Jaleswar Mining:ଜଳେଶ୍ୱରରେ ପ୍ରଶାସନର ବଡ଼ ଚଢ଼ାଉ
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ବାଲି ସୈରାତ ଖୋଲି ବାଲି ଉତ୍ତୋଳନ ଓ ପରିବହନ ଚାଲିଥିବା ଅଭିଯୋଗ ହୋଇଛି | ଖବର ପାଇ ୫ଟି ବୋଝେଇ ଟ୍ରାକ୍ଟରକୁ ଅଟକାଇ ଥିଲେ |
S
By Swarna Prava GiriPublished: Oct 5, 2026, 01:54 PM •1 min read •5 Views
ଜଳେଶ୍ୱରରେ ୫ ଟ୍ରାକ୍ଟର ଜବତ | ନଦୀ ନ ଶୁଖୁଣୁ ସକ୍ରିୟ ହେଲେଣି ବାଲି ମାଫିଆ | ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ବାଲି ସୈରାତ ଖୋଲି ବାଲି ଉତ୍ତୋଳନ ଓ ପରିବହନ ଚାଲିଥିବା ଅଭିଯୋଗ ହୋଇଛି | ଖବର ପାଇ ଆଜି ବାଲେଶ୍ୱରର ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ପେଟ୍ରୋଲିଂ ସମୟରେ ଚାଫଲା ନିକଟରେ ୫ଟି ବୋଝେଇ ଟ୍ରାକ୍ଟରକୁ ଅଟକାଇ ଥିଲେ | ଗାଡ଼ିଗୁଡ଼ିକର ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନ ପରିବାରୁ ଗାଡି ଗୁଡ଼ିକୁ ଜବତ କରାଯାଇଛି | ଏହି ବାଲି ବୋଝେଇ ଟ୍ରାକ୍ଟର ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ଓ ଗୁଆଗଡ଼ିଆରୁ ଆସୁଥିବା ସୂଚନା ମିଳିଛି | ଅନ୍ୟପଟେ, ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବଳି ଉତ୍ତୋଳନ ଓ ପରିବହନ ଉପରେ ପ୍ରସାଶନର ନଜର ରହିଥିବା ବେଳେ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ଜଣାପଡିଛି |
Comments0
Leave a Reply
Loading comments...
