Rape and Murder Case : ଜଳେଶ୍ୱର ବନ୍ଦ
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତାତିଲା ଜଳେଶ୍ୱର ! ନ୍ୟାୟ ଦାବିରେ ବିଜେଡି-କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ, ଠପ୍ ହେଲା ଜନଜୀବନ।
S
By Swarna Prava GiriPublished: Oct 27, 2026, 11:34 AM •1 min read •2 Views
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ଜନଅସନ୍ତୋଷ। ମୃତ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ, ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଗିରଫ, ନାମ୍ପ ଫାଣ୍ଡି ଅଧିକାରୀଙ୍କ ଗିରଫ ଏବଂ ପୀଡ଼ିତାଙ୍କ ପରିବାରକୁ ଆର୍ଥିକ ସହାୟତା ଦାବିରେ ବିଜେଡି ଓ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସହରରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ଟାଉନ ଦେଇ ବସ୍ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ଓ ଔଷଧ ଦୋକାନକୁ ବନ୍ଦରୁ ବାଦ୍ ଦିଆଯାଇଛି। ଷ୍ଟେସନ ବଜାର ନିକଟରେ ବିଜେଡି ଓ କଂଗ୍ରେସ କର୍ମୀମାନେ ଜଳେଶ୍ୱରର ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ନାବାଳିକାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବିରେ ଉଭୟ ଦଳ ଏହି ବନ୍ଦ ପାଳନ କରିଛନ୍ତି।
Comments0
Leave a Reply
Loading comments...
