Israel Election: ଇସ୍ରାଏଲରେ ସରକାର ଗଠନକୁ ନେଇ ଅନିଶ୍ଚିତତା, ୬୧ ଆସନ ପାଇଁ ଚାଲିବ ମେଣ୍ଟ ଗଣିତ
ଇସ୍ରାଏଲ ନିର୍ବାଚନରେ ୯୦% ଭୋଟ ଗଣତି ଶେଷ ପରେ ବି କାହାକୁ ମିଳିନି ସ୍ପଷ୍ଟ ବହୁମତ। ନେତାନ୍ୟାହୁଙ୍କ ମେଣ୍ଟକୁ ୫୩ ଆସନ ମିଳିବାର ଆକଳନ ଥିବାବେଳେ ସରକାର ଗଠନରେ ଆରବ ଦଳ ହୋଇପାରନ୍ତି କିଙ୍ଗମେକର୍।
ଇସ୍ରାଏଲରେ କିଏ ଗଢିବ ସରକାର ତାକୁ ନେଇ ଲାଗି ରହିଛି ସସପେନ୍ସ। ଏଠାରେ 90 ପ୍ରତିଶତ ଭୋଟ ଗଣତି ଶେଷ ହୋଇ ସାରିଥିବା ବେଳେ କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ସରକାର କିଏ ଗଢ଼ିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଇସ୍ରାଏଲରେ ଏପର୍ଯ୍ୟନ୍ତ ପ୍ରାୟ ୯୦% ଭୋଟ ଗଣତି ଶେଷ ହୋଇଛି। ନିର୍ବାଚନୀ ଧାରା ଅନୁଯାୟୀ, ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମେଣ୍ଟ ଇସ୍ରାଏଲ ସଂସଦର ୧୨୦ଟି ଆସନ ମଧ୍ୟରୁ ୫୩ଟି ଆସନ ଜିତିପାରେ। ଏହା ବ୍ୟତୀତ, ୟାଶାର୍ ପାର୍ଟିର ଅଧ୍ୟକ୍ଷ ଗାଦି ଆଇଜେନକୋଟଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ୪୮ଟି ଆସନରେ ଆଗୁଆ ରହିଛି।ଏପର୍ଯ୍ୟନ୍ତ ଉଭୟ ମେଣ୍ଟ ବହୁମତ ସଂଖ୍ୟାଠାରୁ ଦୂରରେ ଥିବା ଜଣାପଡ଼ିଛି। ଇସ୍ରାଏଲରେ ସରକାର ଗଠନ କରିବା ପାଇଁ ୬୧ଟି ଆସନ ଆବଶ୍ୟକ। ଏଭଳି ସ୍ଥିତିରେ ଆରବ ଦଳଗୁଡ଼ିକ ‘କିଙ୍ଗମେକର୍’ ଭାବେ ଉଭା ହୋଇପାରନ୍ତି। ଏହି ନିର୍ବାଚନରେ ଇସ୍ରାଏଲର ଦୁଇଟି ଆରବ ଦଳକୁ ମୋଟ ୧୯ଟି ଆସନ ମିଳିବାର ସମ୍ଭାବନା ରହିଛି। ଯଦି ଏପରି ହୁଏ, ତେବେ ଏହା ଏକ ନୂଆ ରେକର୍ଡ ହେବ। ଏହା ପୂର୍ବରୁ ଆରବ ଦଳଗୁଡ଼ିକ ସର୍ବାଧିକ ୧୫ଟି ଆସନ ଜିତିଥିଲେ।
