Cop Climbs Car Roof: ତସ୍କରଙ୍କ କାର୍ ଉପରେ କନଷ୍ଟେବଳ… ୪୦ କିଲୋମିଟରର ଡ୍ରାମା
ସିଂଘମ ଷ୍ଟାଇଲରେ ପିଛା କଲେ। ହେଲେ ତସ୍କର ଗାଡ଼ି ରୋକିଲେନି। ସେମିତି ଛାତ ଉପରେ ଓହଳି ପ୍ରାୟ ୪୦ କିଲୋମିଟର ଯାଏ ଯାଇଥିଲେ ବେଲମୁରଗମ। ପ୍ରାୟ ୪୦ କିଲୋମିଟରର ଲମ୍ୱା ଡ୍ରାମା ପରେ ପୁଲିସ ଚୋରଙ୍କୁ ଅବିନାଶୀ ରୋଡରେ ଘେରିଯାଇ ରୋକିଥିଲା। ଆଉ ସମସ୍ତ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଥିଲା।

ତସ୍କରଙ୍କୁ ଧରିବାକୁ କାର୍ ଛାତରେ ୪୦ କିଲୋମିଟର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜଣେ ପୁଲିସ କନଷ୍ଟେବଳଙ୍କ ଏଭଳି ଅଦମ୍ୟ ସାହସକୁ ନେଇ ଏବେ ସବୁଠି ପ୍ରଶଂସା। ତାମିଲନାଡ଼ୁର କୋଏମ୍ୱାଟୋରର କୋବିଲପାଲୟମ ପୁଲିସକୁ ଖବର ମିଳିଥିଲା ଯେ, ସିଂଲାକୁରିଚି ଏରିଆରେ କିଛି ସନ୍ଦିଗ୍ଧ ତସ୍କର କାରରେ ଯାଉଛନ୍ତି। ପୁଲିସ ଯେବେ କାରକୁ ଅଟକାଇବାକୁ ପ୍ରୟାସ କଲା, ସେତେବଳେ ସନ୍ଦିଗ୍ଧ ନ ଅଟକି କାର୍ ନେଇ ଚମ୍ପଟ ମାରିଥିଲେ। ସେମାନଙ୍କ ପିଛା କଲା ବେଳେ ହେଡ୍ କନଷ୍ଟେବଳ ବେଲମୁରଗମ ନିଜର ଜୀବନକୁ ବାଜି ଲଗାଇ ଚଳନ୍ତା କାରର ଛାତ ଉପରକୁ ଡେଇଁଥିଲେ। ସିଂଘମ ଷ୍ଟାଇଲରେ ପିଛା କଲେ। ହେଲେ ତସ୍କର ଗାଡ଼ି ରୋକିଲେନି। ସେମିତି ଛାତ ଉପରେ ଓହଳି ପ୍ରାୟ ୪୦ କିଲୋମିଟର ଯାଏ ଯାଇଥିଲେ ବେଲମୁରଗମ। ପ୍ରାୟ ୪୦ କିଲୋମିଟରର ଲମ୍ୱା ଡ୍ରାମା ପରେ ପୁଲିସ ଚୋରଙ୍କୁ ଅବିନାଶୀ ରୋଡରେ ଘେରିଯାଇ ରୋକିଥିଲା। ଆଉ ସମସ୍ତ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଥିଲା। ଧରା ପଡ଼ିଥିବା ୩ ତସ୍କର ରାଜସ୍ଥାନର ମୂଳବାସିନ୍ଦା। ଏ ୩ ଅଭିଯୁକ୍ତ ବେଙ୍ଗାଲୁରୁରୁ ପ୍ରାୟ ୩ଶହ କେଜି ପ୍ରତିବନ୍ଧିତ ଗୁଟଖା ଓ ତମ୍ୱାକୁ ଉତ୍ପାଦ ଅବୈଧ ରୂପରେ କୋଏମ୍ୱାଟୋରରେ ପହଞ୍ଚାଇବାକୁ ପ୍ରୟାସ କରୁଥିଲେ। ତସ୍କର ମାନେ ଯେପର୍ଯ୍ୟନ୍ତ ଗାଡ଼ି ରୋକିନଥିଲେ, ସେପର୍ଯ୍ୟନ୍ତ କାର୍ ଛାତ ଉପରେ ଜାବୁଡ଼ିକି ଧରିଥିଲେ।ଏହା ପରେ କରୁମାଥମପଟ୍ଟିରେ ହାଇଓ୍ୱେ ପାଟ୍ରୋଲିଂ ଟିମ୍ ଏ ଗ୍ୟାଙ୍ଗକୁ କାବୁ କରିଥିଲା। ହେଡ କନଷ୍ଟେବଳଙ୍କ ବାହାଦୂରୀ ଦେଖି ଅବକାରୀ ମନ୍ତ୍ରୀ ଖୁସି ହୋଇ ତାଙ୍କୁ ଶୁଭେଛା ଜଣାଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବି ତାଙ୍କର ସାହସିକତାକୁ ନେଇ ଅବଗତ କରାଇବେ ବୋଲି କହିଛନ୍ତି। ଭୋର୍ ୫ଟା ୪୫ର ଘଟଣା। ଏସଆଇ ବିଗ୍ନେଶ ଓ ହେଡ କନଷ୍ଟେବଳ ଏମ ବେଲମୁରୁଗାନ ଏସୟୁଭିକୁ ଅଟକାଇବାକୁ ପ୍ରୟାସ ପରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା।
