Ho language Protest : ହୋ ଭାଷା ପାଇଁ ରାଜରାସ୍ତାରେ ହୁଙ୍କାର, କେନ୍ଦୁଝରରୁ ଉଠିଲା ବଡ଼ ଦାବି
ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ସହ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଦାବିରେ କେନ୍ଦୁଝରରେ ଆନ୍ଦୋଳନ ଜୋରଦାର ହୋଇଛି।
କେନ୍ଦୁଝର: ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେବା ସହ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଦାବି ଜୋରଦାର ହୋଇଛି। ଏହି ଦାବି ନେଇ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ପରାମର୍ଶକ୍ରମେ କେନ୍ଦୁଝର ଜିଲ୍ଲା ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା ଓ ବିକ୍ଷୋଭ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ହୋ ଭାଷାଭାଷୀ ଲୋକ କାଳୀପଡ଼ିଆଠାରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ହୋ ଭାଷାର ସୁରକ୍ଷା, ପ୍ରସାର ଓ ସରକାରୀ ସ୍ତରରେ ସ୍ୱୀକୃତି ପାଇଁ ଦାବି ଉଠାଇ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ମଧ୍ୟ କରିଥିଲେ। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।
