Surprise Checks in Baliapal : ବାଲିଆପାଳରେ ମେଡିସିନ ଦୋକାନରେ ସରପ୍ରାଇଜ ଯାଞ୍ଚ
ବାଲିଆପାଳର ବିଭିନ୍ନ ମେଡିସିନ ଦୋକାନରେ ସଦର ଡ୍ରଗ୍ସ ଇନ୍ସପେକ୍ଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ। ଔଷଧର ଷ୍ଟକ୍, ଲାଇସେନ୍ସ, ବିକ୍ରି ରେକର୍ଡ ଓ ସଂରକ୍ଷଣ ବ୍ୟବସ୍ଥା ଯାଞ୍ଚ କରାଯାଇଛି।
ବାଲେଶ୍ଵର ଜିଲ୍ଲା ବାଲିଆପାଳର ବିଭିନ୍ନ ମେଡିସିନ ଦୋକାନରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ଦୋକାନଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗର ଅଚାନକ ଚଢ଼ାଉ। ବାଲେଶ୍ଵର ସଦର ଡ୍ରଗସ୍ ଇନ୍ସପେକ୍ଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ବାଲିଆପାଳ ପୋଲିସର ସହଯୋଗରେ ଅଞ୍ଚଳର ବିଭିନ୍ନ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ମେଡିସିନ ଦୋକାନଗୁଡ଼ିକରେ ଔଷଧ ବିକ୍ରି ଓ ସଂରକ୍ଷଣ ବ୍ୟବସ୍ଥା, ଔଷଧର ଷ୍ଟକ୍, ବିକ୍ରି ସମ୍ପର୍କିତ ରେକର୍ଡ, ଆବଶ୍ୟକ ଲାଇସେନ୍ସ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରାଯାଇଥିଲା। ଏହାସହ ଔଷଧଗୁଡ଼ିକ ନିର୍ଦ୍ଧାରିତ ନିୟମ ଅନୁସାରେ ସଂରକ୍ଷଣ ଓ ବିକ୍ରି କରାଯାଉଛି କି ନାହିଁ, ସେନେଇ ମଧ୍ୟ ଅଧିକାରୀମାନେ ତଦାରଖ କରିଥିଲେ। ବିଶେଷକରି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଜଡ଼ିତ ଔଷଧ ବିକ୍ରି କ୍ଷେତ୍ରରେ ନିୟମ ଉଲ୍ଲଂଘନ ନହେବା ଏବଂ ଅନୁମୋଦିତ ନିୟମ ଅନୁଯାୟୀ ଔଷଧ ବିକ୍ରି ହେଉଛି କି ନାହିଁ, ତାହା ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି | ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ଯାଞ୍ଚକୁ ହେଉଛି ଅନ୍ୟପକ୍ଷରେ, ଅଞ୍ଚଳରେ ଔଷଧ ବିକ୍ରି ବ୍ୟବସ୍ଥାକୁ ନିୟମିତ ରଖିବା, ନକଲି କିମ୍ବା ଅନୁମୋଦନବିହୀନ ଔଷଧ ବିକ୍ରିକୁ ରୋକିବା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏଭଳି ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣା ପଡିଛି।
