ସୁରକ୍ଷା ପ୍ରତ୍ୟାହାର ମାମଲା- ଭଜିଙ୍କୁ ଅଦାଲତି ଝଟକା
ଆମ୍ ଆଦମୀ ପାର୍ଟି ଛାଡ଼ିଦେବାରୁ ଅଚାନକ ସୁରକ୍ଷା ହଟାଯାଇନି। ବରଂ ସୁରକ୍ଷା ସମୀକ୍ଷା ସମିତିର ଏହା ପୂର୍ବ ନିର୍ଣ୍ଣୟ ଥିଲା। ସେଥିଲାଗି ଭଜିଙ୍କୁ ପୁଣି ସୁରକ୍ଷା ଦେବାର ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଘର ବାହାରେ ପ୍ରଦର୍ଶନ ହେବା ବା ଗଦ୍ଦାର ଲେଖିଦେଲେ କାହାର ଜୀବନ ପ୍ରତି ବିପଦ ଅଛି ବୋଲି ଏହା ପ୍ରମାଣିତ କରେନା। ବିଶେଷ କରି ପ୍ରଦର୍ଶନ ଯେତେବେଳେ ହିଂସ୍ରିକ ନଥାଏ।

ହରଭଜନ ସିଂଙ୍କୁ ଝଟକା। ପଞ୍ଜାବ ପୁଲିସର ହରଭଜନଙ୍କ ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଆମ୍ ଆଦମୀ ପାର୍ଟି ଛାଡ଼ିଦେବାରୁ ଅଚାନକ ସୁରକ୍ଷା ହଟାଯାଇନି। ବରଂ ସୁରକ୍ଷା ସମୀକ୍ଷା ସମିତିର ଏହା ପୂର୍ବ ନିର୍ଣ୍ଣୟ ଥିଲା। ସେଥିଲାଗି ଭଜିଙ୍କୁ ପୁଣି ସୁରକ୍ଷା ଦେବାର ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏହା ସହ ହରଭଜନ ସିଂଙ୍କୁ ଝଟକା। ପଞ୍ଜାବ ପୁଲିସର ହରଭଜନଙ୍କ ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଆମ୍ ଆଦମୀ ପାର୍ଟି ଛାଡ଼ିଦେବାରୁ ଅଚାନକ ସୁରକ୍ଷା ହଟାଯାଇନି। ବରଂ ସୁରକ୍ଷା ସମୀକ୍ଷା ସମିତିର ଏହା ପୂର୍ବ ନିର୍ଣ୍ଣୟ ଥିଲା। ସେଥିଲାଗି ଭଜିଙ୍କୁ ପୁଣି ସୁରକ୍ଷା ଦେବାର ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଘର ବାହାରେ ପ୍ରଦର୍ଶନ ହେବା ବା ଗଦ୍ଦାର ଲେଖିଦେଲେ କାହାର ଜୀବନ ପ୍ରତି ବିପଦ ଅଛି ବୋଲି ଏହା ପ୍ରମାଣିତ କରେନା। ବିଶେଷ କରି ପ୍ରଦର୍ଶନ ଯେତେବେଳେ ହିଂସ୍ରିକ ନଥାଏ। ପୂର୍ବତନ କ୍ରିକେଟର ତଥା ରାଜ୍ୟସଭା ସାଂସଦ ହରଭଜନକୁ କେନ୍ଦ୍ରରୁ ମିଳିଛି ଓ୍ୱାଇ ପ୍ଲସ ସୁରକ୍ଷା। ଘଟଣା କିଛି ଏମିତି। ଯେବେ ରାଘବ ଚଢ଼ାଙ୍କ ସହ ହରଭଜନ ଆପ୍ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। ସେତେବେଳେ ପଞ୍ଜାବ ପୁଲିସ ଦ୍ୱାରା ଦିଆଯାଇଥିବା ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହା ପରେ ଆମ ଆଦମୀ ଦଳର କର୍ମୀ ଜଳନ୍ଧରରେ ହରଭଜନଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ। ତାଙ୍କୁ ଗଦ୍ଦାର କହି ନାରାବାଜି କରିଥିଲେ। ଘର ବାହାରେ ବି ଗଦ୍ଦାର ଲେଖିଥିଲେ। ଏଥିରେ ବ୍ୟଥିତ ହରଭଜନ ସିଂ ପଞ୍ଜାବ-ହରିଆଣା ହାଇକୋର୍ଟରେ ପିଟିସନ ପକାଇ ଗୁହାରି କରିଥିଲେ ଯେ, ପଞ୍ଜାବ ପୁଲିସର ସୁରକ୍ଷା ପୁନର୍ବାହାଲ କରାଯାଉ। ତାଙ୍କର ସୁରକ୍ଷା ପ୍ରତ୍ୟାହାର ତାଙ୍କର ବିନା ଅନୁମତିରେ ହୋଇଥିଲା। ଏପରିକି ତାଙ୍କୁ ପକ୍ଷ ରଖିବାକୁ ମଉକା ଦିଆଯାଇନଥିଲା। ଥ୍ରେଟ୍ ପରସେପସନ ବା ଭୟର କୌଣସି ନୂଆ ଆକଳନର ରିପୋର୍ଟ ନ ଆସୁଣୁ ତାଙ୍କଠୁ ସୁରକ୍ଷା ପ୍ରତ୍ୟାହାର କରିନିଆଗଲା। ହରଭଜନ ସିଂହ ଅଭିଯୋଗ କରିଥିଲେ ଯେ ରାଜନୈତିକ ଦଳ ପରିବର୍ତ୍ତନ କରିବା ପରେ ପଞ୍ଜାବ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେଇଛନ୍ତି। ଏହା ବିରୋଧରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ହରଭଜନ ସିଂହଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ ହେବା କିମ୍ୱା ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯିବାର ଅର୍ଥ ନୁହେଁ ଯେ, ତାଙ୍କ ଜୀବନ ପ୍ରତି ବାସ୍ତବ ବିପଦ ରହିଛି ବୋଲି ସିଧାସଳଖ ନିଷ୍କର୍ଷ ବୋଲି କୁହାଯାଇପାରିବନି। ଏହା ପୂର୍ବରୁ ପଞ୍ଜାବ ପୋଲିସ ହରଭଜନ ସିଂହଙ୍କ ଘରେ ନିୟୋଜିତ ୯–୧୦ ଜଣ ସୁରକ୍ଷାକର୍ମୀଙ୍କୁ ହଟାଇ ଦେଇଥିଲା। ପରେ କେନ୍ଦ୍ର ସରକାର ତାଙ୍କୁ ସିଆରପିଏଫ୍ (CRPF) ସୁରକ୍ଷା ଯୋଗାଇଥିଲେ। ହରଭଜନ ସିଂହଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ସୁରକ୍ଷା ପ୍ରତ୍ୟାହାର ରାଜନୈତିକ ପ୍ରତିହିଂସାର ପ୍ରତିଫଳନ। ଅନ୍ୟପଟେ ପଞ୍ଜାବ ସରକାର କୋର୍ଟରେ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପଦ ଆକଳନ (Threat Assessment) ଆଧାରରେ ନିର୍ଦ୍ଧାରିତ ହୁଏ।
