡା ଟ୍ରକ ମାଲିକ ସଂଘ ନିର୍ବାଚନ,ନାମାଙ୍କନ ପତ୍ର ଦାଖଲ
ଏକ ବିରାଟ ଶୋଭାଯାତ୍ରାରେ ଯୋଡା ଧରଣୀଧର ଛକ ଠାରୁ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା ପରେ ଯୋଡା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜର ପ୍ରାର୍ଥୀ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ଚିନ୍ମୟ ବାରିକଙ୍କ ନିକଟରେ ଦାଖଲ କରିଛନ୍ତି ନିର୍ବାଚନର ଆଶାବାଦୀ ପ୍ରାର୍ଥୀ।
କେନ୍ଦୁଝର: ଯୋଡା ଟ୍ରକ୍ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୧ ଓ ୨ ତାରିଖ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ତେବେ ଚଳିତ ଯୋଡା ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ମନୋନୟନ ପତ୍ର ଦାଖଲର ପ୍ରଥମ ଦିଵସରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ଦିବସରେ ସାଧାରଣ ସମ୍ପାଦକ ପଦବୀ ପାଇଁ ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ବାରିକ ନାମାଙ୍କନ ଦାଖଲ କରିଥିବା ବେଳେ ପୂର୍ବତନ ସଂଘ ସଭାପତି ମାତା ପ୍ରସାଦ ଜୟସ୍ୱାଲ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଉପ ସଭାପତି ପଦବୀ ପାଇଁ ବିଜୟ ଆପଟ୍ଟ, ଯୁଗ୍ମ ସମ୍ପାଦକ ନିମନ୍ତେ ଅଶୋକ କାରୁଆ ଓ କୋଷାଧ୍ୟକ୍ଷ ପାଇଁ ଲକ୍ଷ୍ମଣ ବାରିକ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଯୋଡା ଧରଣୀଧର ଛକ ଠାରୁ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା ପରେ ଯୋଡା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜର ପ୍ରାର୍ଥୀ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ଚିନ୍ମୟ ବାରିକଙ୍କ ନିକଟରେ ଦାଖଲ କରିଥିଲେ। ୫ ତାରିଖ ଦିନ ମନୋନୟନ ପତ୍ରର ପରୀକ୍ଷଣ କରାଯିବ, ୬ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ। ଅକ୍ଟୋବର ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ପରମେଶ୍ୱର ଭୁକ୍ତ, ନରେଶ ପାତ୍ର, ତୁଳସୀରାମ ମହାନ୍ତ, ରଞ୍ଜିତ କୁମାର ବାରିକ, ସଞ୍ଜୟ ଲୋହାର, ସୌରଜିତ୍ ସେଠୀ ଓ ଦୁର୍ଗା ପ୍ରସାଦ ପାତ୍ର ପରିଚାଳନା କରୁଛନ୍ତି ।
