ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ: IIC ସୁସ୍ମିତା ମଗର ସସପେଣ୍ଡ
ଗଞ୍ଜେଇ ମାଫିଆଙ୍କ ସହ ଅଭିଯୁକ୍ତ ପୋଲିସ ଅଫିସରଙ୍କ ସାଲିସ୍ ଓ କଳା କାରନାମା ଉପରୁ ପରଦା ହଟିବା ପରେ ଓଡ଼ିଶା ପୋଲିସ ବିଭାଗରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଓ ପଦବୀର ଅପବ୍ୟବହାର ଅଭିଯୋଗରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ସୁସ୍ମିତା ମଗରଙ୍କୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ତୁରନ୍ତ ଚାକିରିରୁ ନିଲମ୍ବିତ

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ: ପୋଲିସ ଡିଜିଙ୍କ ବଡ଼ ଆକ୍ସନ, ମନମୁଣ୍ଡା ଥାନାର ପୂର୍ବତନ ଲେଡି IIC ସୁସ୍ମିତା ମଗର ସସପେଣ୍ଡ
ଗଞ୍ଜେଇ ମାଫିଆଙ୍କ ସହ ଅଭିଯୁକ୍ତ ପୋଲିସ ଅଫିସରଙ୍କ ସାଲିସ୍ ଓ କଳା କାରନାମା ଉପରୁ ପରଦା ହଟିବା ପରେ ଓଡ଼ିଶା ପୋଲିସ ବିଭାଗରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଓ ପଦବୀର ଅପବ୍ୟବହାର ଅଭିଯୋଗରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ସୁସ୍ମିତା ମଗରଙ୍କୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ତୁରନ୍ତ ଚାକିରିରୁ ନିଲମ୍ବିତ (Suspended) କରିଛନ୍ତି।
କିପରି ସାମ୍ନାକୁ ଆସିଲା କଳା କାରନାମା?
ଗତ ଜାନୁଆରୀ ୧୮ ତାରିଖରେ ସୋନପୁର ପୋଲିସ ଏକ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କିଛି ମାଫିଆଙ୍କୁ ଗିରଫ କରିଥିଲା। ପୋଲିସ ଚଢ଼ଉ ସମୟରେ ଅଭିଯୁକ୍ତମାନଙ୍କ ଜବତ ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ଲେଡି IIC ସୁସ୍ମିତା ମଗରଙ୍କ ମୋବାଇଲ୍ ଲିଙ୍କ୍ ଓ କଲ୍ ରେକର୍ଡର ପର୍ଦ୍ଦାଫାଶ ହୋଇଥିଲା।
ଚଢ଼ଉ ପୂର୍ବରୁ ସୂଚନା: ଅଭିଯୋଗ ଅନୁଯାୟୀ, ମ୍ୟାଡାମ୍ ଗଞ୍ଜେଇ ମାଫିଆଙ୍କଠାରୁ ଡିଲ୍ କରି ପୋଲିସର ପ୍ରତ୍ୟେକ ଚଢ଼ଉ (Raid) ପୂର୍ବରୁ ସେମାନଙ୍କୁ ଗୁପ୍ତ ଖବର ପଠାଇ ସାବଧାନ କରିଦେଉଥିଲେ।
ଆଗରୁ ହୋଇଥିଲା ବଦଳି: ଏହି ଘଟଣାରେ ପୂର୍ବରୁ ବୌଦ୍ଧ ଏସପିଙ୍କ ଦ୍ୱାରା କାରଣ ଦର୍ଶାଅ (Show-cause) ନୋଟିସ ଜାରି କରାଯାଇ ତାଙ୍କୁ ମନମୁଣ୍ଡା ଥାନାରୁ ହଟାଇ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
ତେବେ ବିଭାଗୀୟ ତଦନ୍ତରେ ଗୁରୁତର ଅନିୟମିତତା ପ୍ରମାଣିତ ହେବା ପରେ, ଡିଜିପି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ନିଲମ୍ବିତ କରିଛନ୍ତି।
ରକ୍ଷକ ଯଦି ଭକ୍ଷକ ସାଜି ଅପରାଧୀଙ୍କୁ ଆଶ୍ରୟ ଦେବ, ତେବେ ଆଇନ ଶୃଙ୍ଖଳା ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ କେତେଦୂର ବଜାୟ ରହିବ?
