Hijack Attempt : ଛୁରିମାଡ଼ ପରେ ବି ୧୮୦ ଜୀବନ ବଞ୍ଚାଇଲେ ଭାରତୀୟ ପାଇଲଟ୍!
ସୂଚନା ଅନୁସାରେ, ଫ୍ଲାଇଦୁବାଇ ବିମାନର କ୍ୟାପ୍ଟେନ୍ ଜଣେ ଭାରତୀୟ ନାଗରିକ ଥିଲେ | ଏହି ପାଇଲଟ୍ କୋ-ପାଇଲଟ୍ଙ୍କ ସହ ମୁକାବିଲା କରି ୧୮୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଥିଲେ |ଛୁରିର ଆଘାତ ଲାଗିଥିଲେ ମଧ୍ୟ ଭାରତୀୟ କ୍ୟାପ୍ଟେନ୍ ବିମାନଟିକୁ କ୍ରାଶ ହେବାରୁ ରକ୍ଷା କରିଥିଲେ |

ଦୁବାଇ ରୁ ଇଜ୍ରାଇଲ ଯାଉଥିବା ବିମାନକୁ ହାଇଜ୍ୟାକ୍ କରିବାର ଚେଷ୍ଟା ହୋଇଥିଲା ,ସେହି ବିମାନ ଉଡ଼ାଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି | ରିପୋର୍ଟ ଅନୁସାରେ ସେହି ବିମାନକୁ ହାଇଜ୍ୟାକ୍ କରି କ୍ରାଶ କରିବାର ଚେଷ୍ଟା କରାଯାଇଥିଲା ,ଏହି ବିମାନର ପାଇଲଟ୍ ଜଣେ ଭାରତୀୟ ନାଗରିକ ଥିଲେ | ସେ ଗୁଜୁରାଟରେ ରହୁଥିଲେ | ସୂଚନା ଅନୁସାରେ ,ଏହି ପାଇଲଟ୍ଙ୍କୁ ଓମାନି ପାଇଲଟ୍ ଛୁରି ମାରିଥିଲେ | ଏହାପରେ ଆହାତ ଅବସ୍ଥାରେ ଭାରତୀୟ ପାଇଲଟ୍ ଓମାନି ପାଇଲଟ୍ଙ୍କ ସହ ମୁକାବିଲା କରି, ୧୮୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଥିଲେ | ଦୁବାଇରୁ ତେଲ ଅଵିଵ ଯାଉଥିବା ଫ୍ଲାଇଦୁବାଇ ବିମାନକୁ ସେହି ପାଇଲଟ୍ମାନେ ଲ୍ୟାଣ୍ଡ କରାଇଥିଲେ, ଯେଉଁମାନେ ଡ୍ୟୁଟିରେ ନଥିଲେ ଏବଂ ଯାତ୍ରୀମାନଙ୍କ ସହ ଯାତ୍ରା କରୁଥିଲେ | ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଜଣାପଡିଥିଲା ଯେ , ଭାରତୀୟ ପାଇଲଟ୍ଙ୍କ ଉପରେ ପ୍ରଥମେ ଛୁରୀରେ ଆକ୍ରମଣ କରାଯାଇଥିଲା ,କିନ୍ତୁ ସେ ତାହାର ମୁକାବିଲା କରିଥିଲେ | ଏହା ଫଳରେ ବିମାନଟି କ୍ରାଶ ହେବା ଏବଂ ୧୮୦ରୁ ଅଧିକ ଲୋକଙ୍କର (ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ଥିଲେ) ଜୀବନ ଯିବାରୁ ରକ୍ଷା କରାଯାଇପାରିଥିଲା | ସେଥିରେ ୨୭ଜଣ ଶିଶୁ ସାମିଲ ଥିଲେ | ଏହା ପରେ, ଦୁଇଜଣ ପାଇଲଟ୍ ସାଉଦି ଆରବରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ | ତାଙ୍କର ଏହି ସାହସିକତା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟରରେ ତାଙ୍କୁ ' ହିରୋ ' କହି ସମ୍ବଦ୍ଧନା କରିଥିଲେ |“ ଗୁରୁତର ଆହତ ହେବା ସତ୍ତ୍ୱେ, ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେ ଅପାର ସାହସ ଓ ଅଟଳ ସଂକଳ୍ପ ପ୍ରଦର୍ଶନ କରିଥିଲେ | ତାଙ୍କର ବୀରତା ଶତାଧିକ ଜୀବନ ବଞ୍ଚାଇବା ସହ ଏକ ବଡ଼ କ୍ରାଶକୁ ଏଡ଼ାଇବାରେ ସହାୟକ ହୋଇଥିଲା,” ବୋଲି ମୋଦୀ କହିଛନ୍ତି | ଏହା ସହିତ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ୍-ଗାମୀ 'ଫ୍ଲାଏ-ଦୁବାଇ' (flydubai) ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ବିଫଳ ଉଦ୍ୟମ କରିଥିବା ସହ-ପାଇଲଟ୍ଙ୍କ ମାମଲାର "ମୂଳ" କାରଣ ଇସ୍ରାଏଲ୍ ଖୋଜି ବାହାର କରିବ ଏବଂ ଏହି ଘଟଣାର ତଦନ୍ତରେ ଇସ୍ରାଏଲ୍ "ସମ୍ଭବତଃ" ଅଂଶଗ୍ରହଣ କରିବ | ଭାରତୀୟ ପାଇଲଟ୍ଙ୍କୁ “ପ୍ରକୃତ ହିରୋ” ବୋଲି ବର୍ଣ୍ଣନା କରି ନେତାନ୍ୟାହୁ କହିଥିଲେ, “ଛୁରିମାଡ଼ରେ ଗୁରୁତର ଆହତ ହେବା ସତ୍ତ୍ୱେ ସେ ପ୍ରତିରୋଧ କରିଥିଲେ, ପାଲଟା ମୁକାବିଲା କରିଥିଲେ, କକପିଟ୍ର ଦ୍ୱାର ଖୋଲିଥିଲେ ଏବଂ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କୁ ଆକ୍ରମଣକାରୀଙ୍କୁ କାବୁ କରିବାରେ ସକ୍ଷମ କରିଥିଲେ | ଯାହା ଆକାଶ ମଝିରେ ଏକ ବଡ଼ ବିପର୍ଯ୍ୟୟକୁ ରୋକିଥିଲା |”
