IIT Baba Death Rumour:ଭାଇରାଲ୍ ନ୍ୟୁଜ୍କୁ ନେଇ ବଡ଼ ଖୁଲାସା କଲା ପୋଲିସ
ଅଭୟ ସିଂହଙ୍କ କାହାଣୀ ମହାକୁଂଭ ଜରିଆରେ ଲୋକଙ୍କୁ ଜଣାପଡିଥିଲା |ଏହାପରେ ସେ IIT ବାବାଙ୍କ ନାମ ମିଳିଥିଲା | ସେ ବହୁତ ସମୟ ଧରି ଗଣମାଧ୍ୟମର ଚର୍ଚ୍ଚାରୁ ଦୂରରେ ରହିଥିଲେ | ଏବେ ତାଙ୍କ ଖବରରେ ହଇଚଇ ସୃଷ୍ଟି ହୋଇଛି |

ପ୍ରୟାଗରାଜ ମହାକୁଂଭ ଭାଇରଲ ହେଇଥିବା IIT ବାବା ଓରଫ ଅଭୟ ସିଂହକୁ ନେଇ କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ଏକ ଚାଞ୍ଚଲ୍ୟକର ଦାବିକୁ ପୋଲିସ ଖାରଜ କରିଦେଇଛି | ହରିୟାଣୀର ହିସାର ପୋଲିସ IIT ବାବାଙ୍କ ମୃତ୍ୟୁ ଓ ତାଙ୍କ ଶବ ମିଳିବା ଭଳି ଖବରଗୁଡ଼ିକୁ ଗୁଜବ ବୋଲି କହି ମିଥ୍ୟା ବୋଲି ଖାରଜ କରିଛି | ଗତ ବୁଧବାରକୁ ପୋଲିସ ଅଧିକାରୀଜଣକ ଏହାକୁ ନିଶ୍ଚିତ କରିଛନ୍ତି ଇଣ୍ଟେର୍ନେଟରେ ଚାଲୁଥିବା ଏହି ଖବରର କୌଣସି ସତ୍ୟତା ନାହିଁ |
ଏହା ପୂର୍ବରୁ ସୋସିଆଲ ମିଡିଆରେ IIT ବାବାକୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କରାଯାଉଥିଲା | ଦାବି ଅନୁଯାୟୀ ଅଭୟ ସିଂହ ମୃତଦେହଟି ସନ୍ଦେହଜନକ ପରିସ୍ଥିତିରେ ମିଳିଥିଲା | ଅନେକ ଆକାଉଣ୍ଟରେ ଏହି ଖବର ବହୁଳ ଭାବରେ ସେୟାର କରାଯାଉଛି | ବର୍ତ୍ତମାନ ହିସାର ପୋଲିସ ଏହାକୁ ମିଥ୍ୟା କହିଛି |
ହିସାର ପୋଲିସ ସୋସିଆଲ ମିଡିଆରେ ପ୍ରଭାରୀ ଅମରିନ୍ଦର ସିଂହଙ୍କ ଅନୁସାରେ ୩ଦିନ ପୂର୍ବରୁ ହିସାରର PLA ଅଞ୍ଚଳରେ ରାହୁଲ ଜୈନ ନାମକ ବ୍ୟକ୍ତିର ମୃତଦେହ ମିଳିଥିଲା | ଏହି ଖବର ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ଦେଇ ପ୍ରଚାର କରାଯାଉଛି ଏବଂ IIT ବାବାଙ୍କ ମୃତ୍ୟୁଦେହ କହି ଭାଇରଲ କରାଯାଉଛି |
ଅଧିକାରୀକ ଅନୁଯାୟୀ , ଏଠାରେ ୩ଦିନ ପୂର୍ବରୁ PLA ଏରିଆରେ ରାହୁଲ ଜୈନ ନାମକ ମୃତଦେହ ମିଳିଥିଲା,ଯାହା ପୋଲିସ ପାଖକୁ ଅଣାଯାଇଥିଲା | ଏହାପରେ ସୋସିଆଲ ମିଡିଆରେ ଶୋଇବା ଘରେ IIT ବାବାଙ୍କ ମୃତଦେହ ମିଳିଥିବାର ଖବର ପ୍ରଚାର କରାଯାଉଛି | ଏହି ଖବର ସମ୍ପୂର୍ଣ ମିଥ୍ୟ ଅଟେ | ଏହି ମୃତଦେହ ହିସାରରେ ରହୁଥିବା ରାହୁଲ ଜୈନଙ୍କ ଅଟେ | ସେ କହିଛନ୍ତି "ମୁଁ ଲୋକମାନଙ୍କୁ ନିବେଦନ କରୁଛି ଯେ,ଏପରି ଭୁଲ ଖବର ସୋସିଆଲ ମିଡିଆରେ ପ୍ରଚାର ନକରିନ୍ତୁ | ଏଭଳି ଖବରକୁ ଭାଇରଲ କରନ୍ତୁ ନାହିଁ |"
